ରାଜ୍ୟ

ପ୍ରକୃତି ମିତ୍ର ହିଁ ବିଶ୍ବମିତ୍ର: ରାଜ୍ୟପାଳ

ଭୁବନେଶ୍ବର : ପ୍ରକୃତି ସହ ମାନବ ଜାତିର ସୁସମ୍ପର୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମହାପୁରୁଷମାନେ ପୃଥିବୀ ପୃଷ୍ଠରେ ଅବତରଣ କରିଥା’ନ୍ତି। ଯିଏ ପ୍ରକୃତି ମିତ୍ର ସେ ହିଁ ବିଶ୍ବାମିତ୍ର ସାବ୍ୟସ୍ତ ହୋଇଥାଏ। ସେହିଭଳି ଜଣେ ମହାପୁରୁଷ ଥିଲେ ବିଶିଷ୍ଟ ଆୟୁର୍ବେଦ ଚିକିତ୍ସକ ଡାକ୍ତର ସ୍ବପ୍ନେଶ୍ବର ପଣ୍ଡା। ଆୟୁର୍ବେଦ ଚିକିତ୍ସାକୁ ବ୍ୟାପକ କରିବାରେ ତାଙ୍କ ଭୂମିକା ପ୍ରଶଂସନୀୟ। ବର୍ତ୍ତମାନ ସମୟରେ ମନୁଷ୍ୟ ସମାଜ ଏହି ଚିକିତ୍ସା ପଦ୍ଧତିକୁ ଆପଣାଇବା ଜରୁରୀ। କାରଣ ଏଲୋପାଥି ରୋଗକୁ ସାମୟିକ ସମୟ ପାଇଁ ନିୟନ୍ତ୍ରଣ କରିଥାଏ। ହେଲେ ଆୟୁର୍ବେଦ ରୋଗର ମୂଳୋତ୍ପାଟନ କରିଥାଏ। ଶରୀରରେ ଯେତେ ପ୍ରକାରର ବ୍ୟାଧି ଅଛି ସବୁର ଚିକିତ୍ସା କେବଳ ଆୟୁର୍ବେଦରେ ହିଁ ସମ୍ଭବ ହୋଇଥାଏ। ଆୟୁର୍ବେଦ ଆମ ପ୍ରକୃତି ମା’ ସହ ଓତଃପ୍ରୋତ ଭାବେ ଜଡ଼ିତ। ତେଣୁ ଏହି ଚିକିତ୍ସାକୁ ଆପଣାଇବା ମନୁଷ୍ୟ ଜୀବନ ପାଇଁ ଲାଭଦାୟକ। ଜୟଦେବ ଭବନରେ ଆୟୋଜିତ ବିଶିଷ୍ଟ ଆୟୁର୍ବେଦିକ ଡାକ୍ତର ସ୍ବପ୍ନେଶ୍ବର ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହା କହିଛନ୍ତି

ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ର‌ମରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମ‌ାର ଅମାତ କହିଲେ, ଶରୀରର ବିଭିନ୍ନ ଅଙ୍ଗ ସହ ସହଜ ସମନ୍ବୟ ନ ରହିଲେ ରୋଗ ହୁଏ। ସେହି ରୋଗର ମୂଳୋତ୍ପାଟନ କରିବା‌କୁ ହେଲେ ଆୟୁର୍ବେଦ ଚିକିତ୍ସା ଜରୁରୀ। ଏହି ଚିକିତ୍ସା ଆମ ପ୍ରକୃତି ସହ ଜଡ଼ିତ। ଏହି ଚିକିତ୍ସାକୁ ଅତୁଟ ରଖିବାକୁ ହେଲେ ପ୍ରକୃତିକୁ ଅକ୍ଷୁଣ୍ଣ ରଖିବାକୁ ହେବ। ଅନ୍ୟତମ ଅତିଥି କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ପରିଷଦ, ନୂଆଦିଲ୍ଲୀର ମହାନିର୍ଦ୍ଦେଶକ ରବି ନାରାୟଣ ଆଚାର୍ଯ୍ୟ କହିଲେ, ଡାକ୍ତର ସ୍ବର୍ଗତ ସ୍ବପ୍ନେଶ୍ବର ପଣ୍ଡା ଜଣେ ଭଲ ଡାକ୍ତର ସହ ଜଣେ ଭଲ ଲେଖକ, ସମାଜସେବୀ ଓ ସ୍ବାସ୍ଥ୍ୟ ସଚେତକ। ଅନ୍ୟତମ ଅତିଥି ବିଧାୟକ ପ୍ରଫୁଲ ସାମଲ କହିଲେ, ଦୁନିଆରେ ଅନେକ ଡାକ୍ତର ଅଛନ୍ତି। ହେଲେ ସମସ୍ତେ ରୋଗୀଙ୍କ ମନ ଜିଣିପାରନ୍ତି ନାହିଁ। ସ୍ବପ୍ନେଶ୍ବର ବାବୁ ଜଣେ ସେଭଳି ଡାକ୍ତର ଥିଲେ। ଯିଏ ରୋଗ ଭଲ କରିବା ସହ ରୋଗୀର ମନ ଜିଣି ପାରୁଥିଲେ। ଆୟୁର୍ବେଦ ଚିକିତ୍ସାର ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ ସେ ସର୍ବଦା ଚେଷ୍ଟିତ ‌ଥିଲେ।

ଏହି ଅବସରରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରସ୍ତୁତ ସ୍ମରଣିକା ‘ସ୍ବପ୍ନାଲୋକ’ ଲୋକାର୍ପିତ ହୋଇଥିଲା। ଆୟୁର୍ବେଦ ଚିକିତ୍ସା କ୍ଷେତ୍ରରେ ଅନ୍ତର୍ଯ୍ୟାମୀ ମହାପାତ୍ରଙ୍କୁ ‘ସ୍ବପ୍ନେଶ୍ବର ପଣ୍ଡା ମେମୋରିଆଲ ଭେଷଜ ରତ୍ନ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସେହିଭଳି ପ୍ରଫେସର ବିଧୁଭୂଷଣ ନନ୍ଦ, ରବିନାରାୟଣ ଆଚାର୍ଯ୍ୟ, ମଦନ ମୋହନ ପାଢ଼ୀ, ନାରାୟଣ ମହାନ୍ତି, ଇନ୍ଦିରା ନରେନ୍ଦ୍ର, କଲ୍ୟାଣୀ ଦେବୀ, ରମେଶ ଚନ୍ଦ୍ର ପୃଷ୍ଟି, ପ୍ରଭାତ ରଞ୍ଜନ ପ୍ରଧାନଙ୍କୁ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟନାରାୟଣ ପଣ୍ଡା, ଅରବିନ୍ଦ ତ୍ରିପାଠୀ, ନାରାୟଣ ଓଝା, ବ୍ରଜବନ୍ଧୁ ପରିଡ଼ା ପ୍ରମୁଖ ଉପସ୍ଥିତ ଥ‌ିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।