ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୨୦୨୫ରେ ହେବ ଭୟାନକ ସୌର ଝଡ଼! ଇଣ୍ଟରନେଟ୍‌ର ସର୍ବନାଶ ହୋଇପାରେ

ୱାସିଂଟନ: ସକଳ ଶକ୍ତିର ଆଧାର ସୂର୍ଯ୍ୟ ନିଜ ସୌର ଚକ୍ରର ଚରମ ସ୍ଥିତି ଆଡ଼କୁ ବଢ଼ିବାରେ ଲାଗିଛି । ଏଥିପାଇଁ ୨୦୨୫ରେ ଭୟାନକ ସୌର ଝଡ଼ ସୃଷ୍ଟି ହେବ ଏବଂ ଏହା ଇଣ୍ଟରନେଟ୍‌ ପାଇଁ ବିନାଶକାରୀ ହେବ ବୋଲି କେତେକ ବିଶେଷଜ୍ଞ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେବେ ଆମେରିକାର ମହକାଶ ଗ‌ବେଷଣା ସଂସ୍ଥା ନାସା ଏ ନେଇ କୌଣସି ଟିପ୍ପଣୀ ରଖିନାହିଁ।

ୱାସିଂଟନ ପୋଷ୍ଟ୍‌ର ଏକ ରିପୋର୍ଟ ମୁତାବକ ୨୦୨୫ରେ ଆସିବାକୁ ଥିବା ଏହି ସୌରଝଡ଼ ବିଶ୍ବର ଯୋଗାଯୋଗ ବ୍ୟବସ୍ଥାକୁ ଅକଳ୍ପନୀୟ କ୍ଷତି ପହଞ୍ଚାଇବା ଆଶଙ୍କା ରହିଛି। କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ପ୍ରଫେସର ଏସ୍‌. ଅବ୍‌ଦୁ ଜ୍ୟୋତି କହିଛନ୍ତି, ଅତି ଚରମ ପର୍ଯ୍ୟାୟର ସୌରଝଡ଼ ସମ୍ଭାବନା ଥିବାରୁ ଏହାର କ୍ଷୟକ୍ଷତି କେତେ ବ୍ୟାପକ ହେବ ତାହା ଅନୁମାନ କରିହେବନାହିଁ। ସୌର ଝଡ଼ ଯୋଗୁଁ ରେଡିଓ ବ୍ଲାକ୍‌ଆଉଟ ତଥା ପାୱାର ଗ୍ରିଡ୍‌ ବିଫଳ ହୋଇଯିବ ବୋଲି ମଧ୍ୟ କେତେକ ବିଶେଷଜ୍ଞ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ