ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମହାନଦୀ ଜଳ ବିବାଦ ମାମଲା: ଟ୍ରିବ୍ୟୁନାଲ ଆସେସରଙ୍କ ଦ୍ବାରା କ୍ଷେତ୍ର ପରିଦର୍ଶନ ରିପୋର୍ଟ ପ୍ରସ୍ତୁତ

ନୂଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବ‌ାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଆସନ୍ତାକାଲି ମାମଲାର ୩୭ତମ ଶୁଣାଣି କରିବେ। ଶୁଣାଣି ପୂର୍ବରୁ ଟ୍ରିବ୍ୟୁନାଲଙ୍କ ଦ୍ବାରା ପ୍ରସ୍ତୁତ ଅଫିସ ରିପୋର୍ଟରେ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଅବବାହିକାର ଅବବାହ କ୍ଷେତ୍ରର ଭୂସ୍ଥାନିକ ଚିତ୍ରଣ କାର୍ଯ୍ୟ ଶେଷ ହୋଇଛି। ମହାନଦୀ ଅବବାହିକାର ସମଗ୍ର ଅଂଚଳ ୧,୪୪,୮୮୩.୧୭ ବର୍ଗ କିମି ରହିଥିବା ଏବଂ ଏନେଇ କନସୋଲିଡେଟେଡ୍ ସେପ୍ ଫାଇଲ ପ୍ରସ୍ତୁତ କରାଯାଇଛି ବୋଲି ଅଫିସ ରିପୋର୍ଟରେ କୁହାଯାଇଛି।

ମହାନଦୀ ଅବବାହିକା ଓ ଉପ ଅବବାହିକାର ସୀମା ନିର୍ଦ୍ଧାରଣ କାର୍ଯ୍ୟ ତ୍ବରାନ୍ନିତ ସଂପର୍କରେ ଜୁନ ୨୦ରେ ଉଭୟ ରାଜ୍ୟ ଦ୍ବାରା ଟ୍ରିବ୍ୟୁନାଲକୁ ଅବଗତ କରାଯାଇଛି। ମହାନଦୀ ତ୍ରିକୋଣ ଭୂମି ଅଂଚଳ ୧୧,୫୪୨.୦୯ ବର୍ଗ କିମି ନେଇ ଦୁଇ ରାଜ୍ୟ ସହମତି ହୋଇଛନ୍ତି। ଅଫିସ ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଉଭୟ ରାଜ୍ୟର ମହାନଦୀ ଅବବାହିକା ପରିଦର୍ଶନ ସମୟରେ ପ୍ରତ୍ୟେକ ଦିନ ପରିଦର୍ଶନ କରାଯାଇଥିବା ସ୍ଥାନର ରିପୋର୍ଟ ଆସେସର ମାନଙ୍କ ଦ୍ବାରା ସଂକଳନ କରାଯାଇଥିଲା‌। କ୍ଷେତ୍ର ପରିଦର୍ଶନ ପରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଦୁଇ ରାଜ୍ୟକୁ ପରସ୍ପର ମଧ୍ୟରେ ଡାଟାର ଆବଶ୍ୟକତାକୁ ନେଇ ସପ୍ତାହ ଭିତରେ ଟ୍ରିବ୍ୟୁନାଲଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁସାରେ ଛତିଶଗଡ଼ ଓଡ଼ିଶା ଠାରୁ ସୂଚନା/ଡାଟା/ରେକର୍ଡ ହାସଲ କରିବା ପାଇଁ ଜୁନ ୬ରେ ପତ୍ର ଲେଖିଥିଲା। ସେହିଭଳି ଓଡ଼ିଶା ପକ୍ଷରୁ ଜୁନ ୯ରେ ସୂଚନା/ଡାଟା/ରେକର୍ଡ ହାସଲ ପାଇଁ ଛତିଶଗଡ଼କୁ ପତ୍ର ଲେଖାଯାଇଥିଲା। ପୁଣିଥରେ ଅତିରିକ୍ତ ତଥ୍ୟ ପାଇଁ ଛତିଶଗଡ଼ ପକ୍ଷରୁ ଓଡ଼ିଶାକୁ ଜୁନ ୨୦ରେ ପତ୍ର ଲେଖାଯାଇଥିଲା।

ସମସ୍ତ ସୂଚନା/ଡାଟା/ରେକର୍ଡକୁ ଟ୍ରିବ୍ୟୁନାଲଙ୍କ ଦ୍ବାରା ଅନୁଧ୍ୟାନ କରାଯାଇଥିଲା। ଦୁଇ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନର ରିପୋର୍ଟ ଟ୍ରିବ୍ୟୁନାଲଙ୍କ ଆସେସରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଅଫିସ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆସନ୍ତାକାଲିର ଶୁଣାଣି ବେଳେ ଆସେସରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟକୁ ଆଧାର କରି ଟ୍ରିବ୍ୟୁନାଲ ଗୁରତ୍ବପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିବା ସମ୍ଭାବନା ରହିଛି। ଟ୍ରିବ୍ୟୁନାଲ ଏପ୍ରିଲ-ମେ’ ମାସରେ ଦୁଇ ରାଜ୍ୟ-ଛତିଶଗଡ଼ ଓ ଓଡ଼ିଶାର ମହାନଦୀ ଅବବାହିକାର କ୍ଷେତ୍ର ପରିଦର୍ଶନ ଅର୍ନ୍ତଗତ ୪୦ରୁ ଊର୍ଦ୍ଧ୍ବ ସ୍ଥାନଗୁଡ଼ିକର ପରିଦର୍ଶନ କରି ଗ୍ରାଉଣ୍ଡ ଜିରୋରୁ ସ୍ଥିତିର ଅନୁଧ୍ୟାନ କରିଥିଲେ।

ଉଲ୍ଲେଖଯୋଗ୍ୟ, ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ୩୬ ଥର ମାମଲାର ଶୁଣାଣି କରିସାରିଛନ୍ତି ଏବଂ ମୂଳ ମାମଲାର ଶୁଣାଣି ପାଇଁ ୪୬ଟି ପ୍ରସଙ୍ଗ ନିର୍ଧାରଣ କରିସାରିଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୧୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଧାର୍ଯ୍ୟ ସମୟସୀମା ମଧ୍ୟରେ ଟ୍ରିବ୍ୟୁନାଲ ଏହି ବିବାଦ ସମାଧାନ କରିବାରେ ସକ୍ଷମ ହୋଇ ନଥିବାରୁ ଟ୍ରିବ୍ୟୁନାଲଙ୍କ ଅନୁରୋଧ ପରେ କେନ୍ଦ୍ର ସରକାର ଏହି ଅବଧି ବୃଦ୍ଧି କରିଛନ୍ତି। ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଥିବା ତଥା କ୍ଷେତ୍ର ପରିଦର୍ଶନ କାର୍ଯ୍ୟ ଶେଷ ହୋଇଥିବାରୁ ଆଗକୁ ମାମଲାର ଶୁଣାଣି ନିୟମିତ ବ୍ୟବଧାନରେ ହେବ ବୋଲି ମାମଲାରେ ନିୟୋଜିତ ଆଇନଜୀବୀମାନେ ଆଶା ପ୍ରକାଶ କରିଛନ୍ତି। ହେଲେ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ରାୟ ଟ୍ରିବ୍ୟୁନାଲ କେବେ ପ୍ରକାଶ କରିବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ