ରାଜ୍ୟ

ପାଇକ ବିଦ୍ରୋହ ପ୍ରସଙ୍ଗରେ ରାଜନୀତି ଥମୁନି

ଭୁବନେଶ୍ୱର : ପାଇକ ବିଦ୍ରୋହ ସ୍ମାରକୀକୁ ନେଇ ଆରମ୍ଭ ‌ହୋଇଥିବା ରାଜନୈତିକ ବୟାନବାଜି ଥମୁନି। ଆଜି ଏହି ପ୍ରସଙ୍ଗ‌ରେ ନିଜ ପ୍ରତିକ୍ରିୟା ରଖିଛନ୍ତି ବକ୍ସି ଜଗବନ୍ଧୁଙ୍କ ଦାୟଦ ତଥା ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବିଜେଡିର ଆଭିମୁଖ୍ୟକୁ ମୁଁ ନିନ୍ଦା କରୁଛି। ବିଜେଡିର ଗୁମାସ୍ତା ଓ ନିଜକୁ ସାଆନ୍ତ ଭାବୁଥିବା ଲୋକମାନେ ପ୍ରସ୍ତାବିତ ପାଇକ ବିଦ୍ରୋହ ସ୍ମାରକୀ କାମକୁ ଦିଗହରା କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି।

ପାଇକ ସ୍ମାରକୀ କାମକୁ ଦିଗହରା କରିବା ପାଇଁ ଷଡ଼୍‌ଯନ୍ତ୍ର ହେଉଛି: ଲଳିତେନ୍ଦୁ
ବକ୍ସି ଜଗବନ୍ଧୁଙ୍କ ପରିବାରର ସଦସ୍ୟ ହିସାବରେ ବିଜେଡିର ଆଭିମୁଖ୍ୟକୁ ନିନ୍ଦା
୫୦ ଏକର ବଦଳରେ ମାତ୍ର ୯.୫ ଏକର ଜମି ଦେବା କେତେଦୂର ଯୁକ୍ତିଯୁକ୍ତ ?

ଶ୍ରୀ ମହାପାତ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଇକ ବିଦ୍ରୋହର ସ୍ମାରକୀ ପାଇଁ ଅର୍ଥର ବ୍ୟୟବରାଦ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଏନ୍‌ସିଇଆର୍‌ଟି ପାଠ୍ୟକ୍ରମରେ ପାଇକ ବିଦ୍ରୋହ ବିଷୟକୁ ସାମିଲ କରାଯାଇଛି। ପାଇକ ବିଦ୍ରୋହକୁ ନେଇ ଜାତୀୟ ସ୍ତରରେ ବିଦ୍ରୋହୀ ଧାରାବାହିକ ପ୍ରସାରଣ ହୋଇଛି, ଯାହା ଓଡ଼ିଶା ପାଇଁ ଗର୍ବର ବିଷୟ। ଏହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରଣରୁ ସମ୍ଭବ ହୋଇଛି। ବିଦ୍ରୋହୀ ଧାରାବାହିକକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦିଲ୍ଲୀରେ ଦେଖିବା ସମୟରେ ସେହି କାର୍ଯ୍ୟକ୍ରମରେ ବିଜେଡି ସାଂସଦମାନେ ଉପସ୍ଥିତ ଥିଲେ। ବିଜେଡିର ନୂଆ ନୂଆ ସାଜିଥିବା ସାଆନ୍ତ ଓ ଗୁମାସ୍ତାମାନେ ସେମାନଙ୍କ ଦଳର ସାଂସଦମାନଙ୍କୁ ଏ ସମ୍ପର୍କରେ ପଚାରିପାରନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପ୍ରଚେଷ୍ଟାରୁ ଓଡ଼ିଆ ଜାତିର ଅସ୍ମିତା ପାଇକ ବିଦ୍ରୋହ ସ୍ମାରକୀ କାମ ଆଗକୁ ବଢୁଛି। ପାଇକ ବିଦ୍ରୋହ ସ୍ମାରକୀ ନ କରାଇ ଦେବା ପାଇଁ ବିଜେଡିର ସାଆନ୍ତ ଓ ଗୁମାସ୍ତାମାନେ ଷଡ଼ଯନ୍ତ୍ର ରଚିଛନ୍ତି।

ପାଇକ ସ୍ମାରକୀ ପାଇଁ କେନ୍ଦ୍ର ସଂସ୍କୃତି ବିଭାଗ ୫୦ ଏକର ଜମି ମାଗିଥିବା ବେଳେ ରାଜ୍ୟ ସରକାର ମାତ୍ର ୯.୫ ଏକର ଜମି ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲା ଡିଏଫ୍‌ଓଙ୍କ ଦାବି ଅନୁସାରେ ୭୭୯ଟି ଗଛ ଅନ୍ୟତ୍ର ସ୍ଥାନାନ୍ତରଣ କରିବା ପାଇଁ ଇଣ୍ଡିଆନ ଅଏଲ୍‌ ପକ୍ଷରୁ ୫୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇସାରିଛି। ରାଜ୍ୟ ସରକାରଙ୍କର ଜାଗା ଦେବାରେ ବିଳମ୍ବ ହେବା କାରଣରୁ ପ୍ରସ୍ତାବିତ ସ୍ମାରକୀ ନିର୍ମାଣ ସ୍ଥାନରୁ ବିଦ୍ୟୁତ ଖୁଣ୍ଟ ଓ ଗଛ ସ୍ଥାନାନ୍ତରରେ ବିଳମ୍ବ ହୋଇଛି। ଏହା ପାଇକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅସମ୍ମାନକୁ ଦର୍ଶାଉଛି। ଟାଳଟୁଳ ନୀତି ଅବଲମ୍ବନ ନ କରି ରାଜ୍ୟ ସରକାର ସ୍ମାରକୀ ନିର୍ମାଣ ପାଇଁ ସହଯୋଗ କରନ୍ତୁ। ଆଗାମୀ ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗ ଉଠାଯିବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଅନିଲ ବିଶ୍ୱାଳ, ଭୂବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂହ, ପୁରୀ ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ ଓ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।