ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପାୱାର ବନାମ ପାୱାର: କାହା ପାଖରେ ଅଧିକ ବିଧାୟକ?

ମୁମ୍ବାଇ: ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ରାଜନୈତିକ ସଙ୍କଟ ଉପରେ ସାରା ଦେଶର ନଜର ରହିଛି। ମହାରାଷ୍ଟ୍ର ସରକାରରେ ସାମିଲ ହେବାପରେ ଅଜିତ ପାୱାର ଏବଂ ତାଙ୍କ କାକା ଶରଦ ପାୱାରଙ୍କ ମଧ୍ୟ‌ରେ ଦଳର ମାଲିକାନାକୁ ନେଇ ସଂଘର୍ଷ ଆରମ୍ଭ ହୋଇଯାଇଛି। ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କାହା ନିକଟରେ ଅଧିକ ବିଧାୟକ ଅଛନ୍ତି। ରିପୋର୍ଟ ଅନୁଯାୟୀ ଅଜିତ ପାୱାର ରାଜ୍ୟପାଳଙ୍କୁ ଏକ ଚିଠି ଲେଖି ଦାବି କରିଛନ୍ତି ଯେ ତାଙ୍କ ନିକଟରେ ୪୦ ବିଧାୟକଙ୍କ ସମର୍ଥନ ଅଛି। ୪୦ ବିଧାୟକଙ୍କ ସ୍ବାକ୍ଷର ସହ ଅଜିତ ପାୱାର ଏହି ଦାବି କରିଛନ୍ତି। କିନ୍ତୁ ଏଯାବତ ଅଜିତ ପାୱାର ଓ ଶରଦ ପାୱାର କେହି ବି ନିଜ ସମର୍ଥନରେ ଥିବା ବିଧାୟକଙ୍କୁ ସାମ୍ନାକୁ ଆଣିନାହାନ୍ତି। ଅନ୍ୟପକ୍ଷରେ ଅଜିତ ପାୱାର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିବା ୨ ଜଣ ବିଧାୟକ ଏବେ ଶରଦ ପାୱାରଙ୍କ ପାଖକୁ ଫେରି ଆସିଛନ୍ତି। ସେମାନେ ହେଉଛନ୍ତି ମକରନ୍ଦ ପାଟିଲ ଏବଂ ବାଲାସାହେବ ପାଟିଲ। ସାଂସଦ ଅମୋଲ କୋହ୍ଲେ ମଧ୍ୟ କହିଛନ୍ତି ଯେ ସେ ଖୁବ୍‌ ଶୀଘ୍ର ଶରଦ ପାୱାରଙ୍କ ଗୋଷ୍ଠୀକୁ ଫେରି ଆସିବେ।

ଶରଦ ପାୱାରଙ୍କ ସହ ଫଟୋ ସେୟାର କରି ତାଙ୍କୁ ସମର୍ଥନ କରୁଛନ୍ତି ବୋଲି କହିଥିବା ନେତାମାନେ ହେଉଛନ୍ତି ଅନିଲ ଦେଶମୁଖ, ଜିତେନ୍ଦ୍ର ଅୱଧ, ଜୟନ୍ତ ପାଟିଲ, ରୋହିତ ପାୱାର, ସନ୍ଦୀପ କ୍ଷୀରସାଗର,a ଏବଂ ପ୍ରଜାକତ ପ୍ରସାଦରାଓ ତାନପୁରେ। ଜିତେନ୍ଦ୍ର ଅୱଧ ଏକ ସୋସିଆଲ ମିଡିଆ ପୋଷ୍ଟ୍‌ କରି ଲେଖିଛନ୍ତି, ସବୁବେଳେ ସମ୍ମାନନୀୟ ସାହେବ (ଶରଦ ପାୱାର)ଙ୍କ ସହ ରହିଛି। ଅଜିତ ପାୱାରଙ୍କ ସହ ୮ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ସେମାନଙ୍କ ବିରୋଧରେ ପାୱାର ଗୋଷ୍ଠୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଜିତେନ୍ଦ୍ର ଅୱଧ କହିଛନ୍ତି, ଯେତେବେଳେ ଶରଦ ପାୱାର ବିଧାୟକମାନଙ୍କୁ ଫୋନ୍‌ ଲଗାଇବା ଆରମ୍ଭ କରିବେ ସେ ସମୟରେ ଜଣାପଡ଼ିବ କାହା ପାଖରେ କେତେ ବିଧାୟକ ଅଛନ୍ତି। ଅଜିତ ପାୱାର ନିଜ ପାଖରେ ୪୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରୁଥିଲେ ସୁଦ୍ଧା ସେ ସମସ୍ତଙ୍କୁ ସାମ୍ନାକୁ ଆଣିବା ପାଇଁ ସକ୍ଷମ ହୋଇନାହାନ୍ତି।

ବାଚସ୍ପତିଙ୍କ ଭୂମିକା କେତେ ଗୁରୁତ୍ବପୂର୍ଣ୍ଣ?

ମୁମ୍ବାଇ: ମହାରାଷ୍ଟ୍ରରେ ଦଳରେ ବିଦ୍ରୋହକୁ ନେଇ ରାଜନୈତିକ ସଂକଟ ଚାଲିଥିବା ବେଳେ ଅଯୋଗ୍ୟ ଘୋଷଣା ପାଇଁ ପିଟିସନ ପ୍ରସଙ୍ଗ ଏବେ ଚର୍ଚ୍ଚାରେ ରହିଛି। ବିଧାନସଭା ବାଚସ୍ପତି ଏହା ଉପରେ କେବେ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଅଜିତ ପାୱାର ଓ ୮ ଜଣଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ବାଚସ୍ପତିଙ୍କ ପାଖରେ ପିଟିସନ ଦାଏର କରିଛି। ଏବେ ବାଚସ୍ପତିଙ୍କ କ୍ଷମତା ଓ ବିଚାରବିଭାଗୀୟ ହସ୍ତକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି। ଦଳବଦଳ-ନିରୋଧୀ ଆଇନରେ ରହିଥିବା ତ୍ରୁଟିବିଚ୍ୟୁତିକୁ ଅନେକ ସମୟରେ ସମାଲୋଚନା କରାଯାଉଛି। ଚିନ୍ତାର ବିଷୟ ହେଲା ବାଚସ୍ପତି ଅଯୋଗ୍ୟ ଘୋଷଣା ଉପରେ ନିଷ୍ପତ୍ତି ନେବାରେ ବିଳମ୍ବ କରିପାରନ୍ତି। ଫଳରେ ଦଳବଦଳ କରି ମଧ୍ୟ ନେତାଏ ତାଙ୍କ କାର୍ଯ୍ୟ ଜାରି ରଖିପାରିବେ ଏବଂ ଏହା ଉପରେ କୋର୍ଟର ହସ୍ତକ୍ଷେପ ରହିବ ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ