ରାଜ୍ୟ ସ୍ପେଶାଲ ରିପୋର୍ଟ

ତାଳଧ୍ୱଜ ରଥ ଦଉଡ଼ି ଛିଣ୍ଡିବା ଘଟଣା: ଭୁବନେଶ୍ବର ଏମ୍ସରେ ଚିକିିତ୍ସାଧୀନ ଅବସ୍ଥାରେ ଭୋଇ ସେବକଙ୍କ ମୃତ୍ୟୁ

ଭୁବନେଶ୍ବର/ପୁରୀ: ଶ୍ରୀକ୍ଷେତ୍ରରେ ବାହୁଡ଼ାଯାତ୍ରା ସମୟରେ ଗୁରୁତର ହୋଇ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଥିବା ମହାପ୍ରଭୁ ବଳଭଦ୍ରଙ୍କ ଭୋଇ ସେବକଙ୍କର ଆଜି ସକାଳୁ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ନକୁଳ ଭୋଇ (୭୨)।

ସୂଚନା ଅନୁସାରେ ଗତ ୨୮ ତାରିଖ ଦିନ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ତିନି ରଥକୁ ଭକ୍ତମାନେ ଟାଣିଥିଲେ। ବଳଭଦ୍ରଙ୍କ ତାଳଧ୍ବଜ ଟଣାଯାଉଥିବା ବେଳେ ଏକ ଅଘଟଣ ଘଟିଥିଲା। ଏହି ରଥ ମାର୍କେଟ ଛକରେ ପହଞ୍ଚିବା ପରେ ଅଘଟଣ ଘଟିଥିଲା। ରଥ ଦଉଡ଼ିଟି ତାଣରୁ ଖସିଯାଇଥିଲା। ଫଳରେ ରଥ ଦଉଡ଼ି ଧରିଥିବା ଭୋଇ ସେବକ ନକୁଳ ଭୋଇଙ୍କ ସମେତ ଆଉ କିଛି ଭକ୍ତ ତଳେ ପଡ଼ି ଯାଇଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ନକୁଳ ଗୁରୁତର ଥିଲେ। ତାଙ୍କୁ ତୁରନ୍ତ ଦମକଳ ବାହିନୀର ଗାଡ଼ିରେ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେଠରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଆସିବାରୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ସେହିଦିନ ଠାରୁ ନକୁଳ ଏମ୍ସର ଆଇସିୟୁରେ ଭର୍ତ୍ତି ଥିଲେ। ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରି ଶେଷରେ ବିଫଳ ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।