ରାଜ୍ୟ

ପାକିସ୍ତାନ ପାଇଁ ଗୁଇନ୍ଦାଗିରି ମାମଲା: ସରିଲା ରିମାଣ୍ଡ, ଜେଲ୍‌ ଗଲା ଜାମ୍ବୁରେ

ଭୁବନେଶ୍ବର: ପାକିସ୍ତାନ ପାଇଁ ଗୁଇନ୍ଦାଗିରି ମାମଲାର ଅନ୍ୟତମ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେର ଆଜି ରିମାଣ୍ଡ ଅବଧି ଶେଷ ହୋଇଛି। ଶେଷ ଦିନରେ ଏନ୍‌ଆଇଏ, ଏଟିଏସ୍‌ ଓ ଏସ୍‌ଟିଏଫ୍‌ ତାକୁ ମାରାଥନ୍‌ ଜେରା କରି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛନ୍ତି। ଆତଙ୍କୀଙ୍କ ସହ ସମ୍ପର୍କରେ ଆସିବା ବା ସେମାନଙ୍କୁ ସହଯୋଗ କରିବା ପଛରେ ଜାମ୍ବୁରେର କେବଳ ଗୋଟିଏ ଉଦ୍ଦେଶ୍ୟ ଥିଲା, ପ୍ରଚୁର ଟଙ୍କା ରୋଜଗାର କରିବା। ଆତଙ୍କୀମାନେ ତାକୁ ରାତାରାତି କୋଟିପତି ବନାଇବାର ସ୍ବପ୍ନ ଦେଖାଇଥିଲେ। ମୋଟାରକମର ଅର୍ଥ ବି ଦେଇଥିଲେ। ତେବେ ସେ କେତେ ଟଙ୍କା ରୋଜଗାର କରିଛି? ସେ ଟଙ୍କାକୁ କେଉଁଠି ଲଗାଇଛି? କେତେ ସମ୍ପତ୍ତି କରିଛି? ସେ ସବୁ ତଥ୍ୟ ତଦନ୍ତକାରୀ ଟିମ୍‌ ହାତେଇଛନ୍ତି। ଖୁବ୍‌ଶୀଘ୍ର ତା’ର ବେଆଇନ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କମ୍ପିଟେଣ୍ଟ୍‌ ଅଥରିଟିଙ୍କୁ ଚିଠି କରାଯିବ। ଅପରପକ୍ଷେ, ହନିଟ୍ରାପ୍‌ ଲିଙ୍କ ନେଇ ମଧ୍ୟ ଖୋଳତାଡ଼ କରାଯାଉଛି। ତା’ଠାରୁ ମିଳିଥିବା ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆଧାରରେ ତଦନ୍ତ ଜାରି ରହିଛି ବୋଲି ଜଣେ ଅଧିକାରୀ କହିଛନ୍ତି। ତେବେ ଏନ୍‌ଆଇଏ ଓ ଏଟିଏସ୍‌ ଟିମ୍‌ ଜାମ୍ବୁରେ ସମେତ ଅନ୍ୟମାନଙ୍କୁ ରିମାଣ୍ଡରେ ନେବାକୁ ଯୋଜନା କରିଥିବା ଜଣାପଡ଼ିଛି।

ଆଜି ରିମାଣ୍ଡ ସରିବା ପରେ ଜାମ୍ବୁରେକୁ କୋର୍ଟରେ ହାଜର କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଏନ୍ଆଇଏ ଓ ଏଟିଏସ୍‌ ଟିମ୍‌ ମଧ୍ୟ ତଦନ୍ତ ସାରିବା ପରେ ଫେରିଯାଇଛନ୍ତି। ପ୍ରକାଶଯୋଗ୍ୟ, ମାସକୁ ୫୦ ହଜାର ଟଙ୍କା ଲୋଭରେ ନୟାଗଡ଼ ଇଟାମାଟିର ପଠାଣି ସାମନ୍ତ ଲେଙ୍କା, ଆଇଟିଆଇ କଲେଜ ଅଞ୍ଚଳର ସରୋଜ କୁମାର ନାୟକ ଓ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୌମ୍ୟ ପଟ୍ଟନାୟକ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟଙ୍କୁ ବିଭିନ୍ନ ତଥ୍ୟ ଯେଗାଇ ଆସୁଥିଲେ। ମେ’ ୧୪ରେ ପ୍ରଥମେ ଏସ୍‌ଟିଏଫ୍‌ ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୯ଟି ଦାମୀ ମୋବାଇଲ, ଲ୍ୟାପ୍‌ଟପ, ୪୭ଟି ସିମ୍‌କାର୍ଡ, ୬୧ଟି ଏଟିଏମ୍ କାର୍ଡ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିବା ପରେ ଆତଙ୍କୀ ଲିଙ୍କର ଗୁମର ପଦାକୁ ଆସିଥିଲା। ଏହାପରେ ପୁଲିସ ଜୁନ୍‌ ୮ରେ ନୟାଗଡ଼ର ପ୍ରଦ୍ୟୁମ୍ନ ସାହୁ ଓ ଜୁନ୍‌୨୧ରେ ଯାଜପୁର ଜିଲ୍ଲା ବରି ଅଞ୍ଚଳର ପ୍ରୀତମ କରକୁ ଗିରଫ କରିଥିଲା। ସେମାନଙ୍କୁ ରିମାଣ୍ଡରେ ଆଣି ଅନେକ ତଥ୍ୟ ହାତେଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।