ରାଜ୍ୟ

କସ୍‌ମୋପଲିସ୍ ଛକରେ ଟ୍ରାଫିକ୍‌ କଟକଣା

ଖଣ୍ଡଗିରି: କସ୍‌ମୋପଲିସ୍ ଛକଠାରୁ ହୋଟେଲ ୱେଲ୍‌କମ୍‌ ପର୍ଯ୍ୟନ୍ତ ଅଣ୍ଡର ପାସ୍‌ ଓ ୟାମାହା ସୋ’ରୁମ୍‌ ଠାରୁ କସ୍‌ମୋପଲିସ୍ ଛକ ପର୍ଯ୍ୟନ୍ତ ଫ୍ଲାଏ ଓଭର ନିର୍ମାଣ ପାଇଁ କଟକଣା ଲାଗୁ ହୋଇଛି। ଓଡ଼ିଶା ଅର୍ବାନ୍‌ ପୁଲିସ୍‌ ଆକ୍ଟ-୨୦୦୩ର ଧାରା-୨୮ ଏବଂ ପୁଲିସ କମିସନରେଟ୍‌ ଭୁବନେଶ୍ବର-କଟକ ଟ୍ରା‌ଫିକ୍‌ ଓ ପବ୍ଲିକ୍‌ ଅର୍ଡର-୨୦୦୮ ଧାରା-୩୬ ଅନୁସାରେ ଏହି କଟକଣା ଲାଗୁ ହୋଇଛି। କଟକଣା ଅନୁସାରେ, ଭୁବନେଶ୍ୱରରୁ ଖୋର୍ଦ୍ଧା ଆଡ଼କୁ ଯାଉଥିବା ସମସ୍ତ ଯାନବାହାନ କସ୍‌ମୋପଲିସ୍ ଛକଠାରୁ ବାମ ମୋଡ଼ ନେଇ ସର୍ଭିସ୍ ରୋଡ୍ ଦେଇ ୱେଲ୍‌କମ୍ ହୋଟେଲ୍‌ ପର୍ଯ୍ୟନ୍ତ ଯାଇ ଡାହାଣ ମୋଡ଼ ନେଇ ଜାତୀୟ ରାଜପଥ ନମ୍ବର-୧୬ରେ ଯିବେ। ଖୋର୍ଦ୍ଧାରୁ ଭୁବନେଶ୍ବର ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ୟାମାହା ସୋରୁମ୍‌ଠାରୁ ବାମ ମୋଡ଼ ନେଇ ସର୍ଭିସ୍ ରୋଡ୍ ଦେଇ କସ୍‌ମୋପଲିସ୍ ଛକ ପର୍ଯ୍ୟନ୍ତ ଯାଇ ଡାହାଣ ମୋଡ଼ ନେଇ ଜାତୀୟ ରାଜପଥ ନମ୍ବର ୧୬ରେ ଯିବେ। ଆସନ୍ତା ଅକ୍ଟୋବର ୨୮ ତାରିଖ ଅର୍ଥାତ୍‌ ୧୧୦ ଦିନ ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି।

‌ଅନ୍ୟପକ୍ଷରେ ଏହି କଟକଣା ଲାଗୁ ହେବା ପରଠାରୁ ସ୍ଥାନୀୟ ଅଞ୍ଚଳରେ ଏ‌‌ବେ ଅଭାବନୀୟ ପରିସ୍ଥିତି ସୃ‌ଷ୍ଟି ହେଲାଣି। ଅଣ୍ଡର ପାସ୍‌ ଓ ଫ୍ଲାଏ ଓଭର ବ୍ରିଜ୍‌ ନିର୍ମାଣ କାମ ଆରମ୍ଭ ହେବା ଦିନଠାରୁ ଅଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଛି। ଏବେ ଏହାର କାମ ପାଇଁ କଟକଣା ଲାଗିବା ପ‌ରେ ଟ୍ରା‌ଫିକ୍ ସମସ୍ୟା ଅସମ୍ଭାଳ ହୋଇ ପଡ଼ିଲାଣି। ଭୁବନେଶ୍ୱରରୁ ଖୋର୍ଦ୍ଧା ଆଡ଼କୁ ଯିବାକୁ ଚାହୁଥିବା ସମସ୍ତ ଯାନବାହନ ୱେଲ୍‌କମ ହୋଟେଲ୍‌ ସମ୍ମୁଖରୁ ଜାତୀୟ ରାଜପଥକୁ ଚଢ଼ିବା ବେ‌ଳକୁ ଏମ୍‌ସ ଆଡକୁ ଯିବାକୁ ଚାହୁଁଥିବା ଗାଡ଼ି ସହ ଦୁର୍ଘଟଣା ହେଉଛି।

ରାସ୍ତାଟି ଅତ୍ୟନ୍ତ ସଙ୍କୀର୍ଣ୍ଣ ହୋଇ ପଡ଼ିଥିବାରୁ ଉକ୍ତ ସ୍ଥାନରେ ୨୪ ଘଣ୍ଟା ଭିଡ଼ ହେଉଛି। କସ୍‌ମୋପଲିସ୍ ଓ ଡୁମୁଡୁମା‌ ପଟରୁ ବାହାରୁଥିବା କାର୍‌ଗୁଡ଼ିକ ଭୁବନେଶ୍ବର ଭିତରକୁ ଆସିବା ପାଇଁ ୩ କିଲୋମିଟର ବୁଲି ଶନିମନ୍ଦିର ଅଣ୍ଡରପାସ୍‌ ଦେଇ ଯିବାକୁ ପଡ଼ୁଛି। ତେଣୁ ‌ଚାଳକମାନେ ରଙ୍ଗ୍‌ରୁଟରେ ଗାଡ଼ି ଚଲାଇ ଖଣ୍ଡଗିରି ପର୍ଯ୍ୟନ୍ତ ଯାଉଥିବାରୁ ଟ୍ରାଫିକ୍‌ ସମସ୍ୟା‌ ଉତ୍କଟ ‌ହୋଇ ପଡ଼ୁଛି। ସେହିପରି ଖୋର୍ଦ୍ଧା ପଟୁ ଆସୁଥିବା ସମସ୍ତ ଗାଡ଼ି ଖଣ୍ଡଗିରି ଫ୍ଲାଏ ଓଭର ରାସ୍ତା‌ ସଙ୍କୀର୍ଣ୍ଣ ହୋଇଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାର ଉଭୟ ପାଖରେ ବଡ଼ ବଡ଼ ଆପାର୍ଟମେଣ୍ଟ, କଲୋନି, ଗାଁ, ଏମ୍‌ସ ଓ ବହୁ ବେସରକାରୀ ଡାକ୍ତରଖା‌ନା ଥିବାରୁ ରାସ୍ତା ଜାମ୍‌ କେବଳ ସାଧାରଣ ଲୋକଙ୍କୁ ନୁହେଁ, ବରଂ ହଜାର ହଜାର ରୋଗୀଙ୍କୁ ମଧ୍ୟ ଦହଗଞ୍ଜରେ ପକାଉଛି।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଖରାଦିନରେ ଏବଂ ରାତିରେ ମୁଖ୍ୟ ରାସ୍ତା ଗୁଡ଼ିକର କାମ କରିବା କଥା। ଏହି ରାସ୍ତାକୁ ଜାତୀୟ ରାଜପଥ ପ୍ରାଧୀକରଣ ସଂସ୍ଥା ଗୁରୁତ୍ବର ସହ ନେଇ କାମ କରୁ ନ ନ ଥିବାରୁ ହଇରାଣ ହେବାକୁ ପଡ଼ୁଛି। ବର୍ଷା ଦିନ ଆରମ୍ଭ ହୋଇଥିଲେ ମଧ୍ୟ କାମ ସରୁ ନାହିଁ। ଏବେ ଆକ୍ଟୋବର ଯାଏ ପୁଣି କଷ୍ଟ ସହିବାକୁ ପଡ଼ିବ ବୋଲି ମତପ୍ରକାଶ ପାଇଛି।

ସୂଚନା ଯୋଗ୍ୟ ଯେ କମିସନରେଟ ପୁଲିସ ପକ୍ଷରୁ ପ୍ରକାଶିତ ଇଂରାଜୀ ବିଜ୍ଞପ୍ତିରେ କଟକଣା ଅବଧି ୧୧୨ ଦିନ ଓ ଓଡ଼ିଆ ବିଜ୍ଞପ୍ତି ୧୧୦ ଦିନର କଟକଣା ଥିବା ଲେଖା ଯାଇଥିବାରୁ ଏନେଇ ସାମାଜିକ ଗଣମାଧ୍ୟମରେ ଆଜି ଟ୍ରୋଲ କରାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।