ରାଜ୍ୟ

ସ୍ବାସ୍ଥ୍ୟବିଭାଗ ନିର୍ଦ୍ଦେଶନାମାକୁ ଖାତିର ନାହିଁ, ମାସକ ପରେ ବି କାର୍ଯ୍ୟରେ ଯୋଗ ଦେଲେନି ଚୁକ୍ତିଭିତ୍ତିକ ପ୍ରଫେସର

କଟକ : ଏସ୍‌ସିବିକୁ ବିଶ୍ବସ୍ତରୀୟ କରିବା ପାଇଁ ଚାଲିଛି ଅନେକ ନିର୍ମାଣ କାର୍ଯ୍ୟ। ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ହେଉଛି ଘନ ଘନ ସମୀକ୍ଷା। ହେଲେ, କଟକ ବଡ଼ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତରଙ୍କ ସଙ୍କଟ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କଲାଣି। କେବଳ ଏସ୍‌ସିବି ନୁହେଁ, ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନ (ଏଏଚ୍‌ଆର୍‌ସିସି)ରେ ବି ବିଶେଷଜ୍ଞ ଡାକ୍ତର ଅଭାବ ସହ କେନ୍ଦ୍ର ପାଇଁ ନୂଆ ନିର୍ଦ୍ଦେଶକ ମିଳୁ ନାହାନ୍ତି। ଯାହାଙ୍କୁ ନିର୍ଦ୍ଦେଶକ ଭାବେ ସରକାର ଅବସ୍ଥାପିତ କରିବା ପାଇଁ ବିଜ୍ଞପ୍ତି କରିଥିଲେ ସେ ବି ଯୋଗ ଦେଲେନି। ଫଳରେ, ପୁଣି ପୁରୁଣା ନିର୍ଦ୍ଦେଶକଙ୍କ ଅବଧି ବୃଦ୍ଧି କରାଯାଉଛି। ଏସ୍‌ସିବି ନେଫ୍ରୋଲୋଜି ବିଭାଗରେ ମଧ୍ୟ ଏନ୍‌ଏମ୍‌ସିର ସ୍ବୀକୃତି ପ୍ରତ୍ୟାହାର ନେଇ ତାଗିଦ୍‌ ପରେ ସ୍ବାସ୍ଥ୍ୟ ବିଭାଗ ଚୁକ୍ତିଭିତ୍ତିକ ପ୍ରଫେସର ନିଯୁକ୍ତି ଦେଇଥିଲେ। କିନ୍ତୁ ସେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକୁ ଗୁରୁତ୍ବ ଦେଲେନି କି କାର୍ଯ୍ୟରେ ଯୋଗଦେଲେନି।

ଆଚାର୍ଯ୍ୟ ହରିହରକୁ ମିଳୁ ନାହାନ୍ତି ନୂଆ ନିର୍ଦ୍ଦେଶକ
ନୂଆ ନିର୍ଦ୍ଦେଶକ ନିଯୁକ୍ତି ବିଜ୍ଞପ୍ତିର ମାସକ ପରେ ପୁରୁଣାଙ୍କ କାର୍ଯ୍ୟକାଳ ବଢ଼ିଲା

Sambad English

ରାଜ୍ୟ ସ୍ବାସ୍ଥ୍ୟସେବାର ସର୍ବଶ୍ରେଷ୍ଠ ପ୍ରତିଷ୍ଠାନ କୁହାଯାଉଥିବା କଟକ ବଡ଼ଡାକ୍ତରଖାନାର ବିଭିନ୍ନ ବିଭାଗରେ ବିଶେଷଜ୍ଞ ଡାକ୍ତର ପଦ ଖାଲି ପଡିଛି। ଅନେକ ବିଭାଗ ଚୁକ୍ତିଭିତ୍ତିକ ପ୍ରଫେସରଙ୍କ ଭରସାରେ ଚାଲିଛି। ନେଫ୍ରୋଲୋଜି ଓ ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ବିଶେଷଜ୍ଞ ଶୂନ୍ୟ ହୋଇ ପଡିଛି। ୟୁରୋଲୋଜି, ରେଡିଓଲୋଜି ଭଳି କିଛି ଗୁରୁତ୍ବପୂର୍ଣ୍ଣ ବିଭାଗରେ ବହୁଦିନ ଧରି ପ୍ରଫେସର୍‌ ନଥିବା ବେଳେ ଏନ୍‌ଏମ୍‌ସି ଗସ୍ତ ପୂର୍ବରୁ ସେହି ସବୁ ବିଭାଗରେ ପ୍ରଫେସର୍‌ ନିଯୁକ୍ତି ଦିଆଯାଇଛି। ଚୁକ୍ତିଭିତ୍ତିକ ଭିତ୍ତିରେ ହେପାଟୋଲୋଜି, ଏଣ୍ଡୋକ୍ରୋନୋଲୋଜି, କ୍ଲିନିକାଲ୍‌ ଇମ୍ୟୁନୋଲୋଜି ଆଣ୍ଡ ରୁୢମାଟୋଲୋଜି ଆଦି ବିଭାଗରେ ପ୍ରଫେସର୍‌ ରହିଛନ୍ତି। ଏନ୍‌ଏମ୍‌ସି ଗସ୍ତ କରିବା​ ପରେ ନେଫ୍ରୋଲୋଜି ଓ ୟୁରୋଲୋଜି ବିଭାଗରେ ପ୍ରଫେସର ନଥିବାରୁ ପ୍ରଶ୍ନ ଉଠାଇବା ସହ ସ୍ବୀକୃତି ପ୍ରତ୍ୟାହାର କାହିଁକି କରା ନଯିବ ବୋଲି ଚିଠି ଲେଖିଥିଲେ। ଫଳରେ ଡିଏମ୍‌ଇଟି ତୁରନ୍ତ ୟୁରୋଲାଜି ପାଇଁ ଚୁକ୍ତିଭିତ୍ତିକ ପ୍ରଫେସର ଭାବେ ଡାକ୍ତର ତୁଳସୀ ମହାପାତ୍ର ଓ ନେଫ୍ରୋଲୋଜି ବିଭାଗରେ ପ୍ରଫେସର ଭାବେ ଡାକ୍ତର ନିଶିଥ କୁମାର ମହାନ୍ତିଙ୍କୁ ନିଯୁକ୍ତି ଦେବା ପାଇଁ ମେ ୨୯ରେ ଚିଠି କରିଥିଲେ। ଏହା ଭିତରେ ୟୁରୋଲୋଜିରେ ପ୍ରଫେସର କାର୍ଯ୍ୟରେ ଯୋଗ ଦେଇଥିବାବେଳେ ନେଫ୍ରୋଲୋଜି ବିଭାଗ ପ୍ରଫେସର ବିଜ୍ଞପ୍ତିର ମାସେରୁ ଅଧିକ ଦିନ ପରେ ବି କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି।

ଗତ ମାର୍ଚ୍ଚ ୧୪ରେ ଏନ୍‌ଏମ୍‌ସି ଟିମ୍‌ ଏସ୍‌ସିବି ଗସ୍ତରେ ଆସି ହସ୍ପିଟାଲ୍‌ର ଭିତ୍ତିଭୂମି, ଓପିଡି ଓ ଅନ୍ୟ ଆନୁସଙ୍ଗିକ ଭିତ୍ତିଭୂମିର ତଦାରଖ କରିଥିଲେ। ତଦାରଖ ପରେ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ହେଉଥିବା ପ୍ରଫେସର୍‌ ସଂଖ୍ୟାର ୧୦.୨ ପ୍ରତିଶତ ପଦବି ଖାଲି ପଡ଼ିଥିବା ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। କେତେକ ବିଭାଗରେ ୫୦ ପ୍ରତିଶତ ସିନିୟର୍‌ ରେସିଡେଣ୍ଟ ଓ ପ୍ରଫେସର୍‌ଙ୍କ ଅଭାବ ରହିଛି। ମେଡିସିନ୍‌ ବିଭାଗରେ ୭ଜଣ ଆସୋସିଏଟ୍‌ ପ୍ରଫେସର୍‌, ୫ଜଣ ସିନିୟର ରେସିଡେଣ୍ଟ, ଜେନେରାଲ୍‌ ସର୍ଜରି ବିଭାଗରେ ୫ଜଣ ଆସୋସିଏଟ୍‌ ପ୍ରଫେସର୍‌ ଓ ୮ଜଣ ସିନିୟର୍‌ ରେସିଡେଣ୍ଟ ଡାକ୍ତର ପଦ ଖାଲି ପଡିଛି। ନି‌ଶ୍ଚେତନ ବିଭାଗରେ ୩ଜଣ ସିନିୟର୍‌ ରେସିଡେଣ୍ଟ, କମ୍ୟୁନିଟି ମେଡିସିନ୍‌ରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସର୍‌, ୫ଜଣ ଟ୍ୟୁଟର୍‌ ଓ ଡେମୋନ୍‌ଷ୍ଟ୍ରେଟର ନଥିବା ବେଳେ ଡର୍ମାଟୋଲୋଜି ଓ ରେସ୍ପିରେଟୋରି ମେଡିସିନ୍‌ ବିଭାଗରେ ଜଣେ ହେଲେ ବି ଫାକଲ୍‌ଟି ଓ ସିନିୟର୍‌ ରେ‌ସିଡେଣ୍ଟ ନାହାନ୍ତି। ଏମ୍‌ରଜେନ୍ସି ମେଡିସିନ୍‌ ବିଭାଗ ପଞ୍ଜିକୃତ ହୋଇ ନଥିବା ବେଳେ ମାଇକ୍ରୋବାୟୋଲୋଜି ବିଭାଗରେ ଗୋଟିଏ ଆସୋସିଏଟ୍‌ ପ୍ରଫେସର, ୩ଜଣ ଟ୍ୟୁଟର୍‌ ଓ ଡେମୋନ୍‌‌ଷ୍ଟ୍ରେଟର ପଦ, ଅସ୍ଥିଶଲ୍ୟ ବିଭାଗରେ ୨ଜଣ ଆସୋସିଏଟ୍‌ ପ୍ରଫେସର୍‌, ୩ଜଣ ସିନିୟର୍‌ ରେସିଡେଣ୍ଟ, ପାଥୋଲୋଜିରେ ଜଣେ ଟ୍ୟୁଟର୍‌, ଫାର୍ମାକୋଲୋଜିରେ ୨ଜଣ ଆସୋସିଏଟ୍‌ ପ୍ରଫେସର୍‌, ଫିଜିଓଲୋଜି ବିଭାଗରେ ୨ଜଣ ଆସୋସିଏଟ୍‌ ପ୍ରଫେସର୍‌, ୩ଜଣ ଆସିଷ୍ଟାଣ୍ଟ ପ୍ରଫେସର ଓ ୫ଜଣ ଟ୍ୟୁଟରଖ/ଡେମୋନ୍‌ଷ୍ଟ୍ରେଟର୍‌ ପଦବି ଖାଲି ପଡିଥିବା ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ।

Telegraph India

ଅନ୍ୟପଟେ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନ (ଏଏଚ୍‌ଆର୍‌ସିସି)ରେ ଗତ ମେ ୧୫ରେ ଡାକ୍ତର ଦୀପକ କୁମାର ମିଶ୍ରଙ୍କୁ ନୂ୍ତନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବା‌ ସଂପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେ ତିନିବର୍ଷ ପାଇଁ ନିର୍ଦ୍ଦେଶକ ରହିବେ ବୋଲି ଦର୍ଶାଯାଇଥିଲା। କିନ୍ତୁ ଏହି ବିଜ୍ଞପ୍ତି ପକାଶର ମାସକ ପରେ ଅର୍ଥାତ୍‌ ଜୁନ ୧୬ରେ ପୁରୁଣା ନିର୍ଦ୍ଦେଶକ ଥିବା ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀଙ୍କ କାର୍ଯ୍ୟକାଳକୁ ୩ବର୍ଷ ପାଇଁ ବୃଦ୍ଧି ସଂପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି। ମାସକ ତଳେ ନୂଆ ନିର୍ଦ୍ଦେଶକଙ୍କ ନିଯୁକ୍ତି ଓ ତା ପରେ ପୁଣି ପୁରୁଣା ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ଘଟଣା ପରେ କର୍କଟ କେନ୍ଦ୍ର ପାଇଁ କେହି ନୂଆ ନିର୍ଦ୍ଦେଶକ ମିଳୁ ନଥିବା ଚର୍ଚ୍ଚା ହେଉଛି। ଫଳରେ ବାରମ୍ବାର ଡାକ୍ତର ଷଡ଼ଙ୍ଗୀଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଉଛି। କେବଳ ନିର୍ଦ୍ଦେଶକ ନୁ‌ହନ୍ତି, ଅନେକ ବିଶେଷଜ୍ଞ ଡାକ୍ତର ପଦ ବି କର୍କଟ କେନ୍ଦ୍ରରେ ଖାଲି ପଡ଼ିଥିବା ସୂଚନା ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।