ଅପରାଧ ରାଜ୍ୟ

ଭିମ୍‌ସାର୍‌ରେ ସ୍ବାଗତ ସମାରୋହରେ ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ; ୫ ଆହତ

ସମ୍ବଲପୁର: ବୁର୍ଲାସ୍ଥିତ ଭିମ୍‌ସାର୍‌ର ଡାକ୍ତରୀ ଛାତ୍ରମାନେ ଆଜି ଅମାନବିକତାର ସବୁ ସୀମା ଲଂଘିଛନ୍ତି। ଉତ୍ସବ ମନାଇବା ପାଇଁ ବ୍ରହ୍ମପୁର ଏମ୍‌କେସିଜି ଛାତ୍ରମାନଙ୍କୁ ନିମନ୍ତ୍ରଣକରି ଭବ୍ୟ ସ୍ବାଗତ କରିବା ପରିବର୍ତ୍ତେ ଆକ୍ରମଣ କରିଛନ୍ତି। ସ୍ବାଗତ ଆଳରେ ଅଗ୍ନି ନିର୍ବାପକ ଯନ୍ତ୍ରର ପ୍ରୟୋଗ ଯୋଗୁ ଅନେକ ଛାତ୍ର ଅଣନିଶ୍ବାସୀ ହୋଇଥିବା ଜଣାପଡ଼ିଛି। ସର୍ବମୋଟ ୫ ଜଣ ଛାତ୍ର ଆହତ ହୋଇଥିବା ବେଳେ ସମସ୍ତଙ୍କ ଅବସ୍ଥା ଭଲ ଅଛି। ଆଇସିୟୁରେ ଭର୍ତ୍ତି ହୋଇଥିବା ଗୁରୁତର ଆହତ ଛାତ୍ରଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବାରୁ ସେ ମଧ୍ୟ ଫେରିଯିବେ। ଏହି ଘଟଣାକୁ ଗୁରୁତର ସହିତ ନିଆଯିବା ସହିତ ବୁଧବାର ଥାନାରେ ଏତଲା ଦିଆଯିବ ବୋଲି ଭିମ୍‌ସାର୍‌ର ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ବର୍ଷା ଟୁଡୁ ସୂଚନା ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ବୁର୍ଲା ଭିମ୍‌ସାର, କଟକର ଏସ୍‌ସିବି ଏବଂ ବ୍ରହ୍ମପୁରର ଏମ୍‌କେସିଜିର ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନିୟମିତ ଭାବେ ଅନ୍ତଃ ମହାବିଦ୍ୟାଳୟ ପ୍ରତିଯୋଗିତା ‘ୟୁଫୋରିଆ’ ଅନୁଷ୍ଠିତ ହୋଇଥାଏ। ପ୍ରତ୍ୟେକ ୩ ବର୍ଷରେ ଥରେ ଏକ ମେଡିକାଲ କଲେଜକୁ ଆୟୋଜନ ଦାୟିତ୍ବ ମିଳିଥାଏ। ଚଳିତ ବର୍ଷ ‘ୟୁଫୋରିଆ’ ଆୟୋଜନ ଦାୟିତ୍ବ ବୁର୍ଲା ଭିମ୍‌ସାର୍‌କୁ ମିଳିଥିଲା। ଗତ କିଛି ମାସ ହେଲା ଏଥି ପାଇଁ ଭିମ୍‌ସାରରେ ପ୍ରସ୍ତୁତି ଚାଲିଥିଲା ବେଳେ ଆରମ୍ଭରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଠାକାର କେତେକ ବରିଷ୍ଠଙ୍କ ବିରୋଧରେ କେତେକ କନିଷ୍ଠ ଛାତ୍ର ଅଭିଯୋଗ ମଧ୍ୟ ଆଣିଥିବା ବେଳେ ଆପୋସ ସମାଧାନ ହୋଇଥିଲା।

ଏ ସଂକ୍ରାନ୍ତ ବିଷୟରେ ଭିମ୍‌ସାରର ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ବର୍ଷା ଟୁଡୁଙ୍କୁ ପଚାରିବାରୁ ଆଜି ସନ୍ଧ୍ୟାରେ କଲେଜ କାଉନ୍‌ସିଲର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଦୁର୍ଭାଗ୍ୟଜନକ ଘଟଣା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିଲା। ଆସନ୍ତାକାଲି ଥାନାରେ ଏତଲା ଦିଆଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।