ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅଜିତ ପାଓ୍ବାରଙ୍କ ବଡ଼ ଦାବି : ୨୦୧୯ରେ ବିଜେପି ସହ ମିଶି ସରକାର ଗଠନ ପଛରେ ଥିଲେ ଶରଦ ପାଓ୍ବାର

ମୁମ୍ବାଇ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଚାଲିଥିବା ସଂକଟ ମଧ୍ୟରେ ବୁଧବାର ଦୁଇ ପାଓ୍ବାର ଗୋଷ୍ଠୀ ଶିବିର ଅଲଗା ଅଲଗା ବୈଠକ ଡାକିଥିଲେ । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମୁମ୍ବାଇର ଏମଇଟି ବାନ୍ଦ୍ରାରେ ତାଙ୍କ ଗୋଷ୍ଠୀ ନେତା ଏବଂ କର୍ମୀଙ୍କ ସହ ବୈଠକ କରିବା ପରେ ସେମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ଶରଦ ପାୱାରଙ୍କୁ ଟାର୍ଗେଟ କରିବା ସହ ଅନେକ ବଡ ବଡ ଦାବି ମଧ୍ୟ କରିଥିଲେ ।

ଅଜିତ ପାୱାର କହିଛନ୍ତି ଯେ ୨୦୦୪ରେ କଂଗ୍ରେସ ଠାରୁ ଅଧିକ ବିଧାୟକ ଥିଲେ ମଧ୍ୟ ଏନସିପି ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ହରାଇଥିଲା। ଯଦି ଆମେ ସେହି ସମୟରେ କଂଗ୍ରେସକୁ ମୁଖ୍ୟମନ୍ତ୍ରୀ ପଦ ଦେଇନଥାନ୍ତେ, ତେବେ ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ କେବଳ ଜାତୀୟତାବାଦୀ କଂଗ୍ରେସ ପାର୍ଟିର ମୁଖ୍ୟମନ୍ତ୍ରୀ ଥାଆନ୍ତେ। ସେ କହିଥିଲେ ଯେ ମୋତେ ସବୁବେଳେ ଖଳନାୟକ ଭାବେ ସଜାଯାଉଛି ।

ଏହି ଅବସରରେ ଅଜିତ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ୨୦୧୯ରେ ନିର୍ବାଚନ ପରେ ଯେତେବେଳେ ସେ ବିଜେପି ସହ ହାତ ମିଳାଇଥିଲେ, ତାପଛରେ ଥିଲା ଶରଦ ପାଓ୍ବାରଙ୍କ ନିର୍ଦ୍ଦେଶ । “୨୦୧୯ ନିର୍ବାଚନ ପରେ ପାୱାର ସାହେବ, ମୁଁ ଏବଂ ପ୍ରଫୁଲ୍ଲ ପଟେଲ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ଜଣେ ବଡ଼ ଶିଳ୍ପପତିଙ୍କ ଘରେ ଭେଟି ସରକାର ଗଠନ ପାଇଁ ସବୁ କିଛି ସ୍ଥିର କରିଥିଲୁ । ଏପରିକି ୨୦୧୭ରେ ଶରଦ ପାୱାର ବିଜେପି ସହ ମିଶି ସରକାର ଗଢ଼ିବାକୁ ଚାହୁଁଥିଲେ।“ କିନ୍ତୁ ପରେ ପାଓ୍ବାର ସାହେବ ସେଥିରୁ ପଲଟିଯାଇଥିଲେ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ