ଅପରାଧ ଦେଶ ବିଦେଶ

ରାସ୍ତାରୁ ମଦ୍ୟପକୁ ଉଠାଇବା ବେଳେ ଧକ୍କା ଦେଲା ଗାଡ଼ି; ଜଣେ ପୁଲିସ ନିହତ, ୩ ଆହତ

କାନପୁର: ଉତ୍ତର ପ୍ରଦେଶର କାନପୁର ଦେହାତ ଜିଲ୍ଲାର ଆକବରପୁର ଅନ୍ତର୍ଗତ ରାଜପଥରେ ‌ଶୋଇଥିବା ଜଣେ ମଦ୍ୟପଙ୍କୁ ଉଠାଇବାକୁ ଚେଷ୍ଟା କରୁଥିବା ବ‌େଳେ ଦ୍ରୁତଗାମୀ ଟେମ୍ପୋଗାଡ଼ି ଧକ୍କା ଦେବାରୁ ଜଣେ କନେଷ୍ଟବଳଙ୍କର ମୃତ୍ୟୁ ଘଟିଛି ଓ ଆଉ ୩ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ବୁଧବାର ପ୍ରତ୍ୟୁଷରେ ଘଟିଥିବା ଏହି ଦୁର୍ଘଟଣାରେ ସେ ମଦ୍ୟପଙ୍କର ବି ମୃତ୍ୟୁ ଘଟିଛି। କିନ୍ତୁ, ତାଙ୍କର ପରିଚୟ ମିଳିନାହିଁ।

ଆହତ ହୋଇଥିବା ୩ଜଣ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଜଣେ ସବ୍‌-ଇନ୍‌ପେକ୍ଟର୍‌ ଥିବା କଥା ଜଣେ ପଦସ୍ଥ ପୁଲିସ ଅଧିକାରୀ କହିଛନ୍ତି।

କାନପୁର ଦେହାତ୍‌ର ଅତିରିକ୍ତ ଏସ୍‌. ପି. ରାଜେଶ କୁମାର ପାଣ୍ଡେ କହିଛନ୍ତି, ହେଡ୍‌ କନେଷ୍ଟବଳ ଅରବିନ୍ଦ କୁମାର ଏବଂ କନେଷ୍ଟବଳ ସୌରଭ କୁମାର ଓ ବିବେକ କୁମାରଙ୍କୁ ସାଥିରେ ଧରି ସବ୍‌-ଇନ୍‌ସ୍‌ପେକ୍ଟର୍‌ ମଥୁରା ପ୍ରସାଦ ପାଟ୍ରୋଲିଙ୍ଗ୍‌ କରୁଥିବା ବେଳେ ରାଜପଥର ମାଧପୁର ସେତୁ ନିକଟରେ ଜଣେ ମଦ୍ୟପ ରାସ୍ତାରେ ଶୋଇଥିବା ଦେଖିଥିଲେ।

Maharashtra: Police constable dies after his car hits tree in Pune | Pune News - Times of India
Image Courtesy of Times of India

ପାଣ୍ଡେ ଆହୁରି ମଧ୍ୟ କହିଛନ୍ତି, ତୁରନ୍ତ ସେମାନେ ଗାଡ଼ିରୁ ଡେଇଁପଡ଼ିଲେ। କନେଷ୍ଟବଳ ବିବେକ କୁମାର ଉକ୍ତ ମଦ୍ୟପଙ୍କୁ ଟାଣି ରାସ୍ତାରୁ ଉଠାଉଥିବା ବ‌େଳେ ଗୋଟାଏ ଦ୍ରୁତଗାମୀ ଟେମ୍ପୋ ଧକ୍କା ଦେବାରୁ ସେ ପୋଲ ଉପରୁ ତଳକୁ ଖସିପଡ଼ିଲେ ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଲା।

ହାତ, ଗୋଡ଼ ଓ ଅଣ୍ଟାରେ ଆଘାତ ପାଇଥିବା ବାକି ୩ଜଣ ପୁଲିସ କର୍ମଚାରୀଙ୍କୁ ଜିଲ୍ଲା ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରୁ କନେଷ୍ଟବଳ ସ‌ୌରଭଙ୍କୁ ରିଜେନ୍‌ସି ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି ବୋଲି ମଧ୍ୟ ପାଣ୍ଡେ କହିଛନ୍ତି।

ପୁଲିସ ଉକ୍ତ ଟେମ୍ପୋକୁ ଜବତ କରିବା ସହିତ ତା’ର ଡ୍ରାଇଭର୍‌ ଦିଲ୍ଲୀନିବାସୀ ୪୦ ବର୍ଷିୟ ସୁରେନ୍ଦ୍ର କୁମାର ଗୁପ୍ତାଙ୍କୁ ଗିରଫ କରିଥିବା କଥା ଆଉ ଜଣେ ପୁଲିସ ଅଧିକାରୀ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ