ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍ବାସ୍ଥ୍ୟ ରାଜଧାନୀରେ ବଢ଼ୁଛି ଶିଶୁ ମୃତ୍ୟୁହାର

କଟକ : ଗଲା ତିନି ବର୍ଷରେ କଟକରେ ୯୭୮ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସେଥିରୁ ଜନ୍ମରୁ ବର୍ଷକ ଭିତରେ ୯୩୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ତଥ୍ୟ କହୁଛି। ସବୁଠାରୁ ଉଦ୍‌ବେଗଜନକ ବିଷୟ ହେଲା ଗତବର୍ଷ ୨୭୫ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବାବେଳେ ଚଳିତବର୍ଷ ଏହି ସଂଖ୍ୟା ୪୩୪ରେ ପହଞ୍ଚିଛି। କଟକ ଭଳି ବିକଶିତ ଓ ଉନ୍ନତ ସ୍ବାସ୍ଥ୍ୟ ଭିତ୍ତିଭୂମି ଥିବା ଜିଲ୍ଲାର ଚିତ୍ର ଯଦି ଏଇଆ, ତାହେଲେ ମାଲକାନଗିରି, କୋରାପୁଟ, ଗଜପତି ଭଳି ଉପାନ୍ତ ଜିଲ୍ଲାର ବାସ୍ତବ ସ୍ଥିତି କଣ ଥିବ, ତାହା ହିଁ ଏବେ ଚିନ୍ତାର କାରଣ ହୋଇଛି। ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ପାଇଁ ଅନେକ ସ୍ବପ୍ନିଳ ଯୋଜନା ହେଉଛି। କଟକରେ ଏସସିବି ମେଡିକାଲରୁ ଆରମ୍ଭ କରି ରାଜ୍ୟର ଏକମାତ୍ର ସରକାରୀ ଶିଶୁ ଚିକିତ୍ସା କେନ୍ଦ୍ର ଶିଶୁ ଭବନ ସମେତ ଅନେକ ବଡ଼ ବଡ଼ ଘରୋଇ ନର୍ସିଂହୋମ, ଉନ୍ନତମାନର ହସ୍ପିଟାଲ ଥାଇ ବି ଏଭଳି ସ୍ଥିତିର ଏବେ କାରଣ ଖୋଜା ଚାଲିଛି।

ଅବଶ୍ୟ ଏହି ସମୟରେ ମାତୃ ମୃତ୍ୟୁହାର ହ୍ରାସ ପାଇଛି। ୨୦୨୦ରୁ ଆଜି ସୁଦ୍ଧା ୪୬ଜଣ ମାଙ୍କ ମୃତ୍ୟୁ ଘଟିଛି। ଗର୍ଭାବସ୍ଥାରୁ ପ୍ରସବର ୪୨ ଦିନ ମଧ୍ୟରେ ଗଲା ୩ ବର୍ଷରେ ୪୬ ଜଣ ମହିଳା ପ୍ରାଣ ହରାଇଥିବା ତଥ୍ୟ କହୁଛି।

The New Indian Express

ସରକାର ମାତୃ ଓ ଶିଶୁ ମୃତ୍ୟୁ ହାର ରୋକିବା ପାଇଁ ସମନ୍ବିତ ଶିଶୁ ବିକାଶ, ମମତା, ପୁଷ୍ଟିକର ଖାଦ୍ୟ ଯୋଗାଣ ଭଳି ଅନେକ ଯୋଜନା କରିଛନ୍ତି। କିନ୍ତୁ ୨୦୨୦-୨୧ରେ କଟକ ଜିଲ୍ଲାରେ ୨୭୧ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ସେଥିରୁ (ଜନ୍ମରୁ ୧ ବର୍ଷ ) ଭିତରେ ୨୪୮ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ଜନ୍ମରୁ ୫ବର୍ଷ ଭିତରେ ୨୩ଜଣ ପିଲାଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ଘଟିଛି। ସେହିପରି ୨୦୨୧-୨୨ରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୭୫ରେ ପହଞ୍ଚିଛି। ୦-ରୁ ୧ ବର୍ଷ ଭିତରେ ୨୬୨ ଶିଶୁ ଓ ୦ ରୁ ୫ ବର୍ଷ ଭିତରେ ୧୩ଜଣ ଶିଶୁ ପ୍ରାଣ ହରାଇଛନ୍ତି। ୨୦୨୨ ଓ ୨୦୨୩ର ଏପ୍ରିଲ୍‌ ସୁଦ୍ଧା ଶିଶୁ ମୃତ୍ୟୁ ସଂଖ୍ୟା ୪୩୪ ପହଞ୍ଚି ସାରିଛି। ସେଥିରୁ ୦ରୁ ୧ବର୍ଷ ଭିତରେ ୩୮୯ ଶିଶୁ ଓ (୦ ରୁ ୫ ବର୍ଷ ଭିତରେ ୪୫ଜଣ ଶିଶୁଙ୍କର ମୃତ୍ୟୁ ହେଲାଣି। ଜିଲ୍ଲାରେ ବଡ଼ମ୍ବା ବ୍ଲକ୍‌ରେ ସର୍ବାଧିକ ୬୦ ଶିଶୁଙ୍କ ମୃତ୍ୟୁ ଘଟିଛି। ତା ପଛକୁ ଟାଙ୍ଗୀରେ ୫୮, ଆଠଗଡ଼ରେ ୩୧, ବାଙ୍କୀରେ ୧୦, ବାରଙ୍ଗରେ ୧୬, କଟକ ସଦରରେ ୩୭, ବାଙ୍କୀ-ଡମପଡାରେ ୨୫, କଣ୍ଟାପଡାରେ ୧୭, ନରସିଂହପୁରରେ ୫୦, ମାହାଙ୍ଗାରେ ୩୩, ନିଆଳିରେ ୧୨, ନିଶ୍ଚିନ୍ତକୋଇଲିରେ ୧୯, ସାଲେପୁରରେ ୪୫, ତିଗିରିଆରେ ୨୧ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି।

ଅନ୍ୟପଟେ ୨୦୨୦-୨୧ରେ ୨୪ ଜଣ ଗର୍ଭବତୀ ଓ ମାଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୨୧-୨୨ରେ ଏହି ସଂଖ୍ୟା ୧୭ ଓ ୨୦୨୨-୨୩ ଏପ୍ରିଲ ସୁଦ୍ଧା ଏହି ସଂଖ୍ୟା ୧୫ ରହିଛି। ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା ଶିଶୁ ମୃତ୍ୟୁ ହାର ଓ ମାତୃ ମୃତ୍ୟୁହାର ରୋକିବା ପାଇଁ ସରକାରୀ ସ୍ତରରେ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। କିନ୍ତୁ ମାତୃ ମୃତ୍ୟୁହାର ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଶିଶୁ ମୃତ୍ୟହାର କିନ୍ତୁ ଉଦ୍‌ଦେବଜନକ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।