ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କୋଟିଆ ବିବାଦକୁ ନେଇ ସମ୍ବିଧାନର ୧୩୧ ଧାରା ଉଚ୍ଛେଦ ମାମଲା: ସୁପ୍ରିମକୋର୍ଟରେ ଶୁଣାଣି ଆଜି

ନୂଆଦିଲ୍ଲୀ : କୋଟିଆ ବିବାଦକୁ ନେଇ ସମ୍ବିଧାନର ଧାରା ୧୩୧ ଉଚ୍ଛେଦ ପାଇଁ ଓଡିଶା ଦ୍ବାରା ଦାଖଲ କରାଯାଇଥିବା ମାମଲାରେ ଆନ୍ଧ୍ରପ୍ରଦେଶ ଓ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିନାହାନ୍ତି। ଶୁକ୍ରବାର ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ଚାମ୍ବର ଜଜ୍‌ଙ୍କ କୋର୍ଟରେ ତାଲିକାଭୁକ୍ତ କରାଯାଇଛି। ବିଚାରପତି ଜଷ୍ଟିସ ମନୋଜ ମିଶ୍ର ମାମଲାର ଶୁଣାଣି କରିବେ।

ଓଡ଼ିଶା ଦ୍ବାରା ଜାନୁଆରି ୨୦୨୨ରେ ସମ୍ବିଧାନର ଧାରା ୧୩୧ ଉଚ୍ଛେଦ ପାଇଁ ମାମଲା ଦାୟର କରାଯାଇଥିଲା। ସେଥିରେ କୋଟିଆ ଓଡ଼ିଶାର ଅଂଶବିଶେଷ ବୋଲି ଐତିହାସିକ ଦସ୍ତାବିଜ୍‌ ଓ ପ୍ରମାଣକୁ ସଂଲଗ୍ନ କରାଯାଇଥିଲା।‌ ଫେବ୍ରୁଆରି ୨୮,୨୦୨୩ରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କ ରେଜିଷ୍ଟ୍ରି ଆନ୍ଧ୍ର ପ୍ରଦେଶ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ। ଓଡ଼ିଶା ସରକାରଙ୍କ ଆପତ୍ତି ଓ ଆବେଦନ ଆଧାରରେ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ଓ କେନ୍ଦ୍ର ସରକାରଙ୍କୁ ତଥ୍ୟ ଦାଖଲ ପାଇଁ ୨୮ ଦିନର ସମୟ ଦେଇଥିଲେ। ଏହି ଅବଧିରେ ଅଦାଲତରେ ହାଜିରା ନ ହେଲେ ଏକତରଫା ନିଷ୍ପତ୍ତି ହେବ ବୋଲି କୋର୍ଟ ନିର୍ଦ୍ଦେଶରେ କହିଥିଲେ। ଆଜି ପର୍ଯ୍ୟନ୍ତ ଉଭୟ ‌ଆନ୍ଧ୍ର ପ୍ରଦେଶ ଓ କେନ୍ଦ୍ର ସରକାର ଅଦାଲତରେ ତଥ୍ୟ ଦାଖଲ କରି ନଥିବା ଜଣାପଡ଼ିଛି। ଅନ୍ୟପକ୍ଷେ, ଶୁକ୍ରବାର ଉଭୟ ଆନ୍ଧ୍ର ଓ କେନ୍ଦ୍ର ତଥ୍ୟ ଦାଖଲ କରିବା ନେଇ ସେମାନଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବା ସମ୍ଭାବନା ରହିଛି। ଏହାପରେ ହିଁ ମାମଲାର ଶୁଣାଣିକୁ ନିୟମିତ ଖଣ୍ଡପୀଠରେ କରାଯିବା ପାଇଁ ତାରିଖ ଧାର୍ଯ୍ୟ କରାଯିବ।

ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟରେ ମାମଲାର ପରିଚାଳନା କରୁଛନ୍ତି ଆଇନଜୀବୀ ଶିବ ଶଙ୍କର ମିଶ୍ର। ସୂଚନାଯୋଗ୍ୟ, ସମ୍ବିଧାନର ଧାରା ୧୩୧ ଅନୁଯାୟୀ ରାଜ୍ୟ ଓ ରାଜ୍ୟ ମଧ୍ୟରେ କିମ୍ବା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କୌଣସି ପ୍ରକାର ବିବାଦ ଥିଲେ ସେଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ। ତେବେ କୋଟିଆ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ଭିନ୍ନ ଅନ୍ୟ କୌଣସି ମାଧ୍ୟମ ନଥିବା ଓଡ଼ିଶା ବିଚାର କରୁଛି। ଏହି ଆଧାରରେ ସମ୍ବିଧାନର ଧାରା ୧୩୧ ଉଚ୍ଛେଦ ପାଇଁ ଓଡିଶା ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରାର୍ଥନା କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ