ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭିଜିଟର୍ସ କନଫରେନ୍ସ-୨୦୨୩ ଉଦ୍‌ଘାଟିତ

ନୂଆଦିଲ୍ଲୀ: ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀ ମାନଙ୍କର ଚରିତ୍ର ନିର୍ମାଣକୁ ପ୍ରାଥମିକତା ଦିଆଯିବା ଉଚିତ୍। ସେମାନଙ୍କୁ ନୈତିକତା, ସମ୍ବେଦନଶୀଳତା,ପରୋପକାର ତଥା ଭାରତୀୟ ମୂଲ୍ୟବୋଧ ଆଧାରରେ ଶିକ୍ଷାର ଉପଯୋଗ କରିବା ପାଇଁ ସମର୍ଥ କରିବାକୁ ମଙ୍ଗଳବାର ରାଷ୍ଟ୍ରପତି ଭବନଠାରେ ଅନୁଷ୍ଠିତ ଦୁଇ ଦିବସୀୟ ‘ଭିଜିଟର କନଫରେନ୍ସ-୨୦୨୩’ର ଉଦ୍‌ଘାଟନ ସମାରୋହରେ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

 ଜ୍ଞାନର ମହାଶକ୍ତି ହେବ ଭାରତ: ଧର୍ମେନ୍ଦ୍ର

ଏହି ଉଦ୍‌ଘାଟନ ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ସମସ୍ତ ଶିକ୍ଷାବିତ୍‌ମାନଙ୍କୁ ମାର୍ଗଦର୍ଶନ ନିମନ୍ତେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାବ୍ୟତୀତ ସେ କହିଛନ୍ତି ଯେ ଆଗାମୀ ୨୫ ବର୍ଷ ଆମ ସମସ୍ତଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ । ଆଗାମୀ ୨୫ ରୁ ୩୦ ବର୍ଷ ମଧ୍ୟରେ ଭାରତ ବିଶ୍ୱଗୁରୁ ହେବା ପାଇଁ ଯାଉଛି । ଭାରତ ବିଶ୍ୱର ଜ୍ଞାନ ମହାଶକ୍ତି ହେବା ଦିଗରେ ମଧ୍ୟ ଗତି କରୁଛି।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ରୂପ ଦିଆଯାଇଛି । ବିଗତ ଜାତୀୟ ଶିକ୍ଷା ନୀତିରେ ଅନେକ ପଦକ୍ଷେପ ନିଆଯାଇଛି । ଭାରତରେ ପ୍ରଥମ ଥର ପାଇଁ ୩ ବର୍ଷ ପିଲାଙ୍କୁ ସାଧାରଣ ଶିକ୍ଷାରେ ଯୋଡ଼ା ଯାଉଅଛି । ବାଲବାଟିକା ୧, ୨, ୩ ଏବଂ ଶ୍ରେଣୀ ପ୍ରଥମ ଓ ଦ୍ୱିତୀୟର ଶିକ୍ଷା ପାଠ୍ୟକ୍ରମ ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହୋଇସାରିଛି । ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କ ସାର୍ବଜନୀନ ହେବାକୁ ଯାଉଛି । ଆଗାମୀ ପ୍ରାୟ ଦୁଇ ବର୍ଷ ଭିତରେ ଦ୍ୱାଦଶ ପର୍ଯ୍ୟନ୍ତ ସେ ସବୁକୁ ପୁସ୍ତକରେ ରୂପାନ୍ତରିତ କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ