ଅପରାଧ ଦେଶ ବିଦେଶ

ଆଦିବାସୀ ଯୁବକ ଉପରେ ପରିସ୍ରା କରିଥିବା ଲୋକ ପ୍ରତି ଏନ୍‌ଏସ୍‌ଏ ଲାଗୁ

ସିଧି: ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ଜଣେ ଆଦିବାସୀ ଯୁବକ ଉପରେ ଜଣେ ଲୋକ ପରିସ୍ରା କରିବାର ଭିଡ଼ିଓ ଭାଇରାଲ ହେବା ପରେ ପୁଲିସ ମଙ୍ଗଳବାର ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି। ବିରୋଧୀ କଂଗ୍ରେସ ଅଭିଯୋଗ କରିଛି ଯେ, ଅଭିଯୁକ୍ତ ଲୋକର ବିଜେପି ସହ ସମ୍ପର୍କ ଅଛି, ଯାହାକୁ ଶାସକ ଦଳ ପକ୍ଷରୁ ଅସ୍ବୀକାର କରାଯାଇଛି।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଟ୍ବିଟ୍ କରି କହିଛନ୍ତି ଯେ, ଉକ୍ତ ଭାଇରାଲ ଭିଡ଼ିଓ ତାଙ୍କ ନଜରକୁ ଆସିଛି। ଅପରାଧୀକୁ ଗିରଫ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସେ ପ୍ରଶାସନକୁ ଆଦେଶ ଦେଇଛନ୍ତି। ଅପରାଧୀ ଉପରେ ଏନ୍‌ଏସ୍‌ଏ (ଜାତୀୟ ସୁରକ୍ଷା ଆଇନ) ଲାଗୁ କରିବା ପାଇଁ ମଧ୍ୟ ସେ ଆଦେଶ ଦେଇଛନ୍ତି ବୋଲି ଚୌହାନ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ କହିଛନ୍ତି ଯେ, ଅଭିଯୁକ୍ତ ପ୍ରବେଶ ଶୁକ୍ଳା ବିରୋଧରେ ବାହାରୀ ଥାନାରେ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୨୯୪ (ଅଶ୍ଳୀଳ କାର୍ଯ୍ୟ), ୫୦୪ (ଶାନ୍ତିଭଙ୍ଗ ପାଇଁ ଜାଣିଶୁଣି ଅପମାନିତ କରିବା) ଏବଂ ଅନୁସୂଚିତ ଜାତି ଓ ଉପଜାତି ନିର୍ଯାତନା ନିରୋଧୀ ଆଇନ ଅନୁସାରେ ମାମଲା ରୁଜୁ କରାଯାଇଛି। ଅତି କଠୋର ଆଇନ ଏନ୍‌ଏସ୍‌ଏ ଅନୁସାରେ କାର୍ଯ୍ୟାନୁଷ୍ଠାନ ବି ଆରମ୍ଭ ହୋଇଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ମୁଖ୍ୟ କମଳନାଥ ଆଦିବାସୀ ଯୁବକଙ୍କ ପ୍ରତି ଏପରି କାର୍ଯ୍ୟର ନିନ୍ଦା କରିବା ସହ ଅଭିଯୁକ୍ତ ବିଜେପି ସହ ଜଡ଼ିତ ବୋଲି ଅଭିଯୋଗ କରିଛନ୍ତି। ରାଜ୍ୟ ବିଜେପିର ମିଡ଼ିଆ ଦାୟିତ୍ବରେ ଥିବା ଆଶିଷ ଅଗ୍ରୱାଲ ଆଦିବାସୀଙ୍କ ପ୍ରତି ଏପରି ହୀନକାର୍ଯ୍ୟର ନିନ୍ଦା କରିବା ସହ ବିଜେପି ସହ ଅଭିଯୁକ୍ତର କୌଣସି ସମ୍ବନ୍ଧ ନାହିଁ ବୋଲି କହିଛନ୍ତି। ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ବିଜେପି ଦାବି କରିଛି। ଆଗକୁ ନିର୍ବାଚନ ଥିବାରୁ ଆଦିବାସୀ ସମ୍ପ୍ରଦାୟକୁ ନେଇ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରୁ ଲାଭ ଉଠାଇବା ପାଇଁ ବିରୋଧୀ ଦଳ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ