ରାଜ୍ୟ ସ୍ପେଶାଲ ରିପୋର୍ଟ

ଇସ୍କନ ମନ୍ଦିର ସମ୍ମୁଖ ଜଳବନ୍ଦୀ ଉପରେ ଗୁରୁତ୍ବ

ଭୁବନେଶ୍ୱର: ଓଡ଼ିଶାରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିଲେ ମଧ୍ୟ ଭୁବନେଶ୍ବର ଜଳବନ୍ଦୀ ସମସ୍ୟାରୁ ମୁକ୍ତ ହୋଇ ପାରିନାହିଁ। ଏହାକୁ ନେଇ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତ‌ାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ଭାବ୍ୟ ଜଳବନ୍ଦୀ ଓ ଆବଶ୍ୟକୀୟ ପଙ୍କୋଦ୍ଧାର ତଥା ଠିକ ସମୟରେ ଡ୍ରେନ ପଙ୍କକୁ ସ୍ଥାନାନ୍ତର କରିବାକୁ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ଇସ୍କନ ମନ୍ଦିର ସମ୍ମୁଖ ରାସ୍ତା ଉପରେ ଗୁରୁତ୍ବ ଦିଆଯାଇଛି।

ଇସ୍କନ ସାମ୍ନାରେ ହେଉଥିବା ଜଳବନ୍ଦୀରୁ ରକ୍ଷା ପାଇଁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ବ୍ୟବସ୍ଥା କରନ୍ତୁ ବୋଲି ସେ ନିର୍ଦେଶ ଦେଇଛନ୍ତି। ଇସ୍କନ ମନ୍ଦିରର ବିପରୀତ ପାର୍ଶ୍ବରେ ଥିବା କ୍ରିଷ୍ଣା ଟାୱାରରୁ ଭୋଇସାହି ପର୍ଯ୍ୟନ୍ତ ଏକ ସମାନ୍ତରାଳ ଡ୍ରେନ ନିର୍ମାଣ କରି ଜଳବନ୍ଦୀ ସମସ୍ୟା ସମାଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିରେ ବିଏମ୍‌ସି ଏବଂ ସଂଯୁକ୍ତ ବିଭାଗ ଆବଶ୍ୟକ ସହଯୋଗ କରିବାକୁ କୁହାଯାଇଛି।

ବିଏମ୍‌ସି ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ଭୁବନେଶ୍ୱରର ବିଭିନ୍ନ ଡ୍ରେନ, ଏହାର ବିକାଶ କାର୍ଯ୍ୟ, ସଂପୃକ୍ତ ଭୂମି ଅଧିଗ୍ରହଣ କାର୍ଯ୍ୟ, ନୂତନ ଯୋଜନା ବାବଦରେ ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ନିୟମିତ ଡ୍ରେନ କାର୍ଯ୍ୟ, କ୍ଷେତ୍ର ପରିଦର୍ଶନ, ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକୀୟ ବନ୍ଦୋବସ୍ତ ବିଷୟ ଉପସ୍ଥାପନ କରାଯାଇଛି। ‘ୱାର୍ଡ କୋର୍‌ କମିଟି’ ମାଧ୍ୟମରେ ଡ୍ରେନର ଉନ୍ନତୀକରଣ ଓ ଯତ୍ନ ବାବଦରେ ଆଲୋନା କରାଯାଇ ପଦକ୍ଷେପ ନିଆଯାଉଛି। ଗତ ବର୍ଷ ଭୁବନେଶ୍ବରରେ ୭୫ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇଥିଲା। ଏହାକୁ ଗୁରୁତ୍ବର ସହ ନେଇ ବିଭିନ୍ନ ପଦକ୍ଷେପ ନେବାରୁ ଚଳିତ ବର୍ଷର ସମ୍ବେଦନଶୀଳ ସ୍ଥାନ ୩୨କୁ ଖସି ଆସିଛି। କ୍ରମଶଃ ବିପଦସଂକୁଳ ସ୍ଥାନଗୁଡିକୁ ଶୂନ କରିବା ଦିଗରେ ପଦକ୍ଷେପ ନିଆଯାଉଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବେଦନଶୀଳ ଅଞ୍ଚଳଗୁଡିକରେ ଆବଶ୍ୟକ ପମ୍ପସେଟ୍‌, ଜରୁରୀକାଳୀନ ଜଳ ନିଷ୍କାସନ ବ୍ୟବସ୍ଥା ସହିତ ସ୍ଥାନୀୟ ବାସିନ୍ଦାମାନେ କିପରି ବର୍ଷା ବିତ୍ପାତରେ ଅସୁବିଧାରେ ନପଡିବେ ତା’ ପୂର୍ବରୁ ବିଧିବଦ୍ଧ ବ୍ୟବସ୍ଥା କରି ନିରାପଦ ସ୍ଥାନ ଚିହ୍ନଟ କରାଯାଇଛି।

ଲୋକସେବା ଭବନ ପରିସରରେ ଅନୁଷ୍ଠିତ ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନ୍‌ଙ୍କ ସମେତ ପୂର୍ତବିଭାଗ, ବିଡିଏ ଉପାଧ୍ୟକ୍ଷ, ଇଡ୍‌କୋ ଏମଡି, ଅଗ୍ନିଶମ ବିଭାଗ ଡିଜି, ଏନ୍‌ଏଚ୍‌ଏଆଇ ଜି ଏମ୍‌ ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।