ଅପରାଧ ଦେଶ ବିଦେଶ

ଦିଲ୍ଲୀ ତିସ୍ ହଜାରି କୋର୍ଟରେ ଫୁଟିଲା ଗୁଳି, ବିବାଦ ପ‌ରେ ଦୁଇ ଓକିଲ ଗୋଷ୍ଠୀ ହେଲେ ମୁହାଁମୁହିଁ

ନୂଆଦିଲ୍ଲୀ: ପୁଣି ଥରେ ଦିଲ୍ଲୀ କୋର୍ଟରେ ଫୁଟିଲା ଗୁଳି। ଓକିଲମାନଙ୍କ ମଧ୍ୟରେ ପାରସ୍ପରିକ ବିତର୍କ ଏବଂ ଝଗଡା ପରେ ଜଣେ ବ୍ୟକ୍ତି ଗୁଳି ଚଳାଇଥିବା ଜଣାପଡ଼ିଛି। ଦିଲ୍ଲୀର ତିସ୍ ହଜାରି କୋର୍ଟରେ ଏହି ଘଟଣା ଘଟିଛି। ତେବେ ଏହି ଘଟଣାରେ କେହି ଆହତ ହେବାର ଖବର ସାମ୍ନାକୁ ଆସି ନାହିଁ। ଘଟଣାଟି କିଛି ସମୟ ପୂର୍ବରୁ ଘଟିଥିବା ବେଳେ ଏବେ ଘଟଣାର ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ଜଣେ ଫାଙ୍କା ଗୁଳି ଚାଳନା କରୁଛନ୍ତି। ତେବେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଏକ ଭାରୀ ପୁଲିସ ଫୋର୍ସ ମୁତୟନ କରାଯାଇଥିବା କୁହାଯାଉଛି।

ଏହି ଘଟଣା ବିଷୟରେ ସୂଚନା ଦେଇ ଦିଲ୍ଲୀ ପୁଲିସ କହିଛି ଯେ ଆଜି ଦିନ ପ୍ରାୟ ୧.୩୫ ସମୟରେ ତିସ୍ ହଜାରି କୋର୍ଟ ପରିସରରେ ଗୁଳି ଫୁଟିଥିଲା। ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଦେଖିବାକୁ ପାଇଥିଲା ​​ଯେ ଦୁଇ ଗୋଷ୍ଠୀର ଓକିଲମାନେ ଫାଙ୍କା ଗୁଳି ଚାଳନା କରିଛନ୍ତି  ଏବଂ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି। ତେବେ ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ଥିବା ବେଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କହିଛି ପୁଲିସ।

ତେବେ କୋର୍ଟ ଭିତରକୁ ବନ୍ଧୁକ ଅଣାଯାଇଥିବା ବେଳେ ବନ୍ଧୁକର ଲାଇସେନ୍ସ ଅଛି ନା ନାହିଁ ତାହା ଜାଣିବାକୁ ତଦନ୍ତ କରୁଛି ପୁଲିସ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ