ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଶିକ୍ଷୟିତ୍ରୀଙ୍କ ମ‌ାଡ଼ରେ ଛାତ୍ର ଗୁରୁତର

କଙ୍କଡାହାଡ଼: ବିଦ୍ୟାଳୟରେ ପ୍ରାର୍ଥନା ଚାଲିଥିବା ବେଳେ ଶିକ୍ଷୟିତ୍ରୀଙ୍କ ମାଡ଼ରେ ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି। କଙ୍କାଡ଼ାହାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ, ଆଜି ସକାଳେ ବିଦ୍ୟାଳୟରେ ପ୍ରାର୍ଥନା ଚାଲିଥିଲା। ଅନ୍ୟମାନଙ୍କ ଭଳି କେରଜୁଳି ପଞ୍ଚାୟତ ଗୋପପୁରର ଗଣପତି ମହାନ୍ତ ପ୍ରାର୍ଥନା କରୁଥିଲେ। କୌଣସି କାରଣ ନଥାଇ ଶିକ୍ଷୟିତ୍ରୀ କ୍ଷଣପ୍ରଭା ବେହେରା ପୁଅର ଛାତିକୁ ମୁଥ ମାରିଥିବା ଗଣପତିର ମା ଭାରତୀ କହିଛନ୍ତି। ତେବେ ମୁଥ ମାଡ଼ରେ ଛାତ୍ର ଜଣକ ଅସୁସ୍ଥ ହୋଇ ପଡ଼ିଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଆହତ ଛାତ୍ରକୁ ଡାକ୍ତରଖାନା ନେଇ ନଥିବା ସେ ଅଭିଯୋଗ କରିଛନ୍ତି। ଖବର ପାଇ ସେ ନିଜେ ସ୍କୁଲକୁ ଆସି ପୁଅକୁ ନେଇ ପ୍ରଥମେ କଙ୍କଡ଼ାହାଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ। ଆହତ ଛାତ୍ର ସୁସ୍ଥ ଥିବା ଓ ଏ ସମ୍ପର୍କରେ ତଦନ୍ତ କରାଯାଉଥିବା ବ୍ଲକ୍‌ ଶିକ୍ଷାଧିକାରୀ ସାଗର ଟୁଡ଼ୁ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି