ରାଜ୍ୟ

ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲା: ୪ ଜଣଙ୍କୁ ଜେରା, ଆଜି ହାଜର ହେବେ ଷ୍ଟେସନ ମାଷ୍ଟର

ଭୁବନେଶ୍ବର : ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ସିବିଆଇ ଗିରଫ କରିଥିବା ୩ ଅଭିଯୁକ୍ତଙ୍କୁ ରିମାଣ୍ଡର ତୃତୀୟ ଦିନରେ ସୋମବାର ଦିନ ମାରାଥନ୍ ଜେରା କରାଯାଇଛି। ଏହା ସହ ବାହାନଗା ଷ୍ଟେସନ୍‌ର ୪ କର୍ମଚାରୀଙ୍କୁ ମଧ୍ୟ ଗିରଫ ଅଭିଯୁକ୍ତଙ୍କ ସହ ମୁହାଁମୁହିଁ ଓ ଅଲଗା ଅଲଗା ଜେରା କରାଯାଇଛି। ସେମାନେ ରିଲେ ରୁମ୍, ସିଗନାଲ୍ କର୍ମଚାରୀ ବୋଲି ଜଣାପଡ଼ିଛି। ଛାତିଥରା ଦୁର୍ଘଟଣା ପୂର୍ବରୁ ସେମାନେ କେଉଁଠି ଉପସ୍ଥିତ ଥିଲେ? ଦୁର୍ଘଟଣା ସମୟରେ କ’ଣ କରୁଥିଲେ? ଅଭିଯୁକ୍ତମାନଙ୍କ ଗତିବିଧି କ’ଣ ଥିଲା? ରିଲେ ରୁମ୍‌ରେ କେହି ବାହାର ଲୋକ ଉପସ୍ଥିତ ଥିଲେ କି? ଏ ସବୁ ଦିଗ ଉପରେ ଜେରା କରାଯାଇଛି।

କର୍ମଚାରୀମାନେ ଦେଇଥିବା ବୟାନକୁ ଆଧାର କରି ଗିରଫ ଅଭିଯୁକ୍ତମାନଙ୍କୁ ଅଲଗା ଅଲଗା ଜେରା କରାଯାଇଥିଲା। ଆସନ୍ତାକାଲି ଷ୍ଟେସନ ମାଷ୍ଟର୍‌‌ଙ୍କୁ ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ପାଇଁ ସମନ୍ କରାଯାଇଛି। ଷ୍ଟେସନ ମାଷ୍ଟର ହାଜର ହେବା ପରେ ତାଙ୍କୁ ମଧ୍ୟ ଦୁର୍ଘଟଣାର ଗୁରୁତ୍ବପୂର୍ଣ୍ଣ ଦିଗକୁ ନେଇ ଜେରା କରାଯିବ। ସେହିପରି ରେଳ ସୁରକ୍ଷା କମିସନର(ସିଆରଏସ୍)ଙ୍କ ରିପୋର୍ଟରେ ଷ୍ଟେସନ ମାଷ୍ଟରଙ୍କ ଅବହେଳାକୁ ମଧ୍ୟ ଦାୟୀ କରାଯାଇଛି। ସେହି ଦିଗରେ ଜେରା କରାଯିବା ସହ ଦୁର୍ଘଟଣାରେ ତାଙ୍କର ଭୂମିକା କ’ଣ ଥିଲା, ତାହା ଯାଞ୍ଚ କରାଯିବ। ଷ୍ଟେସନ୍‌ ମାଷ୍ଟରଙ୍କ ଅଡ଼ୁଆ ବଢ଼ିପାରେ ବୋଲି କୁହାଯାଉଛି। ଜେରା ସମୟରେ ତଦନ୍ତକାରୀ ରେଳ ବିଶେଷଜ୍ଞ ଓ ବୈଷୟିକ ଟିମ୍ ସହ ମଧ୍ୟ ବିଚାରବିମର୍ଶ କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ସିବିଆଇ ଏହି ମାମଲାରେ ତିନି ଅଭିଯୁକ୍ତ ସିନିଅର ସେକ୍ସନ୍ ଇଞ୍ଜିନିୟର୍‌ ଅରୁଣ କୁମାର ମହାନ୍ତ, ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମିର ଖାନ୍ ଓ ଟେକ୍ନିସିଆନ୍ ପପୁ କୁମାରଙ୍କୁ ଗିରଫ କରିଛି। ସିବିଆଇ ତିନି ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ଜେରା କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।