ରାଜ୍ୟ

ରଥ ଉପରେ ଅଣସେବାୟତଙ୍କ ଭିଡିଓ ଭାଇରାଲ୍‌: ସିଂହଦ୍ବାର ଥାନାରେ ଏତଲା

ପୁରୀ : ସମନ୍ବୟ ବୈଠକ ହେଲା। ସମସ୍ତ ନିଯୋଗ ସହ ଆଲୋଚନା ହେଲା। ରଥ ଉପରେ କେହି ମୋବାଇଲ ବ୍ୟବହାର କରିବେ ନାହିଁ ବୋଲି ଚେତାବନୀ ଦିଆଗଲା। ଅଣସେବାୟତମାନେ ରଥ ଉପରେ ରହିବେ ନାହିଁ ବୋଲି ନିୟମ ରହିଲା। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମସ୍ତ ନିଯୋଗ ଓ ବାଡ଼ଗ୍ରାହୀମାନଙ୍କୁ ଚିଠି କଲେ। ତଥାପି ଶ୍ରୀମନ୍ଦିର ପ୍ରଶାସନର ବାବୁମାନଙ୍କ ଆଖିରେ ଧୂଳି ଦେଇ ଅଣ ସେବାୟତମାନେ ରଥରେ ଚଢ଼ିଲେ ଓ ରିଲ୍‌ସ କରି ସୋସିଆଲ ମିଡିଆରେ ଛାଡ଼ିଲେ। ବିଡ଼ମ୍ବନା ଏହି ଯେ ଏକଥା ଦାଣ୍ଡରେ ପଡ଼ି ଘାଟରେ ଗଡ଼ିଲାଣି, ଅଥଚ ଶ୍ରୀମନ୍ଦିର ପ୍ରଶାସନର ନିରବତା ଭାଙ୍ଗୁନାହିଁ।  ଶ୍ରୀମନ୍ଦିର ପ୍ରଶାସନ ନିଜ ଆଡ଼ୁ ଏନେଇ ପଦକ୍ଷେପ ନେବା ଆଗରୁ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ମଞ୍ଚ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି।

ଯୁବ ଅଧିବକ୍ତା ମଞ୍ଚର ଅଭିଯୋଗ ମୁତାବକ, ଅଣ ସେବାୟତ ମଠା, ମକୁଟା ପିନ୍ଧି ରଥ ଉପରେ ଚଢ଼ିବା ସହ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ସ୍ପର୍ଶ କରିଛନ୍ତି। ମଞ୍ଚ ଏତଲାରେ ଲେଖିଛି, ରଥ ଉପରକୁ କିଛି ଅଣସେବାୟତ ଯାଇ ଶ୍ରୀବିଗ୍ରହଙ୍କୁ କୁଣ୍ଢାଇବା ସହ ବିଭିନ୍ନ ଭଙ୍ଗୀରେ ଫଟୋ ଓ ଭିଡିଓ ଉଠାଇ ସୋସିଆଲ ମିଡିଆରେ ଛାଡ଼ିଛନ୍ତି। ଅନେକ ରଥ ଉପରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରିଲ୍‌ସ କରୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହା ବହୁ ମାତ୍ରାରେ ଭାଇରାଲ ହେଉଛି। ଏପରିକି ମହାପ୍ରଭୁଙ୍କ ପୋଷାକ ବଦଳା ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ଭାବନାକୁ ଆଘାତ ଦେଇଛି।ଏହାଦ୍ବାରା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଉଲ୍ଲଂଘନ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।