ଅପରାଧ ରାଜ୍ୟ

ଅଭିଯୁକ୍ତକୁ ଗିରଫ କରିବାକୁ ଯାଇ ମାଡ଼ ଖାଇଲା ପୁଲିସ

ନିରାକାରପୁର : ସାଦାପୋଷାକରେ ଅଭିଯୁକ୍ତକୁ ଗିରଫ କରିବାକୁ ଆସି ପୁଲିସ ମାଡ଼ ଖାଇଫେରିଛି। ପୁଲିସ ମାଡ଼ରେ ମଧ୍ୟ ୩ ଜଣ ଆହତ ହୋଇଛନ୍ତି। ଏଥିସହିତ ନିରାକାରପୁର ଥାନାରେ ଆଜି ଗଡ଼ିଶାଗୋଦା ଥାନା ପୁଲିସ ବିରୋଧରେ ଅଭିଯୋଗ ହୋଇଛି।

ଖବର ଅନୁସାରେ, ନିରାକାରପୁର ଥାନା ଅଧୀନସ୍ଥ ଷ୍ଟେସନ୍‌ ରାସ୍ତାରେ ଥିବା ସୁରଥ ସାମନ୍ତରାୟଙ୍କ ପୁଅକୁ ଗିରଫ କରିବାକୁ ସାଦାପୋଷାକରେ ପୁରୀ ଜିଲ୍ଲା ଗଡ଼ିଶାଗୋଦା ଥାନାର ଦୁଇଜଣ କନେଷ୍ଟବଳ ଆସିଥିଲେ। ସେମାନେ ସ୍ଥାନୀୟ ଥାନାକୁ ନଜଣାଇ ସିଧାସଳଖ ଶ୍ରୀ ସାମନ୍ତରାୟଙ୍କ ଘର ଭିତରେ ପଶି ତାଙ୍କ ପୁଅକୁ ଭିଡ଼ି ନେଉଥିଲେ। ଦୁଇଜଣ ଅଜଣା ବ୍ୟକ୍ତି ପୁଅକୁ ଭିଡ଼ି ନେଉଥିବା ଦେଖି ସୁରଥଙ୍କ ସ୍ତ୍ରୀ ସେମାନଙ୍କୁ ବିରୋଧ କରିବା ସହ ଆପଣମାନେ କିଏ ଓ
କାହିଁକି ମୋ ପୁଅକୁ ଭିଡ଼ି ନେଉଛନ୍ତି ବୋଲି ପଚାରିଥିଲେ। ଏଥିରେ କନେଷ୍ଟବଳ ସୁରଥଙ୍କ ସ୍ତ୍ରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଠେଲାପେଲା କରିଥିଲେ। ସ୍ତ୍ରୀର ପାଟିଶୁଣି ସୁରଥ ଓ ତାଙ୍କ ଝିଅ ପହଞ୍ଚି ବାରଣ କରିବାରୁ ପୁଲିସ କନେଷ୍ଟବଳ ସେମାନଙ୍କୁ ମାଡ଼ ମାରିଥିଲେ। ପୁଲିସ ମାଡ଼ରେ ସୁରଥଙ୍କ ହାତରେ ଆଘାତ ଲାଗିବା ସହ ସୁରଥଙ୍କ ସ୍ତ୍ରୀ ଓ ତାଙ୍କ ଝିଅ ଆହତ ହୋଇଛନ୍ତି। ଖବରପାଇ ସ୍ଥାନୀୟ ଲୋକେ ଜମା ‌ହୋଇ ପୁଲିସକୁ ଠେଲାପେଲା କରିଥିଲେ। ସେମାନେ ଗଡ଼ିଶାଗୋଦା ଥାନ‌ାରେ ଯୁବକଙ୍କ ନାମରେ ମାମଲା ରୁଜୁ ହୋଇଥିବା କହି ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।