ରାଜ୍ୟ

ଭୁବନେଶ୍ବରରେ କଟକ ଜିଲ୍ଲା ରାସ୍ତା ନିର୍ମାଣ ତାତି: ପ୍ରାଚୀ ଡିଭିଜନ୍ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ୟାଣ୍ଟସାର୍ଟ ଖୋଲିଦେଲେ

ଭୁବନେଶ୍ବର: କଟକ ସଦରରେ ରାସ୍ତା କାମ ଅଧାରେ ଅଟକିଛି। ହେଲେ ରାସ୍ତା ନିର୍ମାଣ ତାତି ଦେଖିବାକୁ ମିଳିଛି ଭୁବନେଶ୍ବର ପ୍ରାଚୀ ଡିଭିଜନସ୍ଥିତ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ। ରାସ୍ତା ନିର୍ମାଣକୁ ନେଇ ପିସି ମଗାଯାଉଥିବା ଅଭିଯୋଗରେ ଆଜି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଓ ସ୍ଥାନୀୟ ଲୋକ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିନବ ପ୍ରତିବାଦ କରିଛନ୍ତି। ଏହି ପ୍ରତିବାଦ ଆଜି ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, କଟକ ସଦର ଖଣ୍ଡାଇତା ଅଞ୍ଚଳର ୪୦-୫୦ ଘରକୁ ସଂଯୋଗ କରୁଥିବା ରାସ୍ତା କାମ ଅଧାରେ ଅଟକିଛି। ଇରିଗେସନ୍ ରୋଡ୍‌ର ଅଧା କାର୍ଯ୍ୟ ହୋଇଥିବା ବେଳେ ଆଉ ୪ଶହ ମିଟର କାମ ବାକି ରହିଛି। ଏଥିପାଇଁ ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀଙ୍କୁ ସ୍ଥାନୀୟ ‌ଲୋକ ଯୋଗାଯୋଗ କରିଥିଲେ। ଏହା ଭିତରେ ୨ମାସ ବିତି ଯାଇଥିବା ବେଳେ ରାସ୍ତା ନିର୍ମାଣ ହୋଇନାହିଁ। ଯନ୍ତ୍ରୀ ଜଣକ ନିଜର ପଦୋନ୍ନତି କଥା କହି କିଛି ଦେବାକୁ ସ୍ଥାନୀୟ ଲୋକଙ୍କୁ କହିଥିଲେ। ଏହାର ପ୍ରତିବାଦରେ ଆଜି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ନିଜ ବେକରେ ଏକ ନେମ୍ ପ୍ଲେଟ୍‌ ସହ କିଛି ସ୍ଥାନୀୟ ଲୋକଙ୍କୁ ଧରି ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏତେଦିନ ପରେ ବି କାହିଁକି ରାସ୍ତା ନିର୍ମାଣ ହେଲାନାହିଁ ତାହାକୁ ନେଇ ଯନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ଯନ୍ତ୍ରୀଙ୍କ ସହିତ ତାଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହି ସମୟ‌ରେ ବ୍ରଜକିଶୋର ନାମକ ବ୍ୟକ୍ତି ପିସି ବାବଦରେ ଯନ୍ତ୍ରୀଙ୍କୁ ପନିପରିବା ଓ ନିଜର ପ୍ୟାଣ୍ଟସାର୍ଟ ଖୋଲି ପ୍ରଦାନ କରିଥିଲେ। ଯାହାକୁ ନେଇ ସେଠାରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବ୍ରଜକିଶୋର କହିଛନ୍ତି, ରାସ୍ତା ପାଇଁ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ୮ଥର ଆସିଛି। ଯନ୍ତ୍ରୀ ଜଣକ ଏକାଧିକ ବ୍ୟକ୍ତିଙ୍କ ସହ ଭେଟିବାକୁ କହିଥିଲେ। ପିସି କଥା ଉଠିବାରୁ ଚାଷୀ ହିସାବରେ ପନିପରିବା ନେଇ ଆସିଛି। ୫ହଜାର ଟଙ୍କାର ମୋବାଇଲ ଓ ପ୍ୟାଣ୍ଟସାର୍ଟ ବାବଦ ଯେତିକି ଅର୍ଥ ତାହା ମଧ୍ୟ ପ୍ରଦାନ କରିଛି ବୋଲି ସେ କହିଛନ୍ତି।
କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ କହିଛନ୍ତି, ୨ମାସ ତଳେ ଫୋନ୍ କରି ଯନ୍ତ୍ରୀଙ୍କୁ ଅଧା ରାସ୍ତା ନିର୍ମାଣ ପାଇଁ ଅନୁରୋଧ କରିଥିଲି। ଯନ୍ତ୍ରୀ ଶ୍ରୀ ଚୌଧୁରୀ ସ୍ଥାନୀୟ ଲୋକଙ୍କୁ ପଠାଇବାକୁ କହିଥିଲେ। ପରେ ଜେଇ, ଏସ୍‌ଡିଓ ଓ ଅନ୍ୟ ଅଧିକାରୀଙ୍କ ନିକଟକୁ ଲୋକଙ୍କୁ ପଠାଇଥିଲେ। ଶେଷରେ ନିଜର ପଦୋନ୍ନତି କଥା କହି କିଛି ଦେବାକୁ କହିଥିଲେ। ବର୍ଷା ଦିନ ଆରମ୍ଭ ହୋଇଥିବା ବେଳେ ଲୋକମାନେ ନିଜ ଘରକୁ ଯାଇପାରୁନାହାନ୍ତି। ଯେହେତୁ ସେମାନେ ଗରିବ ଲୋକ ସେଥିପାଇଁ ପନିପରିବା ଓ ନିଜର ପ୍ୟାଣ୍ଟସାର୍ଟ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ପିନ୍ଧିଥିବା ଗାମୁଛା ମଧ୍ୟ ଦେବାକୁ ପ୍ରସ୍ତୁତ।

ସେ ଆହୁରିମଧ୍ୟ କହିଛନ୍ତି ଯେ ଆଜିର କାର୍ଯ୍ୟକ୍ରମ ହେଉଛି ସରକାରୀ କର୍ମଚାରୀଙ୍କ ପାଇଁ ଟ୍ରେଲର। ଯେଉଁ କର୍ମଚାରୀ କାମ ବାବଦରେ କମିସନ ମାଗିବ ତାକୁ ରାଜରାସ୍ତାରେ ପ୍ୟାଣ୍ଟସାର୍ଟ ଖୋଲି ‌ଟଣେଇବୁ। ଆସନ୍ତା ୭ଦିନ ଭିତରେ ଯଦି ରାସ୍ତା ତିଆରି ନ ହୁଏ ତାହାଲେ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିବୁ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି, ରାସ୍ତା ପାଇଁ ଏତେ ଟଙ୍କା ଆସିନାହିଁ। ଯେତିକି ଅର୍ଥ ଆସୁଛି ସେହି ଅନୁସାରେ ରାସ୍ତା କାମ ହେଉଛି। ନିର୍ଦ୍ଦିଷ୍ଟଭାବେ କେଉଁ ରାସ୍ତା କଥା ମୋତେ କୁହାଯାଇନାହିଁ। ପିସି କଥା କପୋଳକଳ୍ପିତ। ଅଯଥାରେ ମିଛ କଥା କହୁଛନ୍ତି। ୭ଦିନ ଭିତରେ ରାସ୍ତା କାମ ହେବ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।