ରାଜ୍ୟ

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ସହାୟତା ରାଶିକୁ ନେଇ ଶ୍ବଶୁର-ବୋହୂ ଟଣାଓଟରା

ବାସୁଦେବପୁର : ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ୩୭ ଦିନ ପୂରିଲାଣି। ଦୁର୍ଘଟଣାରେ ରୋଜଗାରିଆ ପୁଅକୁ ହରାଇ ବାପାମାଆଙ୍କ ଆଖିରୁ ଲୁହ ଶୁଖିନି କି ସ୍ବାମୀକୁ ହରାଇ ପତ୍ନୀର ଦୁଃଖ ଯାଇନି। ହେଲେ ମୃତକ ପରିବାରକୁ ମିଳିଥିବା ସହାୟତା ରାଶିକୁ ନେଇ ଏବେ ଶ୍ବଶୁର-ବୋହୂଙ୍କ ଭିତରେ ତିକ୍ତତା ପରିବାରରେ ଅଶାନ୍ତିର ବହ୍ନି ଜାଳିଛି।

ଜୁନ୍ ୨ ତାରିଖ ସନ୍ଧ୍ୟାରେ କରମଣ୍ଡଳ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ସୁଗୋ ଗ୍ରାମର ଗୋବିନ୍ଦ ସାହୁ। ଔପଚାରିକତା ପୂରଣ ପରେ ମୃତ ଗୋବିନ୍ଦଙ୍କ ପତ୍ନୀ ବିଜୟଲକ୍ଷ୍ମୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଓ ରେଳ ବିଭାଗ ପକ୍ଷରୁ ସହାୟତା ରାଶି ବାବଦରେ ୧୦ ଲକ୍ଷ ଟଙ୍କାର ଚେକ୍‌ ମିଳିଥିଲା। ବିଜୟଲକ୍ଷ୍ମୀ ଏହି ଚେକ୍‌କୁ ବ୍ୟାଙ୍କରେ ଜମା ମଧ୍ୟ କରିଥିଲେ। ତେବେ ବିଜୟଲକ୍ଷ୍ମୀ ଏବେ ଶ୍ବଶୁର ଘର ଲୋକଙ୍କ ନାଁରେ ଆଣିଛନ୍ତି ସଙ୍ଗିନ ଅଭିଯୋଗ। ତାଙ୍କୁ ମାଡ ମାରି ଶ୍ବଶୁର ଘର ଲୋକ ସମସ୍ତ ଅର୍ଥ ହାତେଇ ନେଇଥିବା ଅଭିଯୋଗ କରି ବାସୁଦେବପୁର ଥାନାରେ ଏତଲା ଦେଇଛନ୍ତି। ତେବେ ଗୋବିନ୍ଦଙ୍କ ବାପା ରବୀନ୍ଦ୍ର ସାହୁ ଏହାକୁ ଅସ୍ବୀକାର କରିବା ସହ ବୋହୂର ଅଭିଯୋଗ ଉଦ୍ଦେଶ୍ୟମୂଳକ ବୋଲି ପାଲଟା ଆରୋପ କରିଛନ୍ତି।

ସେ କହିଛନ୍ତି, ପୁଅର ମୃତ୍ୟୁ ପରେ ଶୁଦ୍ଧିକ୍ରିୟା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ଏଥିପାଇଁ ସେ ବିଭିନ୍ନ ସୂତ୍ରରୁ ଧାରକରଜ କରିଥିଲେ। ଏହାଛଡ଼ା ନିକଟରେ ଆରମ୍ଭ ହୋଇଥିବା ଏକ କୋଠା ଘର ଅଧାଗଢା ଅବସ୍ଥାରେ ରହିଥିବା ବେଳେ ତାକୁ ପୂର୍ଣ୍ଣାଙ୍ଗ କରିବାକୁ ସ୍ଥିର କରିଥିଲୁ। ଉଧାର ଦେଇଥିବା ଲୋକେ ଏବେ ଟଙ୍କା ଫେରସ୍ତ ମାଗୁଛନ୍ତି। ତେଣୁ ବୋହୂର ସହମତିରେ କିଛି ଅର୍ଥ ଉଠାଯାଇଥିଲା ବୋଲି କହିଛନ୍ତି ରବୀନ୍ଦ୍ର। ଅନ୍ୟପକ୍ଷରେ ଉଭୟଙ୍କୁ ଥାନାକୁ ଡାକି ମାମଲାର ଆପୋସ ସମାଧାନ କରିବାକୁ ପ୍ରୟାସ କରାଯିବ ବୋଲି ବାସୁଦେବପୁର ଥାନା ଆଇଆଇସି ସାବିତ୍ରୀ ପଣ୍ତା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।