ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆଦାନି-ହିଣ୍ଡେନ୍‌ବର୍ଗ ମାମଲା: ୪୧ ପୃଷ୍ଠାର ସତ୍ୟପାଠ ଦାଖଲ କଲା ସେବି

ନୂଆଦିଲ୍ଲୀ : ଆଦାନି-ହିଣ୍ଡେନ୍‌ବର୍ଗ ମାମଲାରେ ପୁଞ୍ଜି ବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ସୁପ୍ରିମକୋର୍ଟରେ ୪୧ ପୃଷ୍ଠାର ସତ୍ୟପାଠ ଦାଖଲ କରାଯାଇଛି। ଏହି ମାମଲାରେ ସୁପ୍ରିମକୋର୍ଟ ଗଠନ କରିଥିବା ବିଶେଷଜ୍ଞ କମିଟି ଯେଉଁ ସବୁ ପ୍ରସଙ୍ଗ ଉଠାଇଥିଲା ତାହା ଉପରେ ସେବି ଜବାବ ଦାଖଲ କରିଛି। ବିଦେଶ ପାଣ୍ଠି ବିଷୟରେ ସୂଚନା ଦେବା ଲାଗି ୨୦୧୯ରେ ନିୟମରେ ଯେଉଁ ପରିବର୍ତ୍ତନ କରାଯାଇଥିଲା ତାହାକୁ ସେବି ସମର୍ଥନ କରିଛି। ନିୟମ ବଦଳିବା ପରେ ବିଦେଶ ପାଣ୍ଠିର ଉତ୍ସ ଜାଣିବା କଷ୍ଟକର ହୋଇଥିବା ନେଇ ସୁପ୍ରିମକୋର୍ଟ କମିଟି ଯାହା କହିଥିବା ସେବି ତାହାକୁ ଅଗ୍ରାହ୍ୟ କରିଛି।

ଚଳିତ ବର୍ଷ ମାର୍ଚ୍ଚରେ ସୁପ୍ରିମକୋର୍ଟଙ୍କ କମିଟି ଏହାର ରିପୋର୍ଟ ଦାଖଲ କରିଥିଲା। କମିଟି କହିଥିଲା ଯେ ୨୦୧୯ରେ ନିୟମରେ କରାଯାଇଥିବା ପରିବର୍ତ୍ତନ ଯୋଗୁ ଆଦାନି ଗ୍ରୁପ୍‌ରେ ନିବେଶ କରିଥିବା ବିଦେଶୀ ପାଣ୍ଠିଗୁଡ଼ିକ ବିଷୟରେ ଜାଣିବା ସେବି ପାଇଁ କଷ୍ଟକର ହୋଇପଡ଼ିଛି। ଆଦାନି-ହିଣ୍ଡେନ୍‌ବର୍ଗ ମାମଲାରେ ସୁପ୍ରିମକୋର୍ଟଙ୍କ କମିଟି କହିଥିଲେ ଯେ ତଦନ୍ତ ଆରମ୍ଭ କରିବା, କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ମାମଲାର ଫଇସଲାକୁ ନେଇ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯିବା ଦରକାର। ତା’ ଉପରେ ସେବି କହିଛି ଯେ କୌଣସି ପ୍ରକାର ତଦନ୍ତ ପାଇଁ ସମୟ ସୀମା ନିର୍ଧାରଣ କରିବା ଠିକ୍ ନୁହେଁ। କାରଖାନା ପ୍ରଥମ ଦୃଷ୍ଟିରେ କୌଣସି ନିଷ୍ପତ୍ତ ନେଇ ତଦନ୍ତ ଏଜେନ୍ସି ନିଯୁକ୍ତ କରିବାର କ୍ଷମତା ସେବି ବୋର୍ଡ ପାଖରେ ରହିଛି।

ଚଳିତ ବର୍ଷ ଜାନୁଆରି ୨୪ରେ ଆମେରିକାର ଏକ ଅନାମଧେୟ ସଂସ୍ଥା ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ଆଦାନି ଗ୍ରୁପ୍ ବିରୋଧରେ ବି‌ସ୍ଫୋରକ ରିପୋର୍ଟ ପ୍ରକାଶ କରାଯାଇଥିଲା। ଆଦାନି ଗ୍ରୁପ୍ ସେୟାର ମୂଲ୍ୟରେ ଜାଲିଆତି, ଆକାଉଣ୍ଟିଂ ହେରଫେର, ଜାଲ୍ କଂପାନି ଗଠନରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା। ଏହି ରିପୋର୍ଟ ପ୍ରଭାବରେ ଆଦାନି ଗ୍ରୁପ୍‌ର ସାତଟି କଂପାନିର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ହୋଇଥିଲା ‌ଯାହା ଫଳରେ ନିବେଶକମାନେ ବିପୁଳ କ୍ଷତି ସହିଥିଲେ। ଏଭଳି ମାମଲାରେ ନିବେଶକମାନଙ୍କ ସ୍ବାର୍ଥର କିଭଳି ସୁରକ୍ଷା ହୋଇପାରିବ ତାହା ନିଶ୍ଚିତ କରିବା ଲାଗି ତାହାର ତଦନ୍ତ କରିବାକୁ ସୁପ୍ରିମ୍‌କୋର୍ଟ ସେବିକୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ସେବିର ନିୟାମକ ବ୍ୟବସ୍ଥାର ସମୀକ୍ଷା କରିବା ଲାଗି ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ କେ ଭି କାମାଥ୍, ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ନନ୍ଦନ ନିଲେକାନି, ଷ୍ଟେଟ୍‌ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଓ ପି ଭଟ୍ଟ, ଜଷ୍ଟିସ୍ ଜେ ପି ଦେଓଧର ଓ ସୋମଶେଖର ସନ୍ଦରେଶନଙ୍କୁ ନେଇ ସୁପ୍ରିମ୍‌କୋର୍ଟ ଏକ କମିଟି ଗଠନ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ