ରାଜ୍ୟ

ଏକାବେଳକେ ୧୧୭୦୯ ଆବାସ କାର୍ଯ୍ୟାଦେଶ, ବର୍ଷାଦିନ ଯୋଗୁ ହରଡ଼ଘଣାରେ ହିତାଧିକାରୀ

ଝାରସୁଗୁଡ଼ା/ଇବ୍‌ଥର୍ମାଲ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଝାରସୁଗୁଡ଼ା ଜିଲ୍ଲାରେ ଏକାବେଳକେ ୧୧୭୦୯ କାର୍ଯ୍ୟାଦେଶ ମିଳିବା ପରେ ହରଡ଼ଘଟଣାରେ ପଡ଼ିଛନ୍ତି ହିତାଧିକାରୀ। ବର୍ଷା ଦିନେ ପୁରୁଣା ଘର ଭାଙ୍ଗି ଅନ୍ୟତ୍ର ରହିବା ପାଇଁ ଘର ମିଳୁନାହିଁ। ନଦୀରେ ପାଣି ଯୋଗୁ ବାଲିଘାଟରୁ ଆଉ ବାଲି ଉଠୁନି। ଇଟା ବି ମିଳିପାରୁ ନାହିଁ। ଚାଷ କାମ ଆରମ୍ଭ ହୋଇସାରିଥିବାରୁ ଶ୍ରମିକ ମିଳୁନାହାନ୍ତି। ମିସ୍ତ୍ରି, ଶ୍ରମିକଙ୍କ ଚାହିଦା ବି ଢେର୍‌ ବଢ଼ିଯାଇଛି। ଏଭଳି ସମସ୍ୟା ପାଇଁ କାର୍ଯ୍ୟାଦେଶ ପାଇଥିଲେ ହେଁ ପ୍ରୋତ୍ସାହନ ରାଶି ପାଇଁ ଘର ତିଆରି କାମ ନିର୍ଦ୍ଦି‌ଷ୍ଟ ସମୟସୀମା ମଧ୍ୟରେ ସାରିବା କଷ୍ଟକର ହୋଇଛି।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରୁ ମିଳିଥିବା ତଥ୍ୟ ଅନୁସାରେ, ଚଳିତ ମାସରେ ଜିଲ୍ଲାର ସମସ୍ତ ୫ଟି ବ୍ଲକ୍‌ର ମୋଟ ୧୧୭୦୯ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିଛି। ଏମାନଙ୍କ ମଧ୍ୟରେ ଝାରସୁଗୁଡ଼ା ବ୍ଲକ୍‌ର ୨୩୪୪ ଜଣ, କିର୍ମିରା ବ୍ଲକର ୧୩୪୭ ଜଣ, କୋଲାବିରାର ୧୬୯୫ ଜଣ, ଲଇକେରାର ୧୬୮୧ ଜଣ ଓ ଲଖନପୁରର ୪୬୪୨ ଜଣ ହିତାଧିକାରୀ ରହିଛନ୍ତି। କାର୍ଯ୍ୟାଦେଶ ପାଇଥିବା ମୋଟ ହିତାଧିକାରୀଙ୍କ ମଧ୍ୟରୁ ୧୧୦୦୭ ଜଣ ପ୍ରଥମ ପର୍ଯ୍ୟାୟ ଟଙ୍କା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବିଡିଓମାନଙ୍କ ଦ୍ବାରା ୯୧୬୮ଜଣ ହିତାଧିକାରୀଙ୍କ ତଥ୍ୟ ଯାଞ୍ଚ ମଧ୍ୟ ଶେଷ ହୋଇଛି। ଏହି ପର୍ଯ୍ୟାୟ ଜାରି ରହିଥିବାରୁ ଖୁବ୍ ଶୀଘ୍ର ଅନ୍ୟ ହିତାଧିକାରୀମାନଙ୍କର ବି ଯାଞ୍ଚ ଶେଷ ହୋଇଯିବ ବୋଲି ଜଣାପଡ଼ିଛି।

ରାଜମିସ୍ତ୍ରିମାନଙ୍କ ଚାହିଦା ବଢ଼ିବାରୁ ସେମାନେ ପୂର୍ବାପେକ୍ଷା ୧୦୦ରୁ ୧୫୦ ଟଙ୍କା ଅଧିକ ଦାବି କରୁଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ପ୍ରତି ପଞ୍ଚାୟତରେ ଏକ ସମୟରେ ଶତାଧିକ ଘର ତିଆରି କାମ ଚାଲିଥିବାରୁ ଚାଷକାମ ପାଇଁ ମଧ୍ୟ ଶ୍ରମିକ ମିଳୁ ନାହାନ୍ତି। ବର୍ଷା ଯୋଗୁ ବାଲିଘାଟ ବନ୍ଦ ହେବାକୁ ଯାଉଥିବାରୁ ବାଲି ଦର ବି ବଢ଼ିଚାଲିଛି। ସ୍ଥାନୀୟ ନଦୀ, ନାଳାରୁ ଆସୁଥିବା ବାଲି ୧୦୦ ଘନଫୁଟକୁ ଆଗରୁ ୭୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏହା ଏବେ ୧୨୦୦ ଟଙ୍କାରେ ପହଞ୍ଚିଛି। ଇବ୍‌ନଦୀର ବାଲି ୧୦୦ ଘନଫୁଟ୍‌କୁ ୨୮୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ତାହା ଅନେକ ସ୍ଥାନରେ ୨୯୦୦ ଟଙ୍କାରେ ପହଞ୍ଚିଗଲାଣି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଗୃହ ନିର୍ମାଣ ୪ମାସ ମଧ୍ୟରେ ସମ୍ପୂର୍ଣ୍ଣ କଲେ ସରକାର ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ହିତାଧିକାରୀଙ୍କୁ ପ୍ରଦାନ କରିଥାନ୍ତି। ୬ ମାସ ମଧ୍ୟରେ ହେଲେ ୧୦ ହଜାର ଟଙ୍କା ମିଳେ। ବର୍ଷା ଋତୁ ପାଇଁ ଦେଖାଦେଇଥିବା ଏହି ତମାମ୍ ସମସ୍ୟା ଯୋଗୁ ଲୋକେ ନିର୍ଦ୍ଧାରିତ ସମୟ ମଧ୍ୟରେ ଘର ନିର୍ମାଣ କରିବା ସମ୍ଭବ ନୁହେଁ। ତେଣୁ ସରକାର ପ୍ରୋତ୍ସାହନ ରାଶି ପାଇଁ ଥିବା ସମୟ ସୀମାକୁ ବୃଦ୍ଧି କରିବାକୁ ସରପଞ୍ଚ ସଂଘ ପକ୍ଷରୁ ଦାବି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।