କାଲିଫର୍ଣ୍ଣିଆ: ଟେସ୍ଲା ମୁଖ୍ୟ ଏଲନ୍ ମସ୍କଙ୍କ ସହ କେଜ୍ ଫାଇଟ୍ କରିବାକୁ ଯାଉଥିବା ମେଟା ମୁଖ୍ୟ ମାର୍କ ଜୁକରବର୍ଗ ଶାରିରୀକ ଗଠନକୁ ବଦଳାଇଛନ୍ତି। ସିକ୍ସ ପ୍ୟାକ୍ ଆବ୍ସ ସହ ତାଙ୍କର ଏକ ଛବି ସାମ୍ନାକୁ ଆସିଛି। ସେ ଓଜନ କମାଇଥିବା ବେଳେ ବେଶ ଫିଟ୍ ଦେଖାଯାଉଛନ୍ତି।
ସମର କଳା ଜିଉ-ଜିତ୍ସୁରେ ପ୍ରଶିକ୍ଷଣ ନେଇଥିବା ଜୁକରବର୍ଗ ଏବେ ମିକ୍ସଡ୍ ମାର୍ସିଆଲ୍ ଆର୍ଟସ୍ (ଏମ୍ଏମ୍ଏ) ଯୋଦ୍ଧାଙ୍କ ସହ ତାଲିମ ନେଉଛନ୍ତି। ଆମେରିକାର କାଲିଫର୍ଣ୍ଣିଆ ସହରରେ ଥିବା ନିଜ ଘରେ ସେ ଏହି ତାଲିମ ନେଉଛନ୍ତି। ପ୍ରଶିକ୍ଷଣର ଫଟୋକୁ ସେ ଇନଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି।