କଳା ଓ ସଂସ୍କୃତି ଧର୍ମ

ପାପ ହାତୀ, ପୁଣ୍ୟ ଅଙ୍କୁଶ

ପ୍ରତ୍ୟେକ ମାସରେ ଦୁଇଟି କରି ବର୍ଷ ମଧ୍ୟରେ ଚବିଶିଟି ଏକାଦଶୀ ପଡ଼େ। ଗୋଟିଏ କୃଷ୍ଣ ପକ୍ଷରେ ଓ ଗୋଟିଏ ଶୁକ୍ଳ ପକ୍ଷରେ। ଆଶ୍ୱିନ କୃଷ୍ଣପକ୍ଷ ଏକାଦଶୀକୁ ‘ଇନ୍ଦିରା’ ଏକାଦଶୀ ଓ ଶୁକ୍ଳପକ୍ଷ ଏକାଦଶୀକୁ ‘ପାପାଙ୍କୁଶା’ ଏକାଦଶୀ କହନ୍ତି।

ଏହି ନାମର ତାତ୍ପର୍ଯ୍ୟ ହେଉଛି- ଏହି ଏକାଦଶୀ ବ୍ରତ କଲେ ଯେଉଁ ପୁଣ୍ୟ ଅର୍ଜନ ହୁଏ, ସେହି ପୁଣ୍ୟର ଅଙ୍କୁଶରେ ପାପରୂପୀ ହାତୀକୁ ବେଧନ କରାଯାଇପାରେ। କଥିତ ଅଛି, ଏହି ଏକାଦଶୀ ପାଳନ କଲେ ଦଶପିଢ଼ି ମାତୃପକ୍ଷ, ଦଶପିଢ଼ି ପିତୃପକ୍ଷ, ଦଶପିଢ଼ି ସ୍ତ୍ରୀ ପକ୍ଷ ଓ ଦଶପିଢ଼ି ମିତ୍ରପକ୍ଷ ଉଦ୍ଧାର ପାଆନ୍ତି। ଏହି ଏକାଦଶୀ ବ୍ରତ ପାଳନ କଲେ ମନୁଷ୍ୟର ସମସ୍ତ ପାପର ପ୍ରାୟଶ୍ଚିତ ମଧ୍ୟ ହୋଇଥାଏ।
ଏକାଦଶୀ ଶ୍ରୀକୃଷ୍ଣଙ୍କ ଶରୀରରୁ ଉତ୍ପନ୍ନ ହୋଇଥିବାରୁ ଏହି ଦିନ ଭଗବାନ ପଦ୍ମନାଭଙ୍କୁ ପୂଜା କରାଯାଏ। ବ୍ରତଧାରୀ ଦଶମୀ ଦିନ ଥରେ ମାତ୍ର ଆହାର କରି, ଏକାଦଶୀ ଦିନ ସଂପୂର୍ଣ୍ଣ ଉପବାସ କରନ୍ତି। ଏକାଦଶୀ ଦିନ ପ୍ରାତଃକାଳରୁ ଶୁଦ୍ଧସ୍ନାନ କରି, ପୂଜା ଘରେ ଶୁଚିପୂର୍ଣ୍ଣ ଭାବେ କଳସ ସ୍ଥାପନ କରନ୍ତି। ଭଗବାନ ପଦ୍ମନାଭଙ୍କ ମୂର୍ତ୍ତିକୁ ପଞ୍ଚାମୃତରେ ସ୍ନାନ କରାଇ, ସେହି କଳସ ଉପରେ ତାହାଙ୍କୁ ସଂସ୍ଥାପିତ କରି, ଫୁଲ ଚନ୍ଦନ ଆଦିରେ ସୁସଜ୍ଜିତ କରନ୍ତି। ବ୍ରତଧାରୀ ‘ଓଁ ଭଗବତେ ବାସୁଦେବାୟ ନମଃ’ ମନ୍ତ୍ର ଜପ କରି ପୂଜା କରିଥାନ୍ତି। ସନ୍ଧ୍ୟା ଆଳତି ସମୟରେ ବିଷ୍ଣୁ ସହସ୍ରନାମ ଜପ କରନ୍ତି। ତା’ପରଦିନ ସ୍ନାନ ସାରି, ବ୍ରାହ୍ମଣଙ୍କୁ ଦାନ ଦକ୍ଷିଣା ଦେଇ ବ୍ରତ ଉଦ୍‌ଯାପନ କରନ୍ତି। ବ୍ରତକଥା ଅନୁସାରେ, ସୁନା, ତିଳ, ଭୂମି, ଗାଭୀ, ଅନ୍ନ, ଜଳ, ଛତା ଓ ଜୋତା ଆଦି ଦାନ କଲେ ବ୍ରତଧାରୀ ଅଶ୍ୱମେଧ ଯଜ୍ଞର ଫଳ ଲାଭ କରିବା ସହିତ ବିଷ୍ଣୁଲୋକ ପ୍ରାପ୍ତ ହୁଅନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ