ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମହାକାଶ ବ୍ୟବସାୟରେ ଇସ୍ରୋର ବିସ୍ମୟକର ଅଗ୍ରଗତି

ନୂଆଦିଲ୍ଲୀ: ଭାରତର ଉଚ୍ଚାଭିଳାଷୀ ମହାକାଶ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଦ ନ୍ୟୁୟର୍କ ଟାଇମ୍ସ କହିଛି ଯେ ଭାରତ ବର୍ତ୍ତମାନ ସ୍ପେସ୍-ଟେକ୍ ଷ୍ଟାର୍ଟଅପ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି କରିଛି। ଏହା ‘ଟ୍ରାନ୍ସଫର୍ମ ପ୍ଲାନେଟ୍‌’କୁ ଅନ୍ତିମ ପର୍ଯ୍ୟାୟକୁ ନେବା ପାଇଁ ପ୍ରସ୍ତୁତ ହେଉଛି। ଏ କ୍ଷେତ୍ରରେ ସଫଳତା ମିଳିବା ପରେ ଚୀନ୍‌କୁ ଟପିଯିବ ଭାରତ। ୧୯୬୩ରେ ଯେତେବେଳେ ଏହା ପ୍ରଥମ ରକେଟ୍‌ ଲଞ୍ଚ କରିଥିଲା ସେତେବେଳେ ଭାରତ ଏକ ଗରିବ ଦେଶ ଥିଲା। ତା’ ସତ୍ତ୍ବେ ମହାକାଶ ଗବେଷଣା କ୍ଷେତ୍ରରେ ଆମେରିକା ଓ ସୋଭିଏତ ଦେଶ ସହ ଏହା ତାଳଦେଇ ଚାଲିବାକୁ ପ୍ରତିଶ୍ରୁତିବଦ୍ଧ ଥିଲା। ଆଜି ମହାକାଶ ଦୌଡ଼ରେ ଭାରତ ଯଥେଷ୍ଟ ଅଗ୍ରଗତି କରିଛି ବୋଲି ଆମେରିକାର ପ୍ରମୁଖ ଖବରକଗଜ ପ୍ରକାଶ କରିଛି।

‘ବିଶ୍ବର ମହାକାଶ ବ୍ୟବସାୟରେ ବିସ୍ମୟକର ଅଗ୍ରଗତି’ ଶୀର୍ଷକ ନିବନ୍ଧରେ ଉକ୍ତ ଖବରକାଗଜ ଲେଖିଛି ଯେ, ଭାରତରେ ବର୍ତ୍ତମାନ ଅନ୍ୟୂନ ୧୪୦ଟି ସ୍ପେସ୍-ଟେକ୍ ଷ୍ଟାର୍ଟଅପ୍ ପଞ୍ଜୀକୃତ ହୋଇଛନ୍ତି। ମହାମାରୀ ସମୟରେ ଭାରତରେ ମାତ୍ର ୫ଟି ଏହିପରି ଷ୍ଟାର୍ଟଅପ୍ ଥିବାବେଳେ ସେଗୁଡ଼ିକର ସଂଖ୍ୟାରେ ଏବେ ବିସ୍ଫୋରକ ବୃଦ୍ଧି ଘଟିଛି। ଏକ ବୈଜ୍ଞାନିକ ଶକ୍ତି ଭାବେ ଭାରତର ଗୁରୁତ୍ବ ବୃଦ୍ଧି ପାଇଛି। ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ମହାକାଶ ସହଯୋଗର ସବୁ କ୍ଷେତ୍ରରେ ଏକ ନୂତନ ସାମ୍ମୁଖ୍ୟ ଭାବେ ଉଭା ହେବା ପାଇଁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ମିଳିତ ବିବୃତିରେ ଉଲ୍ଲେଖ କରାଯାଇଥିଲା। ଆମେରିକା ଓ ଭାରତୀୟ ଘରୋଇ କ୍ଷେତ୍ରଗୁଡ଼ିକ ମଧ୍ୟରେ ବର୍ଦ୍ଧିତ ବାଣିଜ୍ୟିକ ସହଯୋଗ ପାଇଁ ମିଳିତ ବିବୃତିରେ କୁହାଯାଇଥିଲା। ମହାକାଶ କ୍ଷେତ୍ରରେ ଚୀନ୍‌କୁ ମାତ୍ ଦେବା ପାଇଁ ଆମେରିକା ଓ ଭାରତର ସହଯୋଗ ସାହାଯ୍ୟ କରିବ ବୋଲି ଉକ୍ତ ଖବରକାଗଜ ମତ ପ୍ରକାଶ କରିଛି।

ଖବରକାଗଜ ଲେଖିଛି ଯେ, ଭୂରାଜନୈତିକ ସ୍ଥିତି ହେଉଛି ଭାରତ ପାଇଁ ଏକ ବଡ଼ ସୁବିଧା। ଉଭୟ ରୁଷ୍ ଓ ଚୀନ୍ କମ୍ ଖର୍ଚ୍ଚରେ ବିଭିନ୍ନ ମହାକାଶୀୟ ଉତ୍‌କ୍ଷେପଣ କରିଥାନ୍ତି। ବର୍ତ୍ତମାନ ୟୁକ୍ରେନ୍ ଯୁଦ୍ଧ ରୁଷ୍‌କୁ ଏକ ପ୍ରତିଦ୍ବନ୍ଦ୍ବୀ ତାଲିକାରୁ ଅପସାରିତ କରିଛି। ବ୍ରିଟିସ ସାଟେଲାଇଟ୍ ଷ୍ଟାର୍ଟଅପ୍ ୱାନୱେବ ଗତ ସେପ୍ଟମ୍ବର ମାସରେ ରୁଷ୍ ସହଯୋଗରେ ୩୬ଟି ସାଟେଲାଇଟ୍ ଲଞ୍ଚ କରିଥିଲା। ତା’ପରେ ଭାରତର ଇସ୍ରୋ ଦ୍ବାରା ଏହା ଅନେକ ସାଟେଲାଇଟ୍ ଲଞ୍ଚ କରିଛି। ସେହିପରି ଆମେରିକା ସରକାର ଚୀନ୍ ପରିବର୍ତ୍ତେ ଭାରତ ଜରିଆରେ କୌଣସି ଆମେରିକୀୟ କମ୍ପାନିର ମିଲିଟାରୀ ଗ୍ରେଡ୍ ଟେକ୍ନୋଲୋଜି ପ୍ରେରଣ ପାଇଁ ଅନୁମୋଦନ ଦେଇପାରେ। ମହାକାଶ ବ୍ୟବସାୟରେ ଭାରତ ବର୍ତ୍ତମାନ ଅଦମନୀୟ ବୋଲି ଉକ୍ତ ଖବରକାଗଜ ପ୍ରକାଶ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ