ରାଜ୍ୟ ସ୍ପେଶାଲ ରିପୋର୍ଟ

ରୂପାନ୍ତରଣ ପରେ ସ୍କୁଲ୍ ଚକାଚକ୍, କିନ୍ତୁ ୧୪୫ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାକୁ ମାତ୍ର ଜଣେ ଶିକ୍ଷକ

ବିଜ୍ଞାନ ଛାଡ଼ି ଆଉ କିଛି ପଢ଼ାହେଉନି

ବୁଗୁଡ଼ା: ଗୁଣାତ୍ମକ ଶିକ୍ଷାର ବିକାଶ ଓ ପିଲାମାନଙ୍କୁ ଯୁଗୋପଯୋଗୀ କରିବା ଲାଗି ରାଜ୍ୟ ସରକାର ବିଭିନ୍ନ ହାଇସ୍କୁଲ୍‌କୁ ରୂପାନ୍ତରଣ କରି ସ୍ମାର୍ଟସ୍କୁଲ୍‌ରେ ପରିଣତ କରିଛନ୍ତି। ଏହିକ୍ରମରେ ଗଞ୍ଜାମ ଜିଲ୍ଲାର ୩୭୩ଟି ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ହୋଇଛି। ଯେଉଁଠି ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ ପାଠାଗାର ଓ ଲ୍ୟାବ୍ ଭଳି ଅତ୍ୟାଧୁନିକ ସୁବିଧା ଯୋଗାଇଦିଆଯାଉଛି। ଏହା ଏକ ବୈପ୍ଳବିକ ପଦକ୍ଷେପ ସତ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ବିଭିନ୍ନ ବିଦ୍ୟାଳୟରେ ପାଠ ପଢ଼ାଇବାକୁ ଶିକ୍ଷକଙ୍କ ଅଭାବ ଏବେ ମୁଣ୍ଡ ଟେକିଛି। ସ୍ଥିତି ଏମିତି ହୋଇଛି ‌ଯେ, କିଛି ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବି ମଧ୍ୟ ଖାଲିପଡ଼ିଛି। ଭାତ ହାଣ୍ଡିରୁ ‌ଗୋଟିଏ ଚିପିବା ଭଳି ନ୍ୟାୟରେ ବୁଗୁଡ଼ା ବ୍ଲକ୍ ଖୋଳଖାଳି ପଞ୍ଚାୟତ ତାଳସାକର ଗ୍ରାମର ମହାମାୟୀ ଉଚ୍ଚବିଦ୍ୟାଳୟ ଏହାର ଜ୍ବଳନ୍ତ ଉଦାହରଣ। ଆଶ୍ଚର୍ଯ୍ୟଜନକ ଭାବେ ଏହି ବିଦ୍ୟାଳୟରେ ୯ମ ଶ୍ରେଣୀରେ ୭୩ ଓ ଦଶମ ଶ୍ରେଣୀରେ ୭୨ ଜଣ ଛାତ୍ରଛାତ୍ରୀ ଥିବା ବେଳେ ସେମାନଙ୍କୁ ପଢ଼ାଇବାକୁ ଜଣେ ମାତ୍ର ଶିକ୍ଷକ ରହିଛନ୍ତି। ଆଉ ସେ ହିଁ ପ୍ରଧାନଶିକ୍ଷକ ଭାବେ ଦାୟିତ୍ବ ତୁଲାଉଛନ୍ତି।

ସବୁଠୁ ଚିନ୍ତାର ବିଷୟ ହେଉଛି, ଶିକ୍ଷକଜଣକ ‌ଦୁଇଟିଯାକ ଶ୍ରେଣୀର ପିଲାଙ୍କୁ ଗୋଟିଏ ହିଁ କକ୍ଷରେ ବସାଇ କେବଳ ନିଜର ବିଜ୍ଞାନ ବିଷୟରେ ଶିକ୍ଷାଦାନ କରୁଛନ୍ତି। କିନ୍ତୁ ପିଲାମାନଙ୍କୁ ଅନ୍ୟ ବିଷୟରେ ଶିକ୍ଷାଦାନ କରାଯାଉନି। ଫଳରେ ସେମାନେ ନିରାଶ ହୋଇ ଫେରୁଛନ୍ତି। ଅନ୍ୟପକ୍ଷରେ ବ୍ଲକ୍‌ ଶିକ୍ଷାଧିକାରୀ ଚିନ୍ମୟ ମହାପାତ୍ର କହିଛନ୍ତି, ଯେଉଁ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି ସେଠାକୁ ଅନ୍ତତଃ ଆଉ ଜ‌ଣେ ଶିକ୍ଷକ ନିଯୁକ୍ତି ଦିଗରେ ଉଦ୍ୟମ ଜାରି ରହିଛି। ବର୍ତ୍ତମାନ ବ୍ଲକ୍ ଅଧୀନରେ ଥିବା ୨୭ଟି ସରକାରୀ ହାଇସ୍କୁଲ୍ ମଧ୍ୟରୁ ଅଧିକାଂଶ ଅନୁଷ୍ଠାନରେ ଶିକ୍ଷକ ମରୁଡ଼ି ଲାଗି ରହିଛି। ତେବେ ବିଦ୍ୟାଳୟକୁ କେବଳ ରୂପାନ୍ତରଣ କରିଦେଲେ ହେବନି, ସେହି ଅନୁସାରେ ମାନବସମ୍ବଳକୁ ବି ଗୁରୁତ୍ବ ଦିଆଯିବା ଦରକାର ବୋଲି ଶିକ୍ଷାବିତ୍ ମହଲରେ ମତପ୍ରକାଶ ପାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।