ଅପରାଧ ରାଜ୍ୟ

ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀର ପନିକି ଚୋଟରେ ଉଡ଼ିଗଲା ସ୍ତ୍ରୀଙ୍କ ପ୍ରାଣବାୟୁ

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧୀନସ୍ଥ ବଣିଆହୁଡ଼ି ଗ୍ରାମରେ ଘଟିଯାଇଛି ଏକ ଅଘଟଣ। ଏଠାରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ଜଣେ ସ୍ୱାମୀ ତାର ସ୍ତ୍ରୀକୁ ଏକ ପନିକିରେ ହାଣି ହତ୍ୟା କରିଛି।

ସୂଚନା ଅନୁଯାୟୀ, ଗ୍ରାମର ଅଭୟ ରାଉତ(ବାପୁନୁ) ଓ ତାଙ୍କ ସ୍ତ୍ରୀ ତୁଳସୀ ବିନ୍ଧାଣୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଗତକାଲି ରାତିରୁ ଝଗଡ଼ା ଲାଗିଥିବା ବେଳେ ଆଜି ସକାଳେ ସ୍ୱାମୀ ଅଭୟ ଏକ ପନିକିରେ ସ୍ତ୍ରୀ ତୁଳସୀକୁ ହାଣିଦେବାରୁ ତାର ମୃତ୍ୟୁ ଘଟିଛି। ଖବର ପାଇ ସୋସୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ସ୍ୱାମୀ ଅଭୟକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।