ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପଞ୍ଚାୟତ ନିର୍ବାଚନରେ ମମତାଙ୍କ ବିଜୟ: ୧୮ ହଜାରରୁ ଅଧିକ ଆସନ ହାସଲ କଲା ଟିଏମ୍‌ସି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ପୁଣିଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ବଡ଼ ବିଜୟ ହେବ ବୋଲି ସ୍ପଷ୍ଟ ହୋଇଯାଇଛି। ମମତାଙ୍କ ଦଳ ଟିଏମ୍‌ସି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବାଜି ମାରିନେଇଛି। ରାଜ୍ୟରେ ଗତ ୮ ତାରିଖରେ ୬୩,୨୨୯ ଗ୍ରାମ ପଞ୍ଚାୟତ ଆସନ, ୯,୭୩୦ ପଞ୍ଚାୟତ ସମିତି ଆସନ ଏବଂ ୯୨୮ ଜିଲ୍ଲା ପରିଷଦ ଆସନରେ ଭୋଟ୍‌ ଗ୍ରହଣ ହୋଇଥିଲା। ୬୩୨୨୯ ଗ୍ରାମ ପଞ୍ଚାୟତ ଆସନରୁ ଆଜି ୨୭,୯୮୫ ଆସନରେ ଫଳ ଘୋଷଣା କରାଯାଇଛି। ରାଜ୍ୟ ନିର୍ବାଚନ କମିସନ୍‌ଙ୍କ ତଥ୍ୟ ଅନୁଯାୟୀ ସନ୍ଧ୍ୟା ୭.୩୦ ସୁଦ୍ଧା ହୋଇଥିବା ଗଣତିରେ ଟିଏମ୍‌ସି ୧୮,୬୦୬ ଗ୍ରାମ ପଞ୍ଚାୟତ ଆସନରେ ବିଜୟୀ ହୋଇଛି ଏବଂ ୮,୧୮୦ ଆସନରେ ଆଗୁ୍ଆ ରହିଛି। ଟିଏମ୍‌ସି ପ୍ରତିଦ୍ବନ୍ଦ୍ବୀ ବିଜେପି ୪,୪୮୨ ଆସନରେ ଜିତିଥିବା ବେଳେ ୨,୪୧୯ ଆ‌ସନରେ ଆଗୁଆ ରହିଛି। ସେହିପରି ଲେଫ୍ଟ ଫ୍ରଣ୍ଟ୍‌ ୧୫୦୩ ଆସନରେ ବିଜୟୀ ହୋଇଛି। କେବଳ ସିପିଆଇ(ଏମ୍‌) ୧୪୨୪ ଆସନରେ ବିଜୟୀ ହୋଇଛି। କଂଗ୍ରେସ ୧୦୭୩ ଆସନରେ ବିଜୟୀ ହୋଇଥିବା ବେଳେ ୬୯୩ ଆସନରେ ଆଗୁଆ ରହିଛି।

୨୨ଟି ଜିଲ୍ଲାରେ ୩୩୯ଟି ଗଣତି କେନ୍ଦ୍ରରେ ଆଜି ଭୋଟ୍‌ ଗଣତି ହୋଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଗଣତି ଜାରି ରହିବ ବୋଲି ଜଣାପଡ଼ିଛି। ୯୨୮ ଜିଲ୍ଲା ପରିଷଦ ଆସନରୁ ଟିଏମ୍‌ସି ୧୮ଟି ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛି ଏବଂ ୬୪ଟି ଆସନରେ ଆଗୁଆ ରହିଛି। ସିପିଆଇ (ଏମ୍‌) ୨ ଆସନରେ ବିଜୟୀ ହୋଇଛି। ଜିଲ୍ଲା ପରିଷଦରେ ବିଜେପି କୌଣସି ଗୋଟିଏ ଆସନରେ ଆଗୁଆ ନାହିଁ। ଅନ୍ୟପକ୍ଷେ ୯,୭୨୮ ପଞ୍ଚାୟତ ସମିତି ଆସନରୁ ଟିଏମ୍‌ସି ୧୧୮ ଆସନରେ ବିଜୟୀ ହୋଇଥିବା ବେଳେ ୭୮୨ ଆସନରେ ଆଗୁଆ ରହିଛି। ବିଜେପି ୭୯ ଆସନରେ ଆଗୁଆ ରହିଥିଲେ ବି କୌଣସି ଗୋଟିଏ ଆସନରେ ଏଯାଏଁ ବିଜୟୀ ହୋଇପାରିନି। ସିପିଆଇ (ଏମ୍‌) ଗୋଠିଏ ଆସନରେ ବିଜୟୀ ହୋଇଥିବାବେଳେ ୨୭ ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷେ କଂଗ୍ରେସ ୮ଟି ଆସନରେ ଆଗୁଆ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ