ରାଜ୍ୟ ସ୍ପେଶାଲ ରିପୋର୍ଟ

ନୂଆ ବସ୍‌ଷ୍ଟାଣ୍ଡରୁ ଗଡ଼ିଲା ବସ୍‌

ଝାରସୁଗୁଡ଼ା: ଉଦ୍‌ଘାଟନ ହେବାର ୨ ଦିନ ବିଳମ୍ବରେ ହେଲେ ମଧ୍ୟ ଆଜିଠାରୁ ଝାରସୁଗୁଡ଼ା ନୂତନ ବସ୍‌ ଟର୍ମିନାଲରୁ ବସ୍‌ ଗଡ଼ିବା ଆରମ୍ଭ ହୋଇଛି। ସମସ୍ତ ଘରୋଇ ଓ ସରକାରୀ ବସ୍‌ ଏହି ଟର୍ମିନାଲ୍‌କୁ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ରୁଟ୍‌ ଚାର୍ଟ ଅନୁସାରେ ଗାଡ଼ି ଚଳାଚଳ ଆରମ୍ଭ ହୋଇଛି। ବସ୍‌ ଚଳାଚଳକୁ ବ୍ୟବସ୍ଥିତ କରିବା ପାଇଁ ବେହେରାମାଲ୍‌ ଛକ, ଡିପିଓ ଛକ ଓ ପ୍ରସନ୍ନ ପଣ୍ଡା ଛକରେ ପୁଲିସ୍‌ ମୁତୟନ କରାଯାଇଛି। ଯେଭଳି ଭାବେ କୌଣସି ବସ୍‌ ବେହେରାମାଲ ଛକ ଦେଇ ସହର ଭିତରକୁ ପ୍ରବେଶ ନକରିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ସେପଟେ ମାଳୀମୁଣ୍ଡା ଓ ଓଏମ୍‌ପି ପାର୍ଶ୍ବରେ ବି ପୁଲିସ୍‌ ମୁତୟନ ହୋଇ ଭାରୀଯାନଗୁଡ଼ିକୁ ସେହି ରାସ୍ତାରେ ଯିବାକୁ କହୁଛନ୍ତି। ତେବେ ପ୍ରଥମ ଦିନରେ ବସ୍‌ଷ୍ଟାଣ୍ଡରେ ସେତେଟା ଗହଳ ଚହଳ ଦେଖିବାକୁ ମିଳିନଥିଲା। କିଛି ବସ୍‌ ଟର୍ମିନାଲକୁ ପ୍ରବେଶ ନକରି ମୁଖ୍ୟ ରାସ୍ତାରୁ ହିଁ ଯାତ୍ରୀଙ୍କୁ ଉଠାଇ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିବା ଜଣାପଡ଼ିଛି।

ଗତକାଲିଠାରୁ କିଛି କୁଜି ନେତା ବସ୍‌ ଟର୍ମିନାଲ ସମ୍ମୁଖରେ ଉଠା ଦୋକାନୀଙ୍କୁ ବାଉଁଶ ପୋତି ଦୋକାନ କରିବାକୁ ଅନୁମତି ଦେଉଥିବା ଦେଖିବାକୁ ମିଳିଛି। ଏନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ମ୍ୟୁନିସିପାଲିଟି ପକ୍ଷରୁ ଆଉ କିଛି ପୋତା ଯାଇଥିବା ବାଉଁଶ କାଢ଼ି ଦିଆଯାଇଛି।

ଏଯାଏଁ ବ୍ୟବସ୍ଥିତ ହେଲାନି ଅଟୋ

ନୂଆ ବସ୍‌ ଟର୍ମିନାଲରୁ ପୁରୁଣା ବସ୍‌ଷ୍ଟାଣ୍ଡ ଓ ରେଳ ଷ୍ଟେସନର ଦୂରତା ୫ କିମିରୁ ଅଧିକ ହେଉଥିବାରୁ ଯାତ୍ରୀଙ୍କୁ ଯେଭଳି ସମସ୍ୟା ନହେବ ସେଥିପାଇଁ ଅଟୋ ଚାଳନା ବ୍ୟବସ୍ଥିତ କରାଯିବ ବୋଲି ପ୍ରଶାସନ ପକ୍ଷରୁ କହାଯାଇଥିଲା। ସହରରେ ଥିବା ୭୫୦ ଅଟୋକୁ ସ୍ବତନ୍ତ୍ର ଭାବେ ନମ୍ବରିଂ କରାଯାଇ ସବୁଥିରେ ରେଟ୍‌ ଚାର୍ଟ ଲଗାଯିବ ବୋଲି ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର ବର୍ତ୍ତମାନ ସୁଦ୍ଧା ଅଟୋ ଗଡ଼ିବା ପ୍ରକ୍ରିୟା ବ୍ୟବସ୍ଥିତ ହୋଇପାରିନଥିବାରୁ ଯାତ୍ରୀଙ୍କଠାରୁ ନିର୍ଦ୍ଧାରିତ ଦରରୁ ଅଧିକ ଭଡ଼ା ନିଆଯାଉଥିବା ଅଭିଯୋଗ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।