ରାଜ୍ୟ ସ୍ପେଶାଲ ରିପୋର୍ଟ

ଆମ ପିଲାଙ୍କ ପାଇଁ ଫେରିଆସ, ମୁଁ ତୁମକୁ ସାଉଦି ଆରବ ନେଇଯିବି: ଗୁଲାମ ହାଇଦର୍‌

ନୂଆଦିଲ୍ଲୀ: ପାକିସ୍ତାନରୁ ସୀମା ପାର୍‌ କରି ହିନ୍ଦୁସ୍ତାନୀ ପ୍ରେମିକ ସଚିନଙ୍କ ପାଇଁ ଭାରତ ଆସିଥିବା ସୀମା ‌ହାଇଦର୍‌ଙ୍କ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। କିଛି ଲୋକ ସୀମା ଓ ସଚିନଙ୍କ ସଂପର୍କକୁ ସମର୍ଥନ କରୁଥିବ‌ା ବେଳେ କିଛି ଲୋକ ସୀମାଙ୍କ ପୂର୍ବ ସ୍ବାମୀ ଗୁଲାମ ହାଇଦରଙ୍କୁ ସମର୍ଥନ କରୁଛନ୍ତି।

ଏହାରି ମଧ୍ୟରେ ସୀମାଙ୍କ ପୂର୍ବ ସ୍ବାମୀ ହାଇଦର ପାକିସ୍ତାନରେ ଏକ ସାକ୍ଷାତ୍‌କାର ଦେଇ ସୀମାଙ୍କୁ ସେ ବହୁତ ଭଲପାଆନ୍ତି ବୋଲି କହିବା ସହ ସେ ଘରକୁ ଫେରନ୍ତୁ ବୋଲି ଗୁହାରି କରିଛନ୍ତି।

ସୀମାଙ୍କ ସ୍ବାମୀ ହାଇଦର ସାଉଦି ଆରବରେ ରହନ୍ତି। ସୀମା ଗଣମାଧ୍ୟମରେ ବାରମ୍ବାର ପାକିସ୍ତାନରେ ନିଜକୁ ଅସୁରକ୍ଷିତ ମଣନ୍ତି ବୋଲି କହୁଥିବାରୁ ହାଇଦର୍‌ ତାଙ୍କୁ ସାଉଦି ଆରବ ନେଇଯିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

ହାଇଦର ତାଙ୍କ ସାକ୍ଷାତ୍‌କାରେ କହିଛନ୍ତି, ‘ସୀମା ଝଗଡ଼ା ତ ସବୁ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ହୁଏ। ହେଲେ ଏହି କାରଣରୁ ଆମ ପିଲାଙ୍କ ଭବିଷ୍ୟତ ଖରାପ କରନାହିଁ। ତୁମେ ଭଲ ଭାବେ ଜାଣିଛ ‌ମୁଁ ତୁମକୁ କେତେ ଭଲପାଏ। ତୁମେ ଯଦି ସେଠାରେ କିଛି ହୋଇଯାଏ ତ ଥରେ ଭାବ ଆମ ପିଲାମାନଙ୍କର କ’ଣ ହେବ? ସେମାନଙ୍କ ଦାୟତ୍ବ କିଏ ନବ? ସେଥିପାଇଁ ପିଲାଙ୍କ ସକାଶେ ଫେରିଆସ। ତୁମକୁ ଯଦି ପାକିସ୍ତାନରେ ଅସୁରକ୍ଷିତ ଲାଗୁଛି ତ ମୁଁ ତୁମକୁ ସାଉଦି ଆରବ ନେଇଯିବି।’

ନିକଟରେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ଭାଇରାଲ୍‌ ଭିଡିଓରେ ସୀମାଙ୍କ ୪ ପିଲା ‘ହିନ୍ଦୁସ୍ତାନ ଜିନ୍ଦାବାଦ୍‌’ ବୋଲି କହୁଥିଲେ। ତାହାକୁ ନେଇ ହାଇଦର କହିଛନ୍ତି କି ପିଲାମାନେ ଏବେ ଖୁବ୍ ସାନ। ତାଙ୍କୁ ଆପଣ ‘ପାକିସ୍ତାନ ଜନ୍ଦାବାଦ୍‌’ କହିବାକୁ କହିଲେ ବି ସେମାନେ କହିବେ। ସେମାନେ କିଛି ଜାଣନ୍ତି ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।