ରାଜ୍ୟ ସ୍ପେଶାଲ ରିପୋର୍ଟ

ନିଖୋଜ ଡାକ କର୍ମଚାରୀଙ୍କ ମୃତଦେହ କୋଲାବ ଜଳଭଣ୍ଡାରରୁ ଉଦ୍ଧାର, ପୂର୍ବରୁ ପୋଲ ଉପରୁ ମିଳିଥିଲା ସ୍କୁଟି

ସେମିଳିଗୁଡ଼ା/ସୁନାବେଡ଼ା: କୋରାପୁଟ ଗାନ୍ଧୀନଗର ନିବାସୀ ପି. ସନ୍ତୋଷ କୁମାରଙ୍କ ମୃତଦେହ ଗୁରୁବାର ସକାଳୁ କୋଲାବ ଜଳଭଣ୍ଡାରରୁ ଉଦ୍ଧାର ହୋଇଛି। ଆଜି ସକାଳୁ ମତ୍ସ୍ୟଜୀବୀମାନେ ପି ସନ୍ତୋଷଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖିଥିଲେ। ସେମାନେ ଅଗ୍ନିଶମ କାର୍ଯ୍ୟାଳୟକୁ ଏନେଇ ସଚୂନା ଦେଇଥିଲେ। ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପି. ସନ୍ତୋଷଙ୍କ ମୃତଦେହ ଉଦ୍ଧାର କରିଥ‌ିଲେ। ସୁନାବେଡ଼ା ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ କେରାପୁଟ ମେଡିକାଲକୁ ପଠାଇଛି। ଧାର ଟଙ୍କା ଆଣି ସୁଝିପାରି ନଥିବାରୁ ପି ସନ୍ତୋଷ କିଛି ଦିନ ହେଲା ମାନସିକ ଚାପରେ ଥିଲେ। ଏଥି ପାଇଁ ସେ ଭୁଲ ନିଷ୍ପତ୍ତି ନେଇଥିବା ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ଅନ୍ତର୍ଗତ ଘାଟଗୁଡ଼ାସ୍ଥିତ କୋଲାବ ଉପରୁ ବୁଧବାର ସନ୍ଧ୍ୟାରେ ପୁଲିସ ପି ସନ୍ତୋଷଙ୍କର ସ୍କୁଟି ଉଦ୍ଧାର କରିଥିଲା। ଉକ୍ତ ସ୍କୁଟି ସେମିଳିଗୁଡ଼ା ଡାକଘରେ କାର୍ଯ୍ୟରତ ପି. ସନ୍ତୋଷ କୁମାରଙ୍କ ବୋଲି ପ୍ରାଥମିକ ତଦନ୍ତ ପରେ ପୁଲିସ ପାଇଥିଲା। ପରେ ଏହା ସ୍ପଷ୍ଟ ହୋଇଥିଲା। ତ‌େବେ ସନ୍ତୋଷଙ୍କ ଦେଖା ମିଳୁନଥିବାରୁ ସେ ନଦୀକୁ ଡେଇଁ ଦେଇଛନ୍ତି ବୋଲି ପୁଲିସ ସନ୍ଦେହ ହୋଇଥିଲା ଏବଂ ସେଦିଗରେ ପୁଲିସ ତଦନ୍ତ ଆରମ୍ଭ କରିଦେଇଥିଲା।

ପି. ସନ୍ତୋଷ କୁମାର ସେମିଳିଗୁଡ଼ା ଡାକଘରେ ଅବସ୍ଥାପିତ ଥିଲେ। ତେଣୁ ପ୍ରତିଦିନ ଭଳି ବୁଧବାର ସକାଳେ ମଧ୍ୟ ନିଜ ସ୍କୁଟି ଧରି ସେମିଳିଗୁଡ଼ା ବାହାରିଥିଲେ। ଅପରାହ୍ନରେ ପରିବାର ଲୋକ ତାଙ୍କ ମୋବାଇଲକୁ କଲ୍‌ କରିଥିଲେ। କିନ୍ତୁ ମୋବାଇଲ ସ୍ବିଚ୍‌ ଅଫ୍‌ ଥିବାରୁ ଡାକ ବିଭାଗର ଅନ୍ୟ କର୍ମଚାରୀଙ୍କୁ କଲ୍‌ କରି ସନ୍ତୋଷଙ୍କ ସଂପର୍କରେ ପଚାରିଥିଲେ। ସନ୍ତୋଷ କାର୍ଯ୍ୟରେ ଯୋଗ ଦେଇନଥିବା ଜଣାପଡ଼ିବା ପରେ ପରିବାର ଲୋକ ଚିନ୍ତାରେ ପଡ଼ିଥିଲେ।

ଅନ୍ୟପଟେ ସନ୍ଧ୍ୟା ପ୍ରାୟ ୫ଟାରେ ଘାଟଗୁଡ଼ାସ୍ଥିତ କୋଲାବ ପୋଲ ଉପରେ ଏକ ସ୍କୁଟି ଥିବା ଦେଖିବା ପରେ କିଛି ଲୋକ ସନ୍ଦେହ କରି ସୁନାବେଡ଼ା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଏହି ସ୍କୁଟି ସନ୍ତୋଷଙ୍କ ବୋଲି ଜଣାପଡ଼ିଥିଲା। କିନ୍ତୁ ଆଖପାଖ ଅଞ୍ଚଳରେ ସନ୍ତୋଷଙ୍କ ଦେଖା ନମିଳିବାରୁ ସେ ନଦୀକୁ ଡେଇଁ ଦେଇଛନ୍ତି ନା କେଉଁ ଆଡ଼େ ଚାଲିଯାଇଛନ୍ତି ସେନେଇ ସନ୍ଦେହ କରି ପୁଲିସ ତଦନ୍ତ ଜାରି ରଖିଥିଲା। ଅନ୍ୟପଟେ ସନ୍ତୋଷଙ୍କ ସ୍କୁଟି ପୋଲ ଉପରୁ ମିଳିବା ଏବଂ ତାଙ୍କ ଦେଖା ମିଳୁନଥିବାରୁ ପରିବାର ଲୋକ ଚିନ୍ତାରେ ପଡ଼ିଯାଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।