ରାଜ୍ୟ

କର୍ମୀଙ୍କୁ ପୋଷିବା ପାଇଁ ୪ହଜାର କୋଟିର ଯୋଜନା: କଂଗ୍ରେସ

ଭୁବନେଶ୍ବର: ବିଗତ ୨୪ବର୍ଷରେ ରାଜ୍ୟ ସରକାର ମାଳ ମାଳ ଯୋଜନା କରିଛନ୍ତି। ତହିଁରୁ ଗୋଟିଏ ଯୋଜନାର ସଫଳ ରୂପାୟନ ହୋଇପାରିନାହିଁ। ପ୍ରତିଥର ନିର୍ବାଚନ ଆସିଲେ ରାଜ୍ୟ ରାଜକୋଷରୁ ହଜାର ହଜାର କୋଟି ଟଙ୍କା ବିଭିନ୍ନ ଯୋଜନା ନାଁରେ ଘୋଷଣା କରାଯାଉଛି। ଗତକାଲି ରାଜ୍ୟ ସରକାର ୪ହଜାର କୋଟିର ‘ମୋ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ପଞ୍ଚାୟତସ୍ତରରେ ନିଜର ସରପଞ୍ଚ, ୱାର୍ଡ ମେମ୍ବର ଓ ଅନ୍ୟ ନେତୃବୃନ୍ଦଙ୍କୁ ଅମୂଳକ ଉପାୟରେ ଏହି ଅର୍ଥ ବଣ୍ଟନ କରାଯିବ। ବିଜେଡିକୁ ପଞ୍ଚାୟତସ୍ତରରେ ସଶକ୍ତ କରିବା ପାଇଁ ଏହି ଘୋଷଣା ହୋଇଥିବା କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଥିଲେ, ୨୦୧୯ ସାଧାରଣ ନିର୍ବାଚନରେ କାଳିଆ, ବଳିଆ, ପିଠା ଯୋଜନା ଇତ୍ୟାଦି ଘୋଷଣା କରାଗଲା। ‘କାଳିଆ’ ଯୋଜନା ଦ୍ବାରା ରାଜ୍ୟ କୃଷକଙ୍କ ଆୟ ବୃଦ୍ଧି ପାଇବ ବୋଲି ସରକାର କହିଥିଲେ। ମାତ୍ର ‌ଯୋଜନାର ୨ବର୍ଷ ପରେ ଅର୍ଥାତ୍ ୨୦୨୧ ମସିହା ତଥ୍ୟରେ ଓଡ଼ିଶାରେ କୃ‌ଷକଙ୍କ ଆୟ ଦେଶରେ ଦ୍ବିତୀୟ ସର୍ବନିମ୍ନ। ୩୫ ପ୍ରତିଶତ ଜମିକୁ ଜଳସେଚନ ଯୋଗାଇ ଦିଆଯିବ ବୋଲି ସରକାର ୨୦୦୯ ମସିହାରେ କହିଥିଲେ, ଏହା ହୋଇପାରିଲା ନାହିଁ। ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଉଦ୍‌ବେଗଜନକ। ରାଜ୍ୟର ୬୫ଭାଗ ମହିଳା ରକ୍ତହୀନତାର ଓ ଅପପୁଷ୍ଟିର ଶିକାର। ପ୍ରାଥିମକ ଶିକ୍ଷା ଭୁଶୁଡ଼ି ପଡ଼ିଲାଣି। ୫୩ହଜାର ଶିକ୍ଷକ ପଦବି ଖାଲି ପଡ଼ିଛି। ମାତ୍ର ଏସବୁ ରାଜ୍ୟ ସରକାରଙ୍କ ଏଜେଣ୍ଡାରେ ନ ଥିବା ସେ କହିଛନ୍ତି।

କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଥିଲେ, ରାଜ୍ୟର ୪୪ହଜାର ୯ଶହ ସ୍କୁଲରେ ପ୍ରାୟ ଗୋଟିଏ ଶ୍ରେଣୀ ଗୃହ ରହିଛି। ଏହା ‌ହେଉଛି ରାଜ୍ୟ ସରକାରଙ୍କ ଉପଲବ୍ଧି। ନବୀନ ବାବୁଙ୍କ ସରକାରର କୌଣସି ଜଣେ ମନ୍ତ୍ରୀ ତାଙ୍କ ବିଭାଗର ସଫଳତା ବିଷୟରେ କହିପାରିବେ କି ? ରାଜ୍ୟ ସରକାର ଦୁର୍ନୀତିକୁ ନୀତି କରିସାରିଛନ୍ତି। ଲକ୍ଷ ଲକ୍ଷ ଯୁବକ ଆଜି ବେରୋଜଗାର। ନିଯୁକ୍ତିର ସୁଯୋଗ ନାହିଁ। କୋଟି କୋଟି ଟଙ୍କାର ପୁଞ୍ଜି ନିବେଶର ଚିଠା ଗଣମାଧ୍ୟମରେ ବଣ୍ଟା ଯାଉଛି। ହେଲେ ଏ ଶିଳ୍ପ କେଉଁଠି ସ୍ଥାପନ ହେଲା ଓ କେତେ ନିଯୁକ୍ତି ହୋଇଛି ତାହାର ହିସାବ ନାହିଁ। ରାଜ୍ୟର ୩୦ଲକ୍ଷ ଓଡ଼ିଆ ଲୋକ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ଗ୍ରାମାଞ୍ଚଳରେ ଯଦି ଏତେ ସୁଯୋଗ ରହିଛି ତାହାଲେ ଏତେ ଲୋକ ବାହାରକୁ ଯାଉଛନ୍ତି କାହିଁକି ? ମେରୁଦଣ୍ଡ ବିହୀନ ସରକାର କେବଳ କୋମାରେ ଚାଲିଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।