ଅପରାଧ ରାଜ୍ୟ

ଥାନା ଅଧିକାରୀ ହଟ୍ଟହଟ୍ଟା: ଥାନା ଅଧିକାରୀଙ୍କ ହାତ ବାନ୍ଧିଦେଲା ଅଭିଯୁକ୍ତ

ଦଶପଲ୍ଲା : ଜଣେ ଅଭିଯୁକ୍ତକୁ କାବୁ କରିବାକୁ ଯାଇ ହଟ୍ଟହଟ୍ଟା ହୋଇଛନ୍ତି ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁ। ଅଭିଯୁକ୍ତକୁ କାବୁ କରିବା ପରିବର୍ତ୍ତେ ପାଲଟା ଅଭିଯୁକ୍ତ ଥାନା ଅଧିକାରୀଙ୍କୁ କାବୁ କରୁଛି। ଯାହାକୁ ନେଇ ଗାଁ ଦାଣ୍ତରେ ଆରମ୍ଭ ହୋଇଛି ହାଇଡ୍ରାମା। ଶେଷରେ ଥାନା ଅଧିକାରୀ ପକେଟ‌୍‌ରୁ ମୋବାଇଲ ବାହାର କରି ପ୍ରମାଣ ଦେଖାଇବା ପରେ ଅଭିଯୁକ୍ତ ଖସି ଯିବାକୁ ଉଦ୍ୟମ କରି ଏକ ଠେଙ୍ଗା ଧରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିବା ପାଇଁ ଉଦ୍ୟତ ହୋଇଥିବା ଦେଖିବାକୁ ମିଳିଛି। ଘଟଣାଟି କେବେର ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହା ବର୍ଷେ ତଳର ଘଟଣା ବୋଲି ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି। ଯାହାକି ତାଙ୍କ ବଦଳି ପରେ ଏହାକୁ ଭାଇରାଲ୍ କରାଯାଇଥିବା କହିଛନ୍ତି।

ସୂଚନାଯୋଗ୍ୟ, ଟାକରା ପଞ୍ଚାୟତ ବୁରୁସାହି ଗ୍ରାମର ଜଣେ ଯୁବକଙ୍କ ନାମରେ ଜଣେ ଯୁବତୀ ଥାନାରେ ଅଭିଯୋଗ ଆଣିଥିଲେ। ନିଜେ ଥାନା ଅଧିକାରୀ ଶ୍ରୀ ସାହୁ ବିନା ୟୁନିଫର୍ମରେ ବାଇକ୍‌ ଯୋଗେ ଜଣେ କନେଷ୍ଟବଳଙ୍କୁ ନେଇ ଗ୍ରାମକୁ ଯାଇଥିଲେ। ସେଠାରେ ସଂପୃକ୍ତ ଯୁବକକୁ ଡାକି ପଚାରିବା ପରେ ସେ ଓ ତାଙ୍କ ପରିବାର ଲୋକ ଉତ୍ତ୍ୟକ୍ତ ହୋଇ ଉଠିଥିଲେ। ଅଭିଯୁକ୍ତ ଜଣକ ପାଲଟା ଥାନା ଅଧିକାରୀଙ୍କ ହାତକୁ ଜାବୁଡ଼ି ଧରିବା ସହ ‘‘ତୁମେ କିଏ, ପ୍ରମାଣ କ’ଣ’’ ବୋଲି ପ୍ରଶ୍ନ କରି ଚାଲିଥିଲା। ଘଟଣାସ୍ଥଳରେ କିଛି ମହିଳା ଓ ପୁରୁଷ ମଧ୍ୟ ଘେରିଯାଇଥିଲେ। ନିଜେ ମୁଁ ଦଶପଲ୍ଲା ଥାନା ଆଇଆଇସି କହୁଛି ବୋଲି କହିବା ପରେ ମଧ୍ୟ ସେମାନେ ବିଶ୍ବାସ ନ କରି ବିଭିନ୍ନ ପ୍ରଶ୍ନ ପଚାରି ଚାଲିଥିଲେ। ଶେଷରେ ସେ ପକେଟ୍‌ରୁ ମୋବାଇଲ ବାହାର କରି ପ୍ରମାଣ ଦେଖାଇଥିଲେ। ଏହା ପରେ ଅଭିଯୁକ୍ତ ଜଣକ ଖସିଯିବାକୁ ଉଦ୍ୟମ କରିଥିବା ବେଳେ ଜଣେ ବ୍ୟକ୍ତି ଥାନା ଅଧିକାରୀଙ୍କୁ ପଛ ପାଖରୁ ଜାବୁଡ଼ି ଧରିଥିଲେ। ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଗାଁ ଦାଣ୍ତରେ ଗାଈ ବାନ୍ଧିବା ପାଇଁ ପୋତାଯାଇଥିବା ଏକ ଖୁଣ୍ଟକୁ ଓପାଡ଼ି ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିବା ଦେଖିବାକୁ ମିଳିଛି।

ଏସମ୍ପର୍କରେ ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି, ଏହା ବର୍ଷେ ତଳର ଘଟଣା। ତାଙ୍କ ଗାଁରେ ଏହି ଘଟଣାର ସମାଧାନ ହୋଇଯାଇଛି। ବଦଳି ହୋଇଯିବା ପରେ ଏହାକୁ ଜାଣିଜାଣି ଭାଇରାଲ୍ କରାଯାଇଛି। ହେଲେ ପୁଲିସ ନିଜ କାର୍ଯ୍ୟ ସମ୍ପାଦନ କରିବାକୁ ଯାଇଥିବା ବେଳେ ସର୍ବସମ୍ମୁଖରେ ଏଭଳି ଗାଳିଗୁଲଜ ସହ ହଟ୍ଟହଟ୍ଟା ହେବାକୁ ପଡ଼ିଥିବା ବେଳେ ପୁଲିସ ପକ୍ଷରୁ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।