ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟ ସରକାରଙ୍କୁ ପୁଣି ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ: ଓଡ଼ିଶାରେ ଶାସନ ବ୍ୟବସ୍ଥା ଏବେ ହାସ୍ୟାସ୍ପଦ ହୋଇସାରିଛି

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଟ୍ୱିଟ କରି ସେ କହିଛନ୍ତି ଓଡ଼ିଶାରେ ଶାସନ ବ୍ୟବସ୍ଥା ଏବେ ହାସ୍ୟାସ୍ପଦ ହୋଇସାରିଛି। ଆମ ରାଜ୍ୟ ସରକାରଙ୍କୁ ନେଇ ଲଜ୍ଜା ଲାଗୁଛି। କିଛି ସରକାରୀ କର୍ମଚାରୀ ରାଜନୈତିକ କାର୍ଯ୍ୟକ୍ରମକୁ ଆସୁଛନ୍ତି। ଏହା ଚିନ୍ତାଜନକ ବିଷୟ । ୨୦୨୪ ନିର୍ବାଚନ ପରେ ଏମିତି ଚାଲିବନି।

ଖାଲି ସେତିକି ନୁହେଁ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭିଡିଓ ସହ ବିଜେଡି ସାଂଗଠନିକ ସମ୍ପାଦକଙ୍କ ସହ ଫାଇଭ ଟି ସଚିବଙ୍କ ଫଟୋ ବି ସେୟାର କରିଛନ୍ତି । ଅପରାଜିତା କହିଛନ୍ତି, ବିଜୁ ଜନତା ଦଳର ବୈଠକରେ ସରକାରୀ କର୍ମଚାରୀ ଭାଷଣ ଦେଉଛନ୍ତି। ଭିଡିଓରେ ଏସଏଚଜି ମହିଳା ଶପଥ ନେଉଥିବାର ଦେଖିବାକୁ ମିିଳିଛି। ଆଉ ଉପସ୍ଥିତ ଅଛନ୍ତି ବିଜେଡି ବିଧାୟକ। ଏସଏଚଜି ମାଷ୍ଟର ବୁକ କିଭଳି ବିଜେଡି ବିଧାୟକଙ୍କ ନିର୍ଦ୍ଦେଶ ମାନିବାକୁ ଶପଥ ନେଉଛନ୍ତି। ଏସଏଚଜି ଗୋଷ୍ଠୀ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି। ଏପରି ସ୍ଥିତିରେ ସରକାରୀ ଦରମା ନେଉଥିଲା ବେଳେ କିଭଳି ବିଜେଡି ବିଧାୟକଙ୍କ ଶପଥ ନେଉଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।