ରାଜ୍ୟ

ପ୍ରେମ ପାଇଁ ଦୋଛକିରେ ବବିତା, ସ୍ବାମୀଙ୍କ ମୃତ୍ୟୁ ପରେ ବେସାହାରା

ପାଳଲହଡ଼ା : ଅନ୍ୟ ଜାତିରେ ପ୍ରେମବିବାହ କରିବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ସ୍ବାମୀଙ୍କ ମୃତ୍ୟୁ ପରେ ନା ଶାଶୂଘର ଆପଣାଉଛନ୍ତି, ନା ବାପଘରକୁ ଫେରି ପାରୁଛନ୍ତି। ଏଭଳି ଅବସ୍ଥାରେ ବନ ସରଂକ୍ଷଣ ସମିତି ଘରେ ୨ଦିନ ହେଲା ପଡ଼ି ରହିଛନ୍ତି ପାଳଲହଡ଼ା ବ୍ଲକ୍‌ ଶିଗଡ଼ ପଞ୍ଚାୟତ କମ୍ପରକଳା ଗାଁର ବବିତା ଧୀବର। ଶୁକ୍ରବାର ସ୍ବାମୀଙ୍କ ମୃତ୍ୟୁ ହେବା ପରେ ଏତେବଡ଼ ଦୁନିଆରେ ସେ ଏକପ୍ରକାର ଏକଲା ହେଇଯାଇଛନ୍ତି। କଣ କରିବେ, କେମିତି ରହିବେ କିଛି ବୁଦ୍ଧିବାଟ ଦିଶୁନି।

ପ୍ରାୟ ୫ବର୍ଷ ତଳେ କମ୍ପରକଳା ଗାଁର ଭୀମସେନ ଗଡ଼ନାୟକଙ୍କ ପୁଅ ସୁଶୀଲକୁ ପ୍ରେମବିବାହ କରିଥିଲେ ବବିତା। ଘରୁ ଲୁଚି ପଳାଇଯାଇ ସ୍ବାମୀ ସ୍ତ୍ରୀ କେନ୍ଦୁଝରରେ ରହୁଥିଲେ। ସେଠାରେ ସୁଶୀଲ ଟ୍ରକ୍ ମାଲିକ ପାଖରେ ମ୍ୟାନେଜର କାମ କରୁଥିଲେ। ତେବେ ଶୁକ୍ରବାର ହଠାତ ସୁଶୀଲ ଅସୁସ୍ଥ ହୋଇପଡ଼ିଥିଲେ। ପତ୍ନୀ ଓ ଅନ୍ୟମାନେ ତାଙ୍କୁ ନିକଟସ୍ଥ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିଲେ। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସୁଶୀଲ ଆଖି ବୁଜିଥିଲେ। କଟକରୁ ସ୍ବାମୀଙ୍କ ମୃତଦେହ ନେଇ ବବିତା କମ୍ପରକଳା ଗାଁକୁ ଆସିଥିଲେ। ପରିବାର ଓ ଗ୍ରାମବାସୀ ଶବଦାହ କରିଥିଲେ ବି ବବିତାଙ୍କୁ କିନ୍ତୁ ଘରେ ପୂରାଇ ନଥିଲେ। ସେପଟେ ଅନ୍ୟଜାତିରେ ବିବାହ କରିବାରୁ ବାପା ନନ୍ଦ ଧୀବର ସାମାଜିକ ବାସନ୍ଦ ଭୟରେ ଝିଅକୁ ଘରକୁ ନେବା ପାଇଁ ସଫା ସଫା ମନା କରିଦେଇଛନ୍ତି। ଏମିତିକି ତାଙ୍କୁ ଶୁଦ୍ଧି ହୋଇଯାଇଛନ୍ତି।

ସେହିଭଳି ଭୀମସେନଙ୍କୁ ପୁଅର ବିବାହ ପରେ ଗାଁରେ ସାମାଜିକ ବାସନ୍ଦ କରାଯାଇଥିଲା। ବହୁ କଷ୍ଟରେ ସେ ଜରିମାନା ଦେଇ ତାଙ୍କ ସମାଜରେ ସାମିଲ ହୋଇଛନ୍ତି। ତେଣୁ ବୋହୂକୁ ଘରକୁ ନେଇ ଆଉ ଥରେ ସାମାଜିକ ବାସନ୍ଦ ହେବେନାହିଁ ବୋଲି ସ୍ପଷ୍ଟ କହିଛନ୍ତି। ଜାତିପ୍ରଥା ପାଇଁ ଦୁଇ ପରିବାର ବବିତାଙ୍କୁ ଗ୍ରହଣ କରିବାକୁ ମନା କରିବା ପରେ ଗତକାଲି ଠାରୁ ସେ ଗାଁରେ ଥିବା ବନ ସରଂକ୍ଷଣ ସମିତି ଘରେ ଆଶ୍ରୟ ନେଇଛନ୍ତି। ତାଙ୍କର ୫ବର୍ଷର ପୁଅଟିଏ ଅଛି। ‌ମା ପୁଅ ବଡ଼ ଦୟନୀୟ ଭାବେ ଭୋକ ଉପାସରେ ସେହି ଘରେ ଦିନ କାଟୁଛନ୍ତି। ସ୍ବାମୀଙ୍କ ମୃତ୍ୟୁକୁ ୨୪ ଘଣ୍ଟା ନ ପୁରୁଣୁ ମା-ଛୁଆଙ୍କ ମୁଣ୍ଡ ଉପରେ ଯେମିତି ଆକାଶ ଛିଣ୍ଡି ପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।