ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆଇଏସ୍‌ଆଇ ଲିଙ୍କ୍‌ ସନ୍ଦେହରେ ସୀମା ଓ ସଚିନଙ୍କ ବାପାଙ୍କୁ ଜେରା କରିବ ଏଟିଏସ୍‌

ନୂଆଦିଲ୍ଲୀ: ବେନିୟମ୍‌ ଭାବେ ସୀମା ପାର୍‌ କରି ପାକିସ୍ତାନରୁ ନିଜ ପ୍ରେମୀ ସଚିନଙ୍କ ପାଇଁ ଭାରତ ଆସିଥିବା ସୀମା ହାଇଦରଙ୍କ ଉପରେ ରହିଥିବା ସନ୍ଦେହକୁ ନେଇ ଉତ୍ତରପ୍ରଦେଶ ପୁଲିସ୍‌ର ଆଣ୍ଟି-ଟେରୋରିଷ୍ଟ ସ୍କ୍ବାଡ୍‌ (ଏଟିଏସ୍‌) ଆଜି ଭଭୟ ସୀମା ଓ ତାଙ୍କ ପ୍ରେମୀ ସଚିନଙ୍କ ବାପାଙ୍କୁ ପଚରାଉଚରା ପାଇଁ ନେଇଛି।

ସୀମା ବେଆଇନ ଭାବେ ଭାରତରେ ପ୍ରବେଶ କରି ଭାରତ ଆସିବା ପରେ ଏବେ ତାଙ୍କ ପ୍ରେମୀ ସଚିନଙ୍କ ସହ ତାଙ୍କ ଘରେ ରହୁଛନ୍ତି। ସେ ନିଜକୁ ସଚିନଙ୍କ ପତ୍ନୀ ବୋଲି ଦାବି କରୁଥିବା ବେଳେ ତାଙ୍କୁ ପାକିସ୍ତାନୀ ସେନା ତଥା ଦେଶର ଗୁପ୍ତଚର ଏଜେନ୍ସି ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସଆଇ)ର ଏଜେଣ୍ଟ୍‌ ବୋଲି ସନ୍ଦେହ କରାଯାଉଛି।

ଏହି କାରଣରୁ ସେ ଏବେ ଏଟିଏସ୍ ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ରାଡାର ଅଧୀନରେ ଅଛନ୍ତି। ପୂର୍ବରୁ ଜବତ ହୋଇଥିବା ସୀମା ହାଇଦର୍‌ଙ୍କ ମୋବାଇଲ୍ ତଥ୍ୟକୁ ଫରେନସିକ୍ ଲ୍ୟାବକୁ ପଠାଯିବ।

ସବିଶେଷ ତଥ୍ୟ ଅନୁଯାୟୀ, ସୀମାଙ୍କ ମୋବାଇଲ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇପାରେ, କାରଣ ତାଙ୍କ ମାମୁ ଏବଂ ଭାଇ ପାକିସ୍ତାନୀ ସେନା ସହ ଜଡିତ ଥିଲେ।

ବିନା ଭିସାରେ ସୀମାଙ୍କର ଭାରତ ପ୍ରବେଶକୁ ନେଇ ବର୍ତ୍ତମାନ ତଦନ୍ତ ଜୋର୍‌ ଧରିଛି। ତାଙ୍କ ପାସପୋର୍ଟ, ଆଧାର କାର୍ଡ ଏବଂ ତାଙ୍କ ପିଲାମାନଙ୍କ ସହ ଜଡିତ ଅନ୍ୟାନ୍ୟ କାଗଜପତ୍ର ମଧ୍ୟ ଯାଞ୍ଚ କରାଯିବ। କେବଳ ସୀମା ଓ ସଚିନଙ୍କ ବାପା ନୁହେଁ, ପୁଲିସ୍‌ ସଚିନଙ୍କୁ ବି ପଚରାଉଚରା କରିବ ବୋଲି ସୂଚନା ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ