ଅପରାଧ ରାଜ୍ୟ

ସୁଟକେସରେ ଚାଲାଣ ହେଉଥିଲା ଗଞ୍ଜେଇ, ରେଳଷ୍ଟେସନରୁ ଧରାପଡ଼ିଲେ ୫ ଅଭିଯୁକ୍ତ

ରାୟଗଡା: ଗଞ୍ଜେଇ ଚୋରା ଚାଲାଣ ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଥିବାର ଆପଣ ଅନେକ ସମୟରେ ପଢୁଥିବେ | ତେବେ ରାୟଗଡା ରେଳ ସୁରକ୍ଷା ବଳ ଏଭଳି ଏକ ଗ୍ୟାଙ୍ଗକୁ ଗିରଫ କରିଛି ଯେଉଁମାନେ ସୁଟକେସରେ ଗଞ୍ଜେଇ ଚୋରାଚାଲାଣ କରୁଥିଲେ | ମିଳିଥିବା ସୂଚନା ମୁତାବକ ଗତକାଲି ବିଶ୍ୱସ୍ତ ସୂତ୍ରରୁ ରେଳସୁରକ୍ଷା ବଳଙ୍କୁ ସୂଚନା ମିଳିଥିଲା ଯେ ବିଶାଖାପାଟଣା-ଦୁର୍ଗ ଏକ୍ସପ୍ରେସ ମାଧ୍ୟମରେ ବିପୁଳ ପରିମାଣର ଗଞ୍ଜେଇ ଚୋରାଚାଲାଣ କରାଯାଉଛି |

ଏହାପରେ ରାୟଗଡାରେ ଟ୍ରେନ ପହଞ୍ଚିବା ପରେ ରେଳ ସୁରକ୍ଷାବଳ ପକ୍ଷରୁ ଟ୍ରେନରେ ଯାଞ୍ଚ କରାଯାଇଥିଲା | ଏହାପରେ ଏସି ବଗିରେ ଯାଉଥିବା ୫ ଜଣ ଯାତ୍ରୀଙ୍କୁ ନେଇ ସନ୍ଦେହ ଉପୁଜିଥିଲା | ସେମାନଙ୍କ ପାଖରେ ବଡ ବଡ ସୁଟକେଶ ଥିବାବେଳେ ଏଥିରେ କଣ ଅଛି ପଚାରିବାରୁ ସେମାନେ ଏନେଇ ସୂଚନା ଦେଇପାରିନଥିଲେ | ଏହାପରେ ସୁଟକେଶକୁ ଖୋଲାଯିବାରୁ ଏଥିରୁ ବିପୁଳ ପରିମାଣର ଗଂଜେଇ ଜବତ ହୋଇଥିଲା | ଏହାପରେ ଆରପିଏଫ ସୁଟକେଶ ନେଇକି ଯାଉଥିବା ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି |

ଏହି ଅଭିଯୁକ୍ତମାନେ ହେଉଛନ୍ତି ଉତ୍ତରପ୍ରଦେଶ ଆଲିଗଡର ଅସଲମ, ଇମ୍ରାନ ଖାନ, ତାହିର, ଜାଫରୁଦ୍ଦିନ, ଅଦନାନ | ଏମାନଙ୍କ ନିକଟରୁ ୧୭୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି |

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।