ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କେଜ୍ରିୱାଲ ଆପ୍ କର୍ମୀଙ୍କୁ ସରକାରୀ ପେ-ରୋଲ୍‌ରେ ରଖିଛନ୍ତି: ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ଉପରେ ତଦନ୍ତ ଚାଲିଥିବା ବେଳେ ଶନିବାର ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଆମ୍ ଆଦ୍‌ମୀ ପାର୍ଟି ନେତୃତ୍ବାଧୀନ ଦିଲ୍ଲୀ ସରକାର ଆପ୍ କର୍ମୀମାନଙ୍କୁ ସରକାରୀ କର୍ମଚାରୀ ଭାବେ ନିଯୁକ୍ତି ଦେଇଛନ୍ତି।

ବିଜେପିର ଜାତୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଅଭିଯୋଗ କରିଛନ୍ତି ଯେ, ଆପ୍ ସୁପ୍ରିମୋ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦଳୀୟ କର୍ମୀମାନଙ୍କୁ ସରକାରୀ ଚାକିରି ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ତ୍ରିବେଦୀ କହିଲେ ଯେ, ଆପ୍ କର୍ମୀମାନେ ଦିଲ୍ଲୀ ସରକାରଙ୍କ ପେ-ରୋଲ୍‌ରେ ଥିଲେ ମଧ୍ୟ କେଜ୍ରିୱାଲଙ୍କ ପାଇଁ, ବିଶେଷତଃ ତାଙ୍କ ସୋସିଆଲ ମିଡ଼ିଆ ଟିମ୍ ପାଇଁ କାମ କରୁଛନ୍ତି। ଦୁର୍ନୀତି ବିରୋଧରେ ଯୁଦ୍ଧ ଘୋଷଣା କରି କ୍ଷମତାକୁ ଆସିଥିବା ଅରବିନ୍ଦ କେଜ୍ରିୱାଲ ଏବେ ସମ୍ପୂର୍ଣ୍ଣ ଦୁର୍ନୀତିରେ ବୁଡ଼ି ରହିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ନିର୍ଦ୍ଦେଶରେ ସର୍ଭିସ ଡିପାର୍ଟମେଣ୍ଟ ଜାତୀୟ ରାଜଧାନୀର ବିଭିନ୍ନ ସରକାରୀ ବିଭାଗରେ ସ୍ପେସାଲିଷ୍ଟ ଭାବେ କାର୍ଯ୍ୟ କରୁଥିବା ୪୦୦ ଲୋକଙ୍କୁ ବହିଷ୍କାର କରିବା ପରେ ବିଜେପି ଏପରି ଅଭିଯୋଗ ଆଣିଛି। ଯେଉଁମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି, ସେମାନଙ୍କୁ ଆପ୍ ସରକାର ଦ୍ବାରା ଅସ୍ବଚ୍ଛ ଉପାୟରେ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଥିଲା।

ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା କହିଛନ୍ତି, ଯେଉଁମାନଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି ସେମାନଙ୍କ ନାମ ସାର୍ବଜନୀନ କରାଯିବା ଉଚିତ। ସେ ପୁଣି କହିଛନ୍ତି, ନାମ ପ୍ରକାଶ ପାଇଥିବା ୧୧୬ ଜଣ ଲୋକଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟକୁ ଡିଲିଟ୍ କରିଦେଇଛନ୍ତି। ଜଣେ ଆପ୍ ବିଧାୟକଙ୍କ ସ୍ତ୍ରୀଙ୍କୁ ମଧ୍ୟ ସରକାରୀ ପେ-ରୋଲ୍‌ରେ ରଖାଯାଇଥିବା ସେ ଅଭିଯୋଗ କରିଛନ୍ତି। ସଚଦେବା କହିଛନ୍ତି, ସରକାରଙ୍କଠାରୁ ଦରମା ପାଇ କୌଣସି ରାଜନୈତିକ ଦଳ ପାଇଁ କାମ କରିବା ଅସାମ୍ବିଧାନିକ। ବିଜେପି ଏହାକୁ ଦୃଢ଼ ବିରୋଧ କରୁଛି। ଗତମାସରେ ଆମ୍ ଆଦ୍‌ମୀ ପାର୍ଟିର ୧୦୭ କର୍ମୀଙ୍କୁ ସରକାରୀ ରାଜକୋଷରୁ ଉଚ୍ଚହାରରେ ବେତନ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।

ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆପ୍ ପକ୍ଷରୁ କୁହାଯାଇଛି ଯେ ଦିଲ୍ଲୀ ସରକାରଙ୍କ ଠିକା-ଭିତ୍ତିକ କର୍ମଚାରୀଙ୍କୁ ସେମାନଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ଓ ଲାଇକ୍‌କୁ ଦେଖି ବିଜେପି ଆପ୍ କର୍ମୀ ବୋଲି କହୁଛି। ବିଜେପିର ଅଭିଯୋଗ ହାସ୍ୟାସ୍ପଦ ଏବଂ ହତାଶ ହୋଇ ସେମାନେ ଏପରି ଅଭିଯୋଗ କରୁଛନ୍ତି। ଉପରାଜ୍ୟପାଳଙ୍କ ବେଆଇନ ଆଦେଶ ବଳରେ ବହିଷ୍କୃତ ୪୦୦ କର୍ମଚାରୀଙ୍କୁ ସରକାରୀ ନିୟମକାନୁନ ଅନୁସାରେ ବିଧିବଦ୍ଧ ଭାବରେ ନିଯୁକ୍ତି ଦିଆଯାଇଥିଲା ବୋଲି ଆପ୍ ପ୍ରକାଶ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ