ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମହାନଦୀ ଜଳ ବିବାଦ ଶୁଣାଣି: ପଶ୍ଚିମାଞ୍ଚଳ କ୍ୟାଚ୍‌ମେଣ୍ଟ ଏରିଆକୁ ନେଇ ବିବାଦ

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ପଶ୍ଚିମାଂଚଳ କ୍ୟାଚ୍‌ମେଣ୍ଟ ଏରିଆର ସୀମା ନିର୍ଦ୍ଧାରଣକୁ ନେଇ ନୂଆ ବିବାଦ ଉପୁଜିଛି। ଆଜି ଟ୍ରିବ୍ୟୁନାଲଙ୍କ ଶୁଣାଣି ଅବସରରେ ଓଡ଼ିଶା ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୋହନ କାଟର୍କି ପଶ୍ଚିମାଂଚଳ କ୍ୟାଚ୍‌ମେଣ୍ଟ ଏରିଆ ମହାନଦୀ ଅବବାହିକାର ଅଂଶ ନୁହେଁ ବୋଲି କହିବା ସହ ଏହାର ସୀମା ନିର୍ଦ୍ଧାରଣକୁ ନେଇ ପୂର୍ବରୁ ହୋଇଥିବା ଆଲୋଚନା ଓ ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଥିଲେ। ସେ କହିଥିଲେ, ପଶ୍ଚିମାଂଚଳ କ୍ୟାଚ୍‌ମେଣ୍ଟ ଏରିଆର ଜଳ ମହାନଦୀ, ଏହାର ଉପନଦୀ ଓ ଶାଖାନଦୀକୁ ଯାଇ ନ ଥାଏ। ଏହା ନିଷ୍କାସିତ ହୋଇ ସିଧା ଚିଲିକାକୁ ଚାଲି ଯାଇଥାଏ। ତାହା ନିରପେକ୍ଷ କ୍ୟାଚ୍‌ମେଣ୍ଟ ଅଂଚଳ ଏବଂ ଏହା ମହାନଦୀ ଅବବାହିକାରେ ଆସୁନାହିଁ।

ଏ ସମ୍ପର୍କରେ ଆଇନଜୀବୀ ଶ୍ରୀ କାଟାର୍କି ପୁଣିଥରେ ଆସେସରଙ୍କ ସହିତ ଆଲୋଚନା ପାଇଁ ସୁଯୋଗ ଦିଆଯାଉ ବୋଲି ଟ୍ରିବ୍ୟୁନାଲଙ୍କୁ ଅନୁରୋଧ କରିଥିଲେ। ସେ ୬ ସପ୍ତାହ ସମୟ ମାଗିଥିଲେ ଏବଂ ଆଲୋଚନାରେ ଯାହା ବି ନିଷ୍ପତ୍ତି ହେବ ତାହା ପାଳନ କରାଯିବ ବୋଲି କହିଥିଲେ। ଟ୍ରିବ୍ୟୁନାଲ ଉଭୟ ଓଡ଼ିଶା ଓ ଛତିଶଗଡ଼କୁ ଚାରି ସପ୍ତାହ ସମୟ ପ୍ରଦାନ କରିବା ସହିତ ଧାର୍ଯ୍ୟ ସମୟ ଭିତରେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ କରିବା ପାଇଁ କହିଛନ୍ତି। ଅଗଷ୍ଟ ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ