ରାଜ୍ୟ

୬୦ ହଜାର ତୋଳାଳିଙ୍କୁ ମିଳିନି ବୋନସ୍‌: ୧୪ % କମିଲା କେନ୍ଦୁପତ୍ର ସଂଗ୍ରହ

ଜୟପୁର: ୨୦୨୩ ଶସ୍ୟବର୍ଷ ନିମନ୍ତେ ଜୟପୁର କେନ୍ଦୁପତ୍ର ବନଖଣ୍ଡ ପକ୍ଷରୁ କେନ୍ଦୁପତ୍ର ସଂଗ୍ରହ ଶେଷ ହୋଇଛି। ୮ଟି ବନାଞ୍ଚଳରେ ୬୩ ହଜାର ୧୪୫ଜଣ ତୋଳାଳିଙ୍କ ନିକଟରୁ ୮ କୋଟି ୧୦ ଲକ୍ଷ ୩ ହଜାର ୩୦ କେରି କେନ୍ଦୁପତ୍ର କିଣାଯାଇଛି। ପାରିଶ୍ରମିକ ବାବଦରେ ତୋଳାଳିଙ୍କ ଆକାଉଣ୍ଟରେ ମୋଟ ୨୨ କୋଟି ୬୮ଲକ୍ଷ ୮୪୮୪ ଟଙ୍କା ଜମା କରାଯାଇଛି। କିନ୍ତୁ ଚଳିତ ବର୍ଷ ନିର୍ଦ୍ଧାରିତ ହୋଇଥିବା ପରିମାଣ ଠାରୁ ୧୪ପ୍ରତିଶତ କମ କେନ୍ଦୁପତ୍ର କିଣାଯାଇଛି। ବିଷମକଟକ ବନାଞ୍ଚଳରେ ଅଦିନିଆ ବର୍ଷା ଯୋଗୁ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ହୋଇନଥିବା ଜୟପୁର ଖଣ୍ଡୀୟ ବନାଧିକାରୀ ପ୍ରଫୁଲ୍ଲ ମଣ୍ଡଳ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଗତବର୍ଷର ବୋନସ୍‌ ଏପର୍ଯ୍ୟନ୍ତ ତୋଳାଳିଙ୍କୁ ମିଳିନି। ବନଖଣ୍ଡ ଅନ୍ତର୍ଗତ ୬୦ ହଜାର ତୋଳାଳି ବୋନସ୍‌ ଏବଂ ୧୨୦୮ଜଣ ଋତୁକାଳୀନ କର୍ମଚାରୀଙ୍କୁ ପ୍ରତ୍ସାହନ ରାଶି ଜାନୁଆରି ମାସରେ ଦିଆଯିବା କଥା। କିନ୍ତୁ ୫ମାସ ବିତି ସାରିଥିବା ବେଳେ କେଉଁ କାରଣରୁ ଟଙ୍କା ପ୍ରଦାନରେ ବିଳମ୍ବ ହୋଇଛି ସ୍ପଷ୍ଟ ହୋଇପାରିନି। ରାଜ୍ୟ ସରକାର ନଭେମ୍ବର ଏବଂ ମାର୍ଚ୍ଚ ମାସରେ ପ୍ରୋତ୍ସାହନ ରାଶି ଦେଇଥିବାରୁ ବୋନସ୍‌ ଦେଇ ନଥିବା ଅନୁମାନ କରାଯାଉଛି। ଚଳିତ ଶସ୍ୟ ବର୍ଷ ନିମନ୍ତେ ୪୦ପତ୍ର ବିଶିଷ୍ଟ କେରି ପିଛା ୨ଟଙ୍କା ୮୦ ପଇସା ସରକାର ଦର ନିର୍ଦ୍ଧାରିତ କରିଥିଲେ। ପତ୍ର ବିକ୍ରି ହୋଇସାରିଥିବାରୁ ତୋଳାଳି ‌ଏବେ ବୋନସ୍‌ ଅପେକ୍ଷାରେ ରହିଛନ୍ତି। ସରକାର କେବେ ନିଷ୍ପତ୍ତି ନେଉଛନ୍ତି ଦେଖିବାକୁ ବାକି ରହିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।