ନୂଆଦିଲ୍ଲୀ: ଏନ୍ସିପି ସୁପ୍ରିମୋ ଶରଦ ପାୱାର ଆଜି ଅଜିତ ପାୱାର ଗୋଷ୍ଠୀକୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ବିଜେପିର ପ୍ରତିଟି ସହଯୋଗୀ ପରିଶେଷରେ ରାଜନୈତିକ ବିପର୍ଯ୍ୟୟ ସାମ୍ନା କରିଛନ୍ତି ଏବଂ ସେମାନେ ବି ସେହି ସମାନ ସ୍ଥିତି ଭୋଗିବେ। ମୁମ୍ବାଇରେ ଦଳର ବୈଠକରେ ପାୱାର କହିଛନ୍ତି, ଯେଉଁମାନେ ବିଜେପି ସହ ହାତ ମିଳାଇଛନ୍ତି ସେମାନେ ପରିଶେଷରେ ଧ୍ବଂସ ହୋଇଯାଇଛନ୍ତି। ରାଜନୈତିକ ସହଯୋଗୀଙ୍କୁ ଦୁର୍ବଳ କରିଦେବା ହେଉଛି ବିଜେପିର ନୀତି। ଅନ୍ୟ ରାଜ୍ୟମାନଙ୍କରେ ବି ଏହାର ଅନେକ ଉଦାହରଣ ରହିଛି। ଅକାଳି ଦଳ ବିଜେପି ସହ ଅନେକ ବର୍ଷ ଧରି ଥିଲା। କିନ୍ତୁ ଏବେ ଅକାଳି ଦଳ କେଉଁଠି ବି ନାହିଁ। ସମାନ ପରିସ୍ଥିତି ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ବିହାରରେ ଉପୁଜିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହା ହୃଦ୍ବୋଧ କରିବା ପରେ ବିଜେପି ହାତ ଛାଡ଼ି ଦେଇଛନ୍ତି ବୋଲି ଶରଦ ପାୱାର କହିଛନ୍ତି।
ଅଜିତ ଗୋଷ୍ଠୀକୁ ଶରଦ ପାୱାରଙ୍କ ଚେତାବନୀ: ବିଜେପି ପ୍ରତି ସହଯୋଗୀଙ୍କୁ ଧ୍ବଂସ କରିଦେଇଛି