ନୂଆଦିଲ୍ଲୀ: ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏକ ସ୍କୁଲ୍ ବସ୍ ଏବଂ ଏକ ଏସ୍ୟୁଭି ଆଜି ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଏସ୍ୟୁଭିରେ ଥିବା ଗୋଟିଏ ପରିବାରର ମୋଟ୍ ୬ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଛି। ପୁଲିସ ଅନୁଯାୟୀ ଦୁର୍ଘଟଣା ପାଇଁ ବସ୍ ଡ୍ରାଇଭର ସମ୍ପୂର୍ଣ୍ଣ ଦାୟୀ। ସ୍କୁଲ୍ ବସ୍ ଭୁଲ୍ ଦିଗରୁ ଆସୁଥିଲା ଏବଂ ଏହା ଏସ୍ୟୁଭି ଉପରକୁ ମାଡ଼ି ଯାଇଥିଲା। ବସ୍ଟି ନଏଡ଼ା ବାଲ୍ ଭାରତୀ ସ୍କୁଲ୍ର। ବସ୍ ଡ୍ରାଇଭର ଦିଲ୍ଲୀରେ ସିଏନ୍ଜି ଭର୍ତ୍ତି କରିବାପରେ ଭୁଲ୍ ଦିଗରୁ ଆସୁଥିଲା। ପ୍ରାୟ ୮ କିମି ପର୍ଯ୍ୟନ୍ତ ବସ୍ଟି ଭୁଲ୍ ଦିଗରେ ଆସିବାପରେ ଏହା ଏସ୍ୟୁଭି ସହ ପିଟି ହୋଇଥିଲା। ଏସ୍ୟୁଭିରେ ମୋଟ୍ ୮ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ମଧ୍ୟ ଅଛନ୍ତି। ସେମାନେ ମିରଟରୁ ଆସୁଥିଲେ ଏବଂ ସେମାନଙ୍କର ଗୁରୁଗ୍ରାମ ଯିବାର ଥିଲା।
ଦିଲ୍ଲୀ-ମିରଟ ଏକ୍ସପ୍ରେସ୍ୱେରେ ସଡ଼କ ଦୁର୍ଘଟଣା: ଭୁଲ୍ ଦିଗରେ ଆସି ଏସ୍ୟୁଭି ଉପରେ ମାଡ଼ିଗଲା ସ୍କୁଲ୍ ବସ୍, ୬ ମୃତ