ରାଜ୍ୟ ସ୍ପେଶାଲ ରିପୋର୍ଟ

୪ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ: ଜୀବନଯାତ୍ରା ବାଧାପ୍ରାପ୍ତ

ମାଲକାନଗିରି: ୪ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ପାଳନ କରାଯାଉଛି। ଆଜି ଜିଲ୍ଲାର ଅଧିକାଂଶ ସ୍ଥାନରେ ବନ୍ଦର ପ୍ରଭାବ ପରିଲକ୍ଷିତ ହେଉଛି। ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ଏହି ବନ୍ଦ ପାଳନ କରାଯାଉଛି। କଂଗ୍ରେସ ନଗର ସଭାପତି ଜି.ଶ୍ରୀନିବାସ ରାଓ, ମାଲା ମାଢ଼ି, ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣଚନ୍ଦ୍ର ଅନୁଗୁ, ମଙ୍ଗୁ ଖୀଲ, ଧର୍ନୁଜୟ ହନ୍ତାଳ, ଭୀମା ବାରସେ, ପ୍ରାଣକୃଷ୍ଣ ମଣ୍ଡଳ, ପଦ୍ମ ପାଙ୍ଗୀ, ପର୍ଶୁରାମ ଭକ୍ତ, ପୁଷ୍ପା କବାସୀ, ଇଶାକ ଖୋସଲା, ଶ୍ୟାମ ସେଠୀ ପ୍ରମୁଖ କଂଗ୍ରେସ ନେତା ଏହି ବନ୍ଦ ପାଳନ ସମୟରେ ସକ୍ରିୟ ଥିବା ଜଣାଯାଇଛି।
ମାଲକାନଗିରି ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି ଓ ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ କଂଗ୍ରେସ ଦଳ ପକ୍ଷରୁ ଦାବି କରାଯାଇଥିବା ବେୟଳେ ତାହାର‌ କୌଣସି ସମାଧାନ ହୋଇପାରିନାହିଁ। ମାଲକାନଗିରି ଜିଲ୍ଲାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ କଂଗ୍ରେସ ପକ୍ଷରୁ ଡାକରା ଦିଆଯାଇଛି। ଦଳ ପକ୍ଷରୁ ଗାଡି ଚଳାଚଳ ଠାରୁ ଆରମ୍ଭ କରି ବିଦ୍ୟାଳୟ, ଦୋକାନ, ବଜାର, ସରକାରୀ ଓ ବେସରକାରୀ ସମସ୍ତ ଅନୁଷ୍ଠାନ ବନ୍ଦ କରାଯାଉଥିବା ଜଣାଯାଇଛି।
କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ୨୦୧୮ ମସିହାରେ ମାଲକାନଗିରି ଠାରେ ୭ ମହଲା ବିଶିଷ୍ଟ ଚିକିତ୍ସାଳୟ ଶୁଭାରମ୍ଭ ହେଲା କିନ୍ତୁ ଡାକ୍ତର ଅଭାବ ପୂରଣ ହୋଇପାରୁନାହିଁ। କେବଳ ଯେ ଡାକ୍ତର ନୁହେଁ ତା ସହିତ ନର୍ସିଂ ଅଫିସର, ସ୍ବାସ୍ଥ୍ୟକର୍ମୀ ଓ ବିଶେଷଜ୍ଞ ପଦବୀ ଖାଲି ପଡିଛି। ଏଥିସହ ମାଲକାନଗିରି ଜିଲ୍ଲାରେ ୧୩୦ରୁ ଅଧିକ ଡାକ୍ତର ପଦବୀ ଖାଲି ପଡିଛି। ଜିଲ୍ଲାରେ ସ୍ବାସ୍ଥ୍ୟବସ୍ଥା ଭୁଷୁଡି ପଡିଥିବା ବେରଳେ ଲୋକେ ଚିକିତ୍ସା ପାଇଁ ପଡୋଶୀ ରାଜ୍ୟକୁ ଯିବାକୁ ପଡୁଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ୩ କିଲୋମିଟର ଦୂରରେ ରକ୍ତ ଭଣ୍ଡାର ରହିଛି, ବିଶେଷକରି ରାତିରେ ରୋଗୀକୁ ରକ୍ତ ଆବଶ୍ୟକତା ପଡିଲେ ରକ୍ତଭଣ୍ଡାରରୁ ରକ୍ତ ଆଣିବା କଷ୍ଟକର ହେଉଛି। କିନ୍ତୁ ଆଜି ପର୍ଯ୍ୟନ୍ତ ରକ୍ତଭଣ୍ଡାର ଚିକିତ୍ସାଳୟ ପରିସରେ ଆରମ୍ଭ ହୋଇପାରୁନାହିଁ। ଏଥିସହ ଜିଲ୍ଲାର କିଡନୀ ରୋଗୀ ଅଧିକ ଥିବା ବେଳେ ବର୍ତ୍ତମାନ ୬ଟି ଡାୟଲସିସ୍‌ ମେସିନ୍ ରହିଥିବା ବେ୍ଳେ ୨୦ଟି ମେସିନ୍ ତା ସହିତ ଆବଶ୍ୟକ ଟେକ୍ନିସିଆନ ପ୍ରଦାନ ପାଇଁ କହିଛନ୍ତି। ଡେଙ୍ଗୁ ରୋଗୀଙ୍କ ପାଇଁ ପ୍ଲେଟଲେଟ୍ ଆବଶ୍ୟକ ପଡୁଥିବା ବେ୍ଳେ ମାଲକାନଗିରି ଜିଲ୍ଲାରେ ଉପଲବ୍ଧ ହୋଇପାରୁନାହିଁ ଫଳରେ ରୋଗୀକୁ କୋରାପୁଟ କିମ୍ବା ବିଶାଖାପାଟଣା ଚିକିତ୍ସାଳୟକୁ ଯିବାକୁ ପଡୁଛି। ଏଥିପାଇଁ ରକ୍ତଭଣ୍ଡାରରେ ପ୍ଲେଟଲେଟ ସେପାରେଟ ମେସିନ ସ୍ଥାନୀୟ ହୋଇପାରୁନାହିଁ। ସିଟି ସ୍କାନ ମେସିନ ଲାଗିଥିବା ବେଡଳେ ଜଣେ ରେଡିଓଲୋଜିଷ୍ଟ ଡାକ୍ତର ନିଯୁକ୍ତି ଦିଆଯାଉନାହିଁ ବୋଲି କହିଛନ୍ତି। କୋଟି କୋଟି ଟଙ୍କା ବ୍ୟୟରେ ମାଲକାନଗିରିରେ ବିଇଡି କଲେଜ ନିର୍ମାଣ ହୋଇଥିବା ବେଳେ ତାହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଏଥିସହ ମାଲକାନଗିରି ମହାବିଦ୍ୟାୟ ପୁରୁଣା ମହାବିଦ୍ୟାଳୟ ହୋଇଥିବାରୁ ତାହାକୁ ସରକାରୀ ମାନ୍ୟତା ମିଳିପାରୁନି ବୋାଲି କହିଛନ୍ତି।

ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ମାଲକାନଗିରି ଜିଲ୍ଲାରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରୁନାହିଁ। ରାଜ୍ୟ ଭିତ୍ତିକ ନିଯୁକ୍ତିରେ ଛାତ୍ରଛାତ୍ରୀମାନେି କୃତକାର୍ଯ୍ୟ ହୋଇପାରୁ ନାହାନ୍ତି। ଫଳରେ ଜିଲ୍ଲାର ଯୁବକଯୁବତୀମାନେି ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡୁଛି। ଏଣୁ ଜିଲ୍ଲା ଭିତ୍ତିକ ନିଯୁକ୍ତି ପ୍ରଦାନ ପାଇଁ ଦାବି କରିଛନ୍ତି। ଏଥିସହ ଟାଟା ପାୱାର ପକ୍ଷରୁ ଲୋକଙ୍କୁ ମନଇଚ୍ଛା ବିଦ୍ୟୁତ୍ ବିଲ୍ ଦିଆଯାଉଛି, ଯଦି ଟଙ୍କା ପୈଠ କରିନପାରିଲେ ବିଦୁତ୍ୟ କାଟ କରାଯାଉଛି। ବାରମ୍ବାର ବିଦ୍ୟୁତ ବିଭ୍ରାଟ ଦେଖାଦେଉଥିବା ବେଟଳେ ଏହାର ପ୍ରତିବାଦରେ ଜିଲ୍ଲା ବନ୍ଦ କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।