ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଉତ୍କଳ ବିଶ୍ବବିଦ୍ୟାଳୟ: ସିଣ୍ଡିକେଟ୍‌ ବୈଠକକୁ ନେଇ କେଁ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌ ବୈଠକ ଗତ ୭ ତାରିଖ ଅପରାହ୍ଣ ୩ଟାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଯୋଗଦେଇଥିବା ସଦସ୍ୟଙ୍କ ଅନୁମୋଦନକ୍ରମେ ବିଶ୍ବବିଦ୍ୟାଳୟ ଉନ୍ନତୀକରଣ ନେଇ ରୂପରେଖ ପ୍ରସ୍ତୁତ ସହ ନୂତନ ନିଷ୍ପତ୍ତି ନିଆଯାଇଛି। ତେବେ ବୈଠକ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ନିକଟରେ କୌଣସି ଖବର ନାହିଁ। ବିଭାଗୀୟ ସଚିବ କିମ୍ବା ତାଙ୍କ ପ୍ରତିନିଧି ସିଣ୍ଡିକେଟ୍‌ର ସଦସ୍ୟ ହୋଇଥିଲେ ମଧ୍ୟ ବୈଠକ ହେବା ନେଇ କୌଣସି ଆଗୁଆ ସୂଚନା ଦିଆଯାଇ ନାହିଁ। ଏ ସମ୍ପର୍କରେ ଜଣାପଡ଼ିବା ପରେ ବିଭାଗୀୟ ଅଧିକାରୀ ଅସନ୍ତୋଷ ପ୍ରକାଶ କରିବା ସହ ଆଗକୁ ଯେପରି ଏଭଳି ତ୍ରୁଟି ନ ହୁଏ ଏବଂ ବୈଠକ ସମ୍ପର୍କରେ ୭ଦିନ ଆଗରୁ ସୂଚନା ଦେବାକୁ ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ କୁହାଯାଇଛି।

ବୈଠକ ସମ୍ପର୍କରେ ଆଗୁଆ ସୂଚନା ଦିଅ: ଉଚ୍ଚଶିକ୍ଷା ବିଭାଗ
ଦୁଇଥର ପତ୍ର ମାଧ୍ୟମରେ ଅବଗତ କରାଯାଇଥିଲା: କୁଳପତି

ବିଭାଗ ପକ୍ଷରୁ କୁହାଯାଇଛି ଯେ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌ ବୈଠକ ସମ୍ପର୍କରେ ଆଗୁଆ ସୂଚନା ଦେବାକୁ ୨୦୨୦ ସେପ୍ଟେମ୍ବର ୮, ୨୦୨୨ ଅକ୍ଟୋବର ୧, ୨୦୨୩ ଜୁନ୍‌ ୩ରେ ପତ୍ର ମାଧ୍ୟମରେ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା। ସି‌ଣ୍ଡିକେଟ୍‌ ବୈଠକର ଏଜେଣ୍ଡା ସମେତ ଅନେକ୍ସ(ଏସ୍‌) ସମ୍ପର୍କରେ ଉଚ୍ଚଶିକ୍ଷା ସଚିବଙ୍କ କିମ୍ବା ତାଙ୍କ ପ୍ରତିନିଧିଙ୍କୁ ଆଗୁଆ ସୂଚନା ଦେବା ଆବଶ୍ୟକ। ପରିଣାମ ସ୍ବରୂପ ବୈଠକରେ ସମସ୍ତ ସିଣ୍ଡିକେଟ୍‌ ସଦସ୍ୟ ଯୋଗଦେବା ସହ ସୁରୁଖୁରରେ ଏହା ଆୟୋଜନ ହୋଇପାରିବ। ବୈଠକ ଲାଗି ପ୍ରସ୍ତୁତ ହୋଇଥିବା ଏଜେଣ୍ଡାଗୁଡ଼ିକ ଆଗୁଆ ମିଳିବା ଦ୍ବାରା ବିଭାଗ ପକ୍ଷରୁ ତାହାକୁ ଭଲ ଭାବେ ସମୀକ୍ଷା କରାଯିବା ସହ ମୂଲ୍ୟବାନ ବିଷୟଗୁଡ଼ିକ ଉପରେ ଆଲୋଚନା କରାଯାଇ ବିଶ୍ବବିଦ୍ୟାଳୟ ଉନ୍ନତି ଦିଗରେ ପଦକ୍ଷେପ ନିଆଯାଇବ। ତେବେ ଗତ ସିଣ୍ଡିକେଟ୍‌ ବୈଠକ ସମ୍ପର୍କରେ କୌଣସି ପ୍ରକାର ଆଗୁଆ ସୂଚନା ଦିଆଯାଇ ନ ଥିଲା। ତେଣୁ ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ-୧୯୮୯ର ସେ‌କ୍ସନ-୧୦ ଅନୁଯାୟୀ ଏଣିକି ବୈଠକର ଗୁରୁତ୍ବକୁ ଉପଲବ୍ଧ କରି ସମୟ ପୂର୍ବରୁ ବିଭାଗକୁ ଏସମ୍ପର୍କରେ ଅବଗତ କରିବାର ଆବଶ୍ୟକତା ରହିଛି। ଫଳରେ ବିଶ୍ବବିଦ୍ୟାଳୟ ପରିଚାଳନାରେ ସମସ୍ତ ସହଯୋଗ ରହିବ।

ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କୁ ଏସମ୍ପର୍କରେ ଯୋଗଯୋଗ କରିବାରୁ ସେ କହିଲେ ଜୁଲାଇ ୭ରେ ସିଣ୍ଡିକେଟ୍‌ ବୈଠକ ହେବା ନେଇ ଉଚ୍ଚଶିକ୍ଷା ସଚିବଙ୍କୁ ଇ-ମେଲ୍‌ ମା‌ଧ୍ୟମରେ ଅବଗତ କରାଯାଇଥିଲା। ଜୁନ୍‌ ୨୬ ଓ ଜୁଲାଇ ୪ରେ ପତ୍ର ଲେଖାଯାଇ ବୈଠକ ସମ୍ପର୍କରେ ସବିଶେଷ ତଥ୍ୟ ଦିଆଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି