ରାଜ୍ୟ

ଆଖିବୁଜା ଗଛ କାଟିଦେଲେ, ବଦଳିଲା ପାଣିପାଗ: ଆଷାଢ଼ରେ ମାଟି ଶୁଖିଲା

କେନ୍ଦୁଝର, (ସୁବ୍ରତ ସ୍ବାଇଁ): ବ୍ୟାପକ ଜଙ୍ଗଲ ନଷ୍ଟ ସାଙ୍ଗକୁ ବିସ୍ତୀର୍ଣ୍ଣ ଅଞ୍ଚଳରେ ଖଣି ଖନନ ଯୋଗୁଁ କେନ୍ଦୁଝର ଜିଲ୍ଲାରେ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଯେଉଁ ସମୟରେ ବର୍ଷା ଲାଗିରହିବା କଥା ସେହି ସମୟରେ ପାଣି ଟୋପେ ପାଇଁ ଜିଲ୍ଲାବାସୀ ଚାତକ ଭଳି ଚାହିଁ ବସିଛନ୍ତି। ଜମି ଶୁଖିଲା ପଡ଼ିଛି। ଚାଷ କାର୍ଯ୍ୟ ପଛେଇଛି। ଆଷାଢ଼ ଓ ଶ୍ରାବଣ ମାସରେ ଆବଶ୍ୟକ ବର୍ଷା ନ ‌ହେବା ଏବେ ଚିନ୍ତାର କାରଣ ପାଲଟିଛି।

କେନ୍ଦୁଝରରେ ଖରାଦିନେ ମଧ୍ୟ ଥଣ୍ଡା ଅନୁଭୂତ ହୋଇଥାଏ। କିନ୍ତୁ ଏବେ ଆଉ ସେ ସ୍ଥିତି ନାହିଁ। ଖରାଦିନେ ତ ଦୂରର କଥା ଶୀତଦିନେ ବି ପୂର୍ବପରି ଥଣ୍ଡା ଅନୁଭୂତ ହେଉନି। ସେହିପରି ବର୍ଷା ଋତୁରେ ବର୍ଷା ମଧ୍ୟ ଠିକ୍‌ରେ ହେଉନି। ସାଧାରଣତଃ ଜୁନ୍‌ ବା ଆଷାଢ଼ ମାସକୁ ବର୍ଷାଦିନ ବୋଲି କୁହାଯାଇଥାଏ। କିଛିବର୍ଷ ହେଲା ଆଷାଢ଼ ମାସରେ ଆଉ ବର୍ଷା ହେଉନାହିଁ।

ସରକାରୀ ତଥ୍ୟ ଅନୁସାରେ, କେନ୍ଦୁଝର ଜିଲ୍ଲାରେ ଜୁନ୍‌ ମାସରେ ସ୍ବାଭାବିକ ବର୍ଷାର ପରିମାଣ ହେଉଛି ୨୪୧.୪ ମିମି। କିନ୍ତୁ ୨୦୨୧ରେ ଜୁନ୍ ମାସରେ ୧୫୪.୧୫ ମିମି ବର୍ଷା ହୋଇଥିଲା। ୨୦୨୨ରେ ୧୩୭.୭୦ ମିମି ବର୍ଷା ହୋଇଥିବା ବେଳେ ୨୦୨୩ରେ ୨୧୨.୫ ମିମି ବର୍ଷା ହୋଇଛି। ଅର୍ଥାତ ୨୦୨୧ରେ ୮୭ ମିମି, ୨୦୨୨ରେ ୯୧ ମିମି ଓ ୨୦୨୩ରେ ୨୯ ମିମି କମ୍‌ ବର୍ଷା ହୋଇଛି।

Moneycontrol

ଆଷାଢ଼ ପରି ଶ୍ରାବଣ ମାସରେ ମଧ୍ୟ ସମାନ ଅବସ୍ଥା। ଜୁଲାଇକୁ ସାଧାରଣତଃ ଶ୍ରାବଣ ମାସ ବୋଲି କୁହାଯାଏ। ଏହି ମାସରେ ବର୍ଷା ଲାଗି ରହୁଥିବାରୁ ଧାରା ଶ୍ରାବଣ ବୋଲି କୁହାଯାଇଥାଏ। ଜୁଲାଇ ମାସରେ ମଧ୍ୟ କେନ୍ଦୁଝର ଜିଲ୍ଲାରେ ଆବଶ୍ୟକ ବର୍ଷା ହୋଇନାହିଁ। ଜୁଲାଇ ମାସରେ ଜିଲ୍ଲାରେ ସ୍ବାଭାବିକ ବର୍ଷାର ପରିମାଣ ହେଉଛି ୩୧୮ ମିମି। ୨୦୨୦ରେ କେନ୍ଦୁଝର ଜିଲ୍ଲାରେ ଜୁଲାଇ ମାସରେ ୧୭୦.୭ ମିମି ବର୍ଷା ହୋଇଥିବା ବେଳେ ୨୦୨୧ରେ ୨୩୨.୬୯ ମିମି ବର୍ଷା ହୋଇଥିଲା। ଅର୍ଥାତ ୨୦୨୦‌ରେ ୧୪୭.୩ ମିମି ଓ ୨୦୨୧ରେ ୮୫.୩୧ ମିମି କମ ବର୍ଷା ହୋଇଛି।

କେନ୍ଦୁଝର ଜିଲ୍ଲାରେ ଏଭଳି ଅସ୍ବାଭାବିକ ବର୍ଷା ଚିନ୍ତାର କାରଣ ପାଲଟିଛି। ପରିବେଶବିତ୍‌ଙ୍କ କହିବା କଥା ହେଲା, ବ୍ୟାପକ ଖଣି ଖନନ ଏବଂ ଜଙ୍ଗଲ ନଷ୍ଟ କାରଣରୁ ବର୍ଷା ପରିମାଣ କମୁଛି। ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ୨୦୧୯ରେ ଦେଇଥିବା ଏକ ବିବୃତ୍ତି ଏଠାରେ ପ୍ରଣିଧାନଯୋଗ୍ୟ। ସେତେବେଳେ ସେ ବିଧାନସଭାରେ କହିଥିଲେ, କେନ୍ଦୁଝର ଜିଲ୍ଲାରେ ଥିବା ଖଣି ଗୁଡ଼ିକ ପାଇଁ ବିଗତ ୩୮ ବର୍ଷ ମଧ୍ୟରେ ୧୦ ହଜାର ୪୫୧.୩୯ ହେକ୍ଟର ଜଙ୍ଗଲ ଧ୍ବଂସ ହୋଇଛି। ଯାହା ପାଣିପାଗ ପରିବର୍ତ୍ତନର ପ୍ରମୁଖ କାରଣ ବୋଲି କୁହାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।