ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସୁପ୍ରିମ୍‌କୋର୍ଟରେ କେନ୍ଦ୍ର ସରକାରଙ୍କୁ ଝଟ୍‌କା: ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ବେଆଇନ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବଢ଼ାଇବା ମାମଲାରେ କେନ୍ଦ୍ର ସରକାରଙ୍କୁ ବଡ଼ ଝଟ୍‌କା ଲାଗିଛି। ସୁପ୍ରିମ୍‌କୋର୍ଟ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ବେଆଇନ ବୋଲି କହିଛନ୍ତି ଏବଂ ଜୁଲାଇ ୩୧ ସୁଦ୍ଧା କାର୍ଯ୍ୟାଳୟ ଛାଡ଼ିବା ପାଇଁ ସମୟସୀମା ଧାର୍ଯ୍ୟ କରିଛନ୍ତି। ଅଦାଲତ କହିଛନ୍ତି, ତୃତୀୟ ଥର ପାଇଁ ତାଙ୍କର କାର୍ଯ୍ୟକାଳ ବଢ଼ାଇବା ଆଇନ ଦୃଷ୍ଟିରୁ ବୈଧ ନୁହେଁ। ତେବେ ଅଦାଲତ ଡିଏସ୍‌ପିଇ(ଦିଲ୍ଲୀ ସ୍ବତନ୍ତ୍ର ପୁଲିସ ପ୍ରତିଷ୍ଠାନ) ଏବଂ ସିଭିସି (କେନ୍ଦ୍ରୀୟ ସତର୍କତା ଆୟୋଗ) ଆଇନରେ ସଂଶୋଧନକୁ ସଠିକ୍‌ ଦର୍ଶାଇଛନ୍ତି। ଏହି ସଂଶୋଧନ ବ୍ୟବସ୍ଥାରେ ସରକାର ସିବିଆଇ ଏବଂ ଇଡି ନିର୍ଦ୍ଦେଶକଙ୍କ ଦୁଇ ବର୍ଷର ନିଶ୍ଚିତ କାର୍ଯ୍ୟକାଳ ପରେ ଆଉ ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳ ଅବଧି ବଢ଼ାଇପାରିବେ।

ଆଜି ସଂଜୟ ମିଶ୍ରଙ୍କ ମାମଲାରେ ସୁପ୍ରିମ୍‌କୋର୍ଟ କହିଛନ୍ତି, ସେ କେବଳ ୩୧ ତାରିଖ ପର୍ଯ୍ୟନ୍ତ ଦାୟିତ୍ବରେ ରହିପାରିବେ ଏବଂ ଏହି ସମୟ ମଧ୍ୟରେ କେନ୍ଦ୍ର ସରକାର ବିକଳ୍ପ ବ୍ୟବସ୍ଥା କରିବାକୁ ହେବ। ଜଷ୍ଟିସ ବିଆର୍‌ ଗୱାଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ୨୨ ନଭେମ୍ବର ପରେ ସଂଜୟ ମିଶ୍ରଙ୍କ ସେବା କାର୍ଯ୍ୟକାଳ ପୁଣି ବଢ଼ାଇବା ଉଚିତ ନଥିଲା। ସୂଚନାଯୋଗ୍ୟ, ଆଜି ଯଦି ସୁପ୍ରିମ୍‌କୋର୍ଟ ମିଶ୍ରଙ୍କ କାର୍ଯ୍ୟକାଳ ଅବଧି ବଢ଼ାଇବା ନିଷ୍ପତ୍ତିକୁ ଖାରଜ କରିନଥାନ୍ତେ, ତା’ହେଲେ ୨୦୨୩ ନଭେମ୍ବର ପର୍ଯ୍ୟନ୍ତ ସେ ଦାୟିତ୍ବରେ ରହିଥାନ୍ତେ। ସରକାର ଗତବର୍ଷ ନଭେମ୍ବରରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ।
ସଂଜୟ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତିକୁ ଚ୍ୟାଲେଂଜ କରି କଂଗ୍ରେସ ନେତା ରଣଦୀପ ସିଂହ ସୂର୍ଯେୱାଲା, ଟିଏମ୍‌ସି ସାଂସଦ ମହୁହା ମୋଇତ୍ରାଙ୍କ ସମେତ ଅନେକ ବ୍ୟକ୍ତି ଚ୍ୟାଲେଂଜ କରିଥିଲେ। ୧୯୮୪ ବ୍ୟାଚ୍‌ର ଆଇଆର୍‌ଏସ୍‌ ଅଧିକାରୀ ମିଶ୍ର ଆର୍ଥିକ ମାମଲାରେ ଦଣେ ଦକ୍ଷ ଅଫିସର ଭାବେ ଜଣାଶୁଣା। ପୂର୍ବରୁ ଦିଲ୍ଲୀ ଆୟକର ବିଭାଗର ମୁଖ୍ୟ କମିସନର ଭାବେ କାର୍ଯ୍ୟ କରିଥିବା ମିଶ୍ର ଅନେକ ହାଇପ୍ରୋଫାଇଲ ମାମଲାର ତଦନ୍ତ କରିଥିଲେ। ସଂଜୟ ମିଶ୍ରଙ୍କୁ ପ୍ରଥମେ ୧୦ ନଭେମ୍ବର ୨୦୧୮ରେ ଦୁଇ ବର୍ଷ ପାଇଁ ଇଡି ନିର୍ଦ୍ଦେଶକ ନିଯୁକ୍ତି ଦିଆଯାଇଥିଲା।

ସେ ୨୦୨୦ ନଭେମ୍ବରରେ ପଦ ଛାଡ଼ିବାର ଥିଲା, କିନ୍ତୁ ଏହା ପୂର୍ବରୁ ସେ ଅବସର ବୟସରେ ପହଞ୍ଚି ଯାଇଥିଲେ। ନଭେମ୍ବର ୨୦୨୦ରେ ତାଙ୍କ କାର୍ଯ୍ୟକାଳ ଶେଷହେବା ପୂର୍ବରୁ ସରକାର ତାଙ୍କ କାର୍ଯ୍ୟକାଳକୁ ୨ ବର୍ଷ ସ୍ଥାନରେ ୩ ବର୍ଷକୁ ବଢ଼ାଇଥିଲେ। ଏହାପରେ ନଭେମ୍ବର ୨୦୨୧ ଏବଂ ନଭେମ୍ବର ୨୦୨୨ରେ ତାଙ୍କ କାର୍ଯ୍ୟକାଳ ପୁଣି ବଢ଼ିଥିଲା। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ୨୦୨୧ରେ କେନ୍ଦ୍ରୀୟ ସତର୍କତା ଆୟୋଗ ଅଧିନିୟମ ସହିତ ଦିଲ୍ଲୀ ସ୍ବତନ୍ତ୍ର ପୁଲିସ ପ୍ରତିଷ୍ଠାନ ଅଧିନିୟମରେ ସଂଶୋଧନ ପାଇଁ ଅଧ୍ୟାଦେଶ ଆଣିଥିଲେ। ଏହି ଆଧାରରେ ସିବିଆଇ ଏବଂ ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ତିନି ଥର ପାଇଁ ବ‌ର୍ଷେ ଲେଖାଏ ବଢ଼ାଇବାକୁ ପ୍ରାବଧାନ ରହିଛି । ଏହି ଅଧ୍ୟାଦେଶ ସଂସଦରେ ଗୃହୀତ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ